Tuesday 6 August 2024

ଓଡ଼ିଆ କବିତା "ଶ୍ରୀକ୍ଷେତ୍ର ଦେବତା" / TRANSLATED ENGLISH POEM " TO THE LORD OF SHREEKSHETRA"

 


ଶ୍ରୀକ୍ଷେତ୍ର ଦେବତା

ଦାତା ପରିଦାତା ଶ୍ରୀକ୍ଷେତ୍ର ଦେବତା 
କେ କେତେ ନେଉଛି ମାଗି 
କାହାକୁ ଦେଇଛୁ କା' ମନ ମୋହିଛୁ 
ବସିଛି ମୁଁ ବାଟ ଜଗି l 

ନୁହେଁ ମୁଁ ବନ୍ଧୁଆ ନୁହେଁ ମୁଁ ଦାସିଆ 
ହତାସିଆ ବଇରାଗୀ 
ଥାଳ ଧରି ଭିକ ମାଗୁଛି ପ୍ରଭୁ ହେ 
ବଡଦାଣ୍ଡେ ହୋଇ ଯୋଗୀ l 

ଥାଳ ଦେଲେ ଭରି ଦିନ ଯିବ ସରି 
ହେବି ସ୍ୱର୍ଗଦ୍ୱାର ଭୋଗୀ,
ସଂସାର ସୁଷମ ହେଲାଣି
ବିଷମ ଦମ୍ଭ ତ ଗଲାଣି ଭାଙ୍ଗି l

ସବୁ ଯିବେ ଛାଡି ନ ଦେବେ କଉଡି 
 ନ ଯିବ ଜୀବନ ସଙ୍ଗୀ 
ଥିଲେ ତୋ ଭକତି ପାଇବି ମୁକତି 
ଶ୍ରୀରଙ୍ଗାଚରଣ ଲାଗି ।

Copyright: ମନୋରମା ପ୍ରଧାନ, ସା/ ପୋ: ହରିପୁର, ଭାୟା:–ପିପିଲି ଜିଲ୍ଲା: – ପୁରୀ, ପିନ୍ – ୭୫୨୧୦୪
ସୌଜନ୍ୟ: ଉତ୍କଳ ପ୍ରସଙ୍ଗ, ରଥଯାତ୍ରା ବିଶେଷାଙ୍କ, 2024

No comments:

Post a Comment