କୃଷ୍ଣ ହେ ! ତୁମେ, ଆଉ ଥରେ ଆସ ଫେରି ।
**********************
ହେ କୃଷ୍ଣ ଆଉ ଥରେ ଆସ ତୁମେ ଫେରି,
ଦେଖିଯିବ ତୁମେ ତୁମ ପ୍ରିୟ ଗୋପ ହତଶିରି।
ସେ ଦିନୁ ଶୁଣିନି କର୍ଣ୍ଣ ଆଉ ବଂଶୀ ସ୍ଵନ,
ଯେଦିନୁ ଅକ୍ରୁର ରଥେ ଗଲ ପ୍ରାଣ ଧନ।
ଗୋପ ଗୋଈ ମାନେ ନ ଯାନ୍ତି କେଳିକରି,
ରାଧା ରାଣୀ ବଞ୍ଚି ଅଛି ଶୁଷ୍କ ତନୁ ଧରି।
ଗୋପାଳ ବାଳକେ ଆଉ ନ କରନ୍ତି ଭୋଜି,
କେହି ଆଉ ଆସନ୍ତିନି ଲବଣୀ ଚୋର ଖୋଜି।
ନିରବତା ଭରିଅଛି ଯମୁନା ର ତୁଠରେ,
ହାସ୍ୟରସ କଥା ନାହିଁ କାହାରି ଓଠରେ।
ଯଶୋମତୀ ପାଗଳିନି ଚାଲୁଥାଇ ଅଣ୍ଡାଳି,
କେହି ଆଉ ଦେଖିନାହିଁ ନନ୍ଦର କର୍ମଣି।
କଦମ୍ବ ଫୁଟୁଚି ହେଲେ ସତେ ବାସ ନାହିଁ,
ବାସି ହୁଏ ମଲ୍ଲୀ ମାଳ ବାଟ ଚାହିଁ ଚାହିଁ।
କୁଞ୍ଜବନେ ଆଉ କିବା ଫୁଟୁନି ମାଳତୀ,
କେହି ଆଉ ଯଗନ୍ତିନି ଯାଇ ତା'ର କତି।
ଗୋବତ୍ସାଙ୍କ ଖୁସି ଅବା ଯାଇଛି ଉଭେଇ,
ଚରି ଯାଇ ଫେରନ୍ତି ସେ କଳରୋଳ ନାହିଁ।
ପକ୍ଷୀର କାକଳି ଆଉ ଶୁଣିନି ଯମୁନା,
ତା ତରଙ୍ଗେ ଭାସେ ନାହିଁ ଗୋପୀଙ୍କ ଗଜରା।
ରାଈ ଘେରି ପଚାରନ୍ତି ଲଳିତା ବିଶାଖା,
ସୁଦାମ ଶୁବଳ କୁହନ୍ତି କେବେ ହେବ ଦେଖା।
ଆନନ୍ଦ ରେ ନାଚୁଥିଲା ଗୋପର ପବନ,
କାହିଁ ଗଲ ଏଠି ସବୁ ବିଷାଦେ ମଉନ।
ଆସ ଆସ ନୀଳମଣି ଦେଖିଯାଅ ଥରେ,
ତୁମକୁ ଯେ ଗୋପପୁର ଧୂଳିମାଟି ଝୁରେ।
ଜ୍ୟୋତ୍ସ୍ନା ରାଣୀ ସୂତାର,ଘାଗରା,କେନ୍ଦ୍ରାପଡ଼ା।
"Oh Krishna, come again, please come back.
Oh Krishna, come again, please come back,
You will see your beloved Gopas' sorrowful faces.
Since the day you left, the sound of the flute is unheard,
And the day Akru's chariot took away your life.
The Gopis do not know the joy of love-making,
Only Radha Rani remains, with a withered body.
The Gopal children no longer enjoy their meals,
And no one comes to steal the butter and curd.
The Yamuna's banks are filled with silence,
And there is no laughter or joy in anyone's courtyard.
Yashomati has gone mad, wandering aimlessly,
And no one sees Nanda's deeds anymore.
The Kadamba tree has bloomed, but its fragrance is gone,
And the sweet scent of the Malati flowers is no longer sought.
In the Kunja forest, the Malti flowers no longer bloom,
And no one goes to visit her courtyard.
The joy of the cowherds has disappeared,
And they return home, without their usual revelry.
The birds' chirping is no longer heard on the Yamuna,
And the Gopis' rafts no longer float on its waves.
Lalita and Vishaka search around, surrounded by dust,
And Sudama and Shubala ask, 'When will we see him again?'
The gentle breeze that danced with joy among the Gopis,
Has gone, leaving only sorrow and silence.
Come, come, blue gem, come and see,
The dust of Gopapur is blowing away."

No comments:
Post a Comment