Saturday 21 September 2024

ଓଡ଼ିଆ କବିତା "କର ତାଙ୍କ ପରି କାମ" / TRANSLATED ENGLISH POEM "WORK AS HE DID."

 

କର ତାଙ୍କ ପରି କାମ

ସୁଜିତ୍ କୁମାର ମିଶ୍ର

 

ଜାଣିଛ କି ପିଲେ କିଏ କହିଦେବ

ଜାତୀୟ ପିତାଙ୍କ ନାମ,

ଯାହା ପାଇଁ ଦିନେ ଦୂର ହୋଇଥିଲା

ମାଟି ମାଆ ଦୁଃଖ ଆମ ?

 

ବୁଲି ବୁଲି ସିଏ ଏକାଠି କରିଲେ

ମାଟିର ସନ୍ତାନଙ୍କୁ,

ସତ୍ୟ ଅହିଂସାର ମନ୍ତ୍ରରେ ଦୀକ୍ଷିତ

କରାଇଲେ ସଭିଏଁଙ୍କୁ

 

ବେତମାଡ ଖାଇ ବନ୍ଦୀଘରେ ରହି

ଚଳାଇଲେ ଆନ୍ଦୋଳନ,

ଫିରିଙ୍ଗି ଶାସନ ଟଳମଳ ହେଲା

ଦେଖ୍ ତାଙ୍କ ସ୍ବାଭିମାନ

 

ଚରଖା ଚଲାଇ କାଟିଲେ ସୁତା ସେ

ପିନ୍ଧିଲେ ଖଦଡ ଧୋତି,

ଡାକରା ଦେଲେ ସେ ସ୍ବଦେଶୀ ପୋଷାକ

ପିନ୍ଧିବାକୁ ନିତି ନିତି

 

ଚେତାବନୀ ଦେଲେ ସେମାନଙ୍କ କାନେ,

“ସହସା ମାଟିକୁ ଛାଡ,”

ଗୋରା ଚାଲିଗଲେ ଗଣ୍ଠିଲିକୁ ଧରି

ଜିଣିଲେ ସେ ହୃଦ ଗଡ

 

ଆଖୁରେ ଗୋଲିଆ ଚଷମା ପିନ୍ଧନ୍ତି

ହାତେ ଲମ୍ବା ଲାଠି ଏକ,

ଅଣ୍ଟାରେ ଘଣ୍ଟାଟେ ଝୁଲୁଥାଏ ନିତି

ପ୍ରିୟ ତାଙ୍କ ଏଇ ଭେକ

 

ସଭିଏଁ କହିଲେ ଆନନ୍ଦେ କୁରୁଳି

ମହାତ୍ମା ଗାନ୍ଧୀଙ୍କ ନାମ,

ସାବାସୀ ଦେଇକି ଗୁରୁଜୀ କହିଲେ

କର ତାଙ୍କ ପରି କାମ

 

ଜନାର୍ଦ୍ଦନପୁର ଶାସନ କେନ୍ଦୁଝର ମୋ : ୭୬୮୩୮୬୭୭୪୨

 

No comments:

Post a Comment