Friday 5 May 2023

ଓଡ଼ିଆ କବିତା "ସ୍ୱପ୍ନ" / TRANSLATED ENGLISH POEM " A DREAM"

 


ସ୍ୱପ୍ନ....।

   ଯଦି ମୁଁ ହୋଇ ଥା'ନ୍ତି ମୁକ୍ତ

          ଆକାଶର ଵିହଙ୍ଗ!!

ନୀଳ ଆକାଶର ବୁକୁ ଚିରି

ଖୋଜି ଥା'ନ୍ତି ଶାନ୍ତିର ନିଳୟ।

ଖୋଲି ଦେଇ ମୋ ମନଝରକାକୁ

  ପିଇ ଥା'ନ୍ତି ଶାନ୍ତିର ମଦିରା,

ଆଉ ଭୁଲି ଥା'ନ୍ତି ମୋ'ଉଦାସୀ

    ମନର ଉଦାସୀନତାକୁ ;

ହଜିଥା'ନ୍ତି ନିଜେ ନିଜର ଭିତରେ 

ଖୋଜି ଥା'ନ୍ତି ମୁଁ ମୋ ଜୀବାତ୍ମାକୁ

ଆପଣେଇ ନିଅନ୍ତି ମୋ ଭିତରକୁ

ସଵୁ ଆଶା,ସଵୁ ସ୍ୱପ୍ନ ଏକୀଭୂତ 

      କରି ରଚିଥା'ନ୍ତି ମୋ'କଳ୍ପନାର ସଉଧ:

ନିଃଶେଷ ହୋଇ ଥା'ନ୍ତି

ମୋ' ନିଜ ଭିତରେ।

ନିବଦ୍ଧ ହୋଇ ରହିଥା'ନ୍ତି

ମୋ'ନିଜ ବଳୟରେ:

ଆଉ ପିଇଥାନ୍ତି ସଵୁ ଦୁଃଖକୁ

ମୋ' ହାତ ପାପୁଲିରେ।


A DREAM

 

A DREAM

 

Would that I were a bird of the free and unfettered sky,

I could fly through her bosoms to seek a peaceful home!

Opening up the windows of my mind I could sip blissful drinks

And would forget the angst of my anxious and nervous mind;

Ah! I’d ecstatically lose myself in me in search of my Soul

I would hug into me all the hopes and dreams, and pull together

To build a magnificent mansion of my imaginations:

I would mingle myself in me

I would fence myself in my periphery

And I would drink away all the draughts of sorrows

With my own cupped palms…….!


Copyright: Dr. Shankar D Mishra, Sr. Lecturer in English, Bhubaneswar, Odisha, India   21.05.2023
WhatsApp number: 8249297412
Blog: sdmpoetry.blogspot.com
Email: devankarpublications@gmail.com
Website: https://devankarclasses.

N. B. This poem is translated from an Odia poem "ସ୍ୱପ୍ନ"/"Swapna" written by Manjuprabha Mishra, a retired Highschool Teacher, Cuttack, Odisha, India
8763744264

ବି. ଦ୍ର. :- ଯେଉଁ ଓଡ଼ିଆ କବି ମାନେ ସେମାନଙ୍କ ଓଡ଼ିଆ ରଚନା ର ଇଂଲିଶ ରୂପାନ୍ତର ଡ଼. ମିଶ୍ରଙ୍କ ଦ୍ୱାରା କରେଇବା ପାଇଁ ଇଛୁକ, ସେମାନେ ଏହି Whatsapp ନୁମ୍ବର ରେ ଯୋଗାଯୋଗ କରିପାରିବେ l (8249297412)

Please share this poem to your friends to enjoy reading it. Thank you. 🌹❤️❤️🙏

ଦୟାକରି ଏହି କବିତା ଟି ଆପଣଙ୍କ Whatsapp ଓ Facebook ସାଙ୍ଗ ମାନଙ୍କୁ share କରି ସେମାନଙ୍କୁ ମଧ୍ୟ ଏହାକୁ ପଢି ଉପଭୋଗ କରିବାକୁ ସୁଯୋଗ ଦିଅନ୍ତୁ l ଧନ୍ୟବାଦ 🙏❤️🌹🙏
Image credit: Google

2 comments:

  1. ବହୁତ ସୁନ୍ଦର ଓଡିଆ କବିତା ଓ ଇଂଗ୍ରାଜୀ ଅନୁବାଦ । ଖୁବ୍ ଭଲ ଲାଗିଲା ।

    ReplyDelete