Tuesday 2 May 2023

ଜୀବନ ପାଣି ଫୋଟକା

  ଜୀବନ ପାଣି ଫୋଟକା
    ମଣିଷ ଜୀବନ ପାଣିର ଫୋଟକା
          ଏହି ଅଛି ଏହି ନାହିଁ
    ରୂପ ଯୌବନ ନୁହେଁ ଚିରସ୍ଥାୟୀ
        ସବୁ ଅଟେ କ୍ଷ୍ୟଣସ୍ଥାୟୀ ||
     ଶୂନ୍ୟ ହାତେ ଏଠି ଆସିଛୁ ଆମେ
         ଶୂନ୍ୟ ହାତେ ଯିବୁ ଫେରି
     କେହି ଯିବେ ନାହିଁ ଆମରି ସାଥେ
          ଏକା ଯିବୁ ଏକା ଫେରି ||
      ଗର୍ବ ହିଂସା ଏଠି କଣ ପାଁଇ ବାବୁ
          କିଏ ଏଠି ଆମ ପାଁଇ
      ଦୟା କ୍ଷମା ସତ୍ୟ ରଖିଥିଲେ ବାବୁ
          ଧର୍ମ ଥିବ ଆମ ପାଁଇ ||
    ଝରଣା ରାଉତ,କରପଦା,ବିଂଝାରପୁର,ଯାଜପୁର

No comments:

Post a Comment