Monday 8 May 2023

ଓଡ଼ିଆ କବିତା "ବୋଉ"/ TRANSLATED ENGLISH POEM "MOTHER"

 ବୋଉ

କୁଞ୍ଜବିହାରୀ ରାଉତ 

*********************

ବୋଉ,

ମମତାର ଦରିଆଟିଏ

ଆତ୍ମବିଶ୍ବାସର ପ୍ରତିଛବିଟିଏ 

ଆଶା ଭରସାର ମୂର୍ତ୍ତିଟିଏ

ଦୁଃଖରେ ଲୁହ ପିଇ ଖୁସିରେ ହସ ବାଣ୍ଟୁଥିବା ମଣିଷଟିଏ 

ସହନଶୀଳତାର ମୂର୍ତ୍ତିଟିଏ .....

ବିଶ୍ବାସ ର ଛାତଟିଏ 

ଧୈର୍ଯ୍ୟର ବନ୍ଧଟିଏ 

ନୀଳଦିଗବଳୟର ଆଶାର କିରଣଟିଏ 

ଭଲର ମନ୍ଦ ର ସାଥୀଟିଏ 

ନିଜେ କାନ୍ଦି ହସାଉଥିବା ମଣିଷଟିଏ 

ଜୀବନ ବଂଚିବାର ରାହାଟିଏ.....

ବୋଉ,

ଆଶା ବିଶ୍ବାସର ମୂର୍ତ୍ତିଟିଏ

ସୁଖଦୁଃଖକୁ ବାଣ୍ଟିପାରୁଥିବା ମଣିଷଟିଏ 

ବିପର୍ଯ୍ୟୟ ଓ ଆନନ୍ଦ ମୁହୂର୍ତ୍ତର ସାଥୀଟିଏ 

ନିର୍ବାକ ମୁହଁରେ କଥାଟିଏ 

ଜୀବନ ଜିଇବାର କଳାଟିଏ

ଅମଡା ବାଟରୁ ଫେରାଇ ଆଣୁଥିବା ପଥଟିଏ,

ଜୀବନର ଜିଇବାର ଅନ୍ତଃସ୍ବରଟିଏ

ଭଲପାଇବାର ମୂର୍ତ୍ତିଟିଏ 

ଅଭାବ ଅସୁବିଧାର ବଂଧୁ ଟିଏ 

ସମୟକୁ ପରଖିଥିବା ବ୍ୟକ୍ତି ଟିଏ 

ଜୀବନ ସଂଘର୍ଷରୁ ଉତୁରିଥିବା ନଦୀଟିଏ 

ସେ ମୋ ବୋଉ, ତା'ପରି ପୁଣି ଆଉ କିଏ??

*********************

୧୪୮/୫,ହମିରପୁର, ରାଉରକେଲା 

ମୋ : ୯୦୯୦୦୯୦୨୨୫

No comments:

Post a Comment