*ଅବ୍ୟକ୍ତ ବେଦନା*
ବାସନ୍ତୀ ଲତା ଜେନା
ଅବ୍ୟକ୍ତ ବେଦନା ହୃଦୟକୁ ଜାଳେ
ତିଳ ତିଳ ଦଗ୍ଧ କରେ
କହି ହୁଏ ନାହିଁ ସହି ହୁଏ ନାହିଁ
ନୀରବରେ ଅଶ୍ରୁ ଝରେ l0l
ମାନବ ଜୀବନ ଜଞ୍ଜାଳରେ ପୂର୍ଣ୍ଣ
ଅଦେଖା ଘାଆଟି ପରି
ଦେଖି ହୁଏନିକି ଦେଖାଇ ହୁଏନି
ମନ ଯାଉ ଥାଏ ମରି
ଆଖିର ନିଦକୁ ହଜାଇ ସେ ଦିଏ
ମନର ଶାନ୍ତିକୁ ହରେ l୧l
ଦୁଃଖର ଜୀବନ ସ୍ବପ୍ନକୁ ହଜାଏ
ଶୁଷ୍କ ଆଶା ବୈତରଣୀ
ସାହାରା ମରୁରେ ଜୀବନ ନୀରସ
ମଉଳା ଫୁଲ କାହାଣୀ
ବିଶ୍ୱାସୀ ବାନ୍ଧବ ମିଳିବା ତ କଷ୍ଟ
ଏହି ଭବ ସଂସାରରେ l୨l
ଅମା ଅନ୍ଧକାର ଆସଇତ ଘୋଟି
ଦୁଃଖ ପରେ ଦୁଃଖ ନେଇ
ଏକାକୀ ଜୀବନ ଭାରି କଷ୍ଟ ଲାଗେ
ଜୀବନ ଜିଇଁବା ପାଇଁ
ଆତ୍ମୀୟ ସ୍ୱଜନ ପ୍ରତାରଣା ଦ୍ୟନ୍ତି
କହି ହୁଏ ନାହିଁ କାରେ l୩l
ଗାନ୍ଧୀନଗର, ପୋଷ୍ଟ / ଜିଲ୍ଲା : ନବରଙ୍ଗପୁର
"UNSPOKEN ANGUISH"
The unspoken pain, like a spring breeze, burns the heart, bit by bit,
Cannot be expressed, cannot be tolerated, in silence, tears flow.
In the labyrinth of human life, there are unseen wounds,
Like a withered flower, it cannot be seen, but it exists.
The mind wants to die, closing its eyes, it gives peace to the mind,
But the life of sorrow wakes up the dream, dry hope, and the desert of life.
In this world, the story of a withered flower is tasteless,
The pain of meeting a trustworthy friend is the greatest pain.
Oh, the dark night, one sorrow after another,
Carrying the burden of life alone, it's hard to live.
There is no one to rely on, no one to trust,
No one says anything, what can be done?
No comments:
Post a Comment