Saturday 21 September 2024

ଓଡ଼ିଆ କବିତା "ବାପା" / TRANSLATED ENGLISH POEM "PAPA."


ବାପା
ଧୀରେନ୍ଦ୍ର ମଲ୍ଲିକ
 
ପାଆନ୍ତାରୁ ଉଠି ନିତ୍ୟକର୍ମ ସାରି
ଯାଇଥାନ୍ତି ବାପା କାମକୁ,
ନିଜ ସୁଖ ଭୁଲି ଖୁସିରେ ଟିକିଏ
ଦେବା ପାଇଁକି ଆମକୁ।
 
ସଞ୍ଜକୁ ଫେରିଲେ ଶୁଖାଯାଇଥାଏ
ତାଙ୍କର ଚମକ ମୁହଁଟି,
ଦରଜ ଶରୀର ବହୁ ଥା କୁହେ
ତାଙ୍କ ପରି କେହି ନୁହଁଟି
 
ଅସହ୍ୟ ଯନ୍ତ୍ରଣା ସହିଯାଇ ସବୁ
ଦୁଃଖ କରନ୍ତିନି କେବେ ବି,
ପ୍ରତିଟି ମୁହୂର୍ତ୍ତ ସାଥ୍ରେ ଅଛନ୍ତି
ବିପଦ ଆସିଛି ଯେବେବି
 
ଫାଟି ଯାଇଥିବା ମସିଆ ପୋଷାକ
ପିନ୍ଧିକି ସବୁଠି ଯାଆନ୍ତି,
Hele ସେ ଆମକୁ ଭଲ ପିନ୍ଧାଇକି
ବହୁତ ଆନନ୍ଦ ପାଆନ୍ତି
 
ଅଧାପେଟ ଖାଇ ରହିଯାନ୍ତି, ପୁରା
ଆମକୁ ଖୋଇବା ପାଇଁକି,
ତଥାପି ଦୁଃଖ କରି ହସି ହସି
କାମକୁ ଯାଆନ୍ତି ଧାଇଁକି
 
ମେଳା ଯାନି ଯାତ ବୁଲେଇ ନିଅନ୍ତି
ଆମକୁ କାନ୍ଧରେ ବସେଇ,
ଅଳିକଲେ କାନ୍ଦି ଦରକାର ଯାହା
କିଣିକି ଦିଅନ୍ତି ହସେଇ
 
ପାଠ ପଢିବାକୁ ବହି ଖାତା କିଣି
ଦିଅନ୍ତି ଆଣିକି ହାତରେ ,
ବଡ଼ ମଣିଷଟେ ହେଉ ଆମେ ଦିନେ
ଡାକନ୍ତି ପ୍ରଭୁଙ୍କୁ କାତରେ
 
ଆମ ଭବିଷ୍ୟତ ସୁଖ ଚିନ୍ତା ଖାଲି
ନିତିଦିନ ସିଏ କରନ୍ତି ,
ଅବାଟରେ ପାଦ କେବେବି ଯାଉ
ଏଇକଥା ପାଇଁ ଡରନ୍ତି
 
ସତରେ ବିଶାଳ ହୃଦୟ ତାଙ୍କର
କରିହେବନି ତାକଳନା,
ଯେଉଁଥରେ ଭରି ଅଛି ସ୍ନେହ, ଶ୍ରଦ୍ଧା
ନାହିଁ ଟିକେ ହେଲେ ଛଳନା
 
ନୀଳକଣ୍ଠପୁର, ମଙ୍ଗଳପୁର, ଯାଜପୁର : ୭୯୦୪୩୯୨୬୮୬
PAPA 
Father  gets up early, completes his daily chores, and leaves for work, forgetting his own comforts, just to bring a smile to our faces.
As the evening falls, his tired face lights up with a radiant smile. His frail body has countless stories to tell, but none can match his resilience.
Enduring unbearable hardships, he silently bears all our sorrows, always prepared to face impending challenges.
Wearing tattered clothes, he goes everywhere, yet brings us immense joy.
Though he eats half-empty meals, he never complains, hiding his struggles behind a gentle smile.
He takes us to fairs and festivals, carrying us on his shoulders, and buys us whatever we want with a loving smile.
He buys us books and notebooks, holding our hands, and prays to God for our bright future.
His selfless concerns for our well-being and fear of uncertainty keep him awake.
His vast heart overflows with love and devotion; whenever filled with affection, deception finds no place.
—From Nilakanthpur, Mangalpur, Yajapur. Contact: 7904392686

No comments:

Post a Comment