Saturday 21 September 2024

ଓଡ଼ିଆ କବିତା "ଆମେ ତ ଦେଶର ଭବିଷ୍ୟ" / TRANSLATED ENGLISH POEM "WE ARE THE FUTURE OF THE COUNTRY."


ଆମେ ଦେଶର ଭବିଷ୍ୟ

. ଆରତୀ ତ୍ରିପାଠୀ

 

ନୂଆ ବରଷରେ ଆମ ଅନ୍ତରରେ

ଜାଗିଛି ନୂଆ ପ୍ରୟାସ

ବିଦ୍ୟାଳୟ କୋଳେ ଗଢ଼ିବୁ ଭବିଷ୍ୟ 

ଗୁରୁଙ୍କ ଥି ଆଶିଷ ||||

 

ନୀଳ ଆକାଶରେ ଉଡ଼ିବୁ

ନୀଳ ସାଗରରେ ବୁଡ଼ିବୁ

ଧରଣୀ ମାଆର କୋଣେ ଅନୁକୋଣେ

ବୁଲି ଦେଖିବୁ ସୁଦୃଶ୍ୟ | ||

 

ଜନମ ଭୁଇଁର ସନମାନ ପାଇଁ

ହେବୁ ଜାଗ୍ରତ ପ୍ରହରୀ

ଆପଣା ବକ୍ଷର ରକ୍ତ ନିଗାଡ଼ିବୁ

ହସ୍ତେ ଶାସ୍ତ୍ର ଶସ୍ତ୍ର ଧରି,

ଅନ୍ୟାୟ ଦୁଃଖ ଦୁଷ୍କର୍ମ

ବିଲୋପେ କରି ସଂଗ୍ରାମ

ଛୋଟ ହେଲେ ଆମ ମନ ନୁହେଁ ଛୋଟ

ଖିବୁ ଦୃଢ଼ ବିଶ୍ବାସ ||

 

ମାଟି ମାଆର ମହିମାକୁ ଗୁଣି

ହୋଇବୁ ଯୋଗ୍ୟ ବିନ୍ଧାଣୀ

ସୁନାର ଫସଲ ଫଳାଇବା ପାଇଁ

ରକତ କରିବୁ ପାଣି,

ନୂଆ ନୂଆ କଥା ଶିଖିବୁ

ନାନବିଧ ବୃକ୍ଷ ରୋପିବୁ

ଦୁଃଖୀ ଅସହାୟ ସେବା ପାଇଁ ସଦା

ଭରି ମନରେ ସାହସ ||||

 

 

ବିଭେଦର ସୀମା ଭାଙ୍ଗିବୁ ଆମେରେ

ମିତ୍ରଭାବ ହୃଦେ ଧରିବୁ

ଅନ୍ଧବିଶ୍ବାସ କୁସଂସ୍କାର ଭାବ

ସମାଜୁ ଦୂରେଇ ଦେବୁ,

ହୀନ ଭାବନା ନାସିବୁ

ବୃଦ୍ଧ ବୃଦ୍ଧାଙ୍କ ବ୍ୟଥା ହରିବୁ

ଶେଫାଳୀର ସମ ଡ଼ିବା ଆଗରୁ

ଝରାଇ ଦେବୁ ସୁବାସ ॥୪॥

 

ସମ୍ପାଦିକା, ଶାଶ୍ଵତ ସେତୁ ତିର୍ତ୍ତୋଲ, ଜଗତସିଂହପୁର

WE ARE THE FUTURE OF THE COUNTRY.


Oh! An ignition of a novel endeavour 

Has sparked in our hearts in this new year!

On the laps of our Alma Maters, we'll sculpt our future

With the blessings and able guidance of our teachers rare!

  


Copyright: Dr. Shankar D Mishra 

 

No comments:

Post a Comment