ଜଳ ଛତ୍ର
ଜଳ ହିଁ ଜୀବନ ଜଳ ପ୍ରାଣଧନ
ଜଳ ଈଶ୍ବର ସମାନ
ସର୍ବଶ୍ରେଷ୍ଠ ଦାନ କରୁଣା ନିଧାନ
ତୃଷା କରେ ନିବାରଣ॥
ସ୍ଥାବର ଜଙ୍ଗମ ପଶୁ ପକ୍ଷୀଗଣ
କୀଟ ପତଙ୍ଗାଦି ମାନ
ନଦ ନଦୀ ମାନେ ଜଳେ ପ୍ରବାହିତ
କରନ୍ତି ଜନକଲ୍ୟାଣ ॥
ନିଦାଘ ସମୟ ବଡ ନିଦାରୁଣ
ପଥିକ ଖୋଜଇ ଜଳ
ମାଠିଆରେ ପାଣି ଭରିଥାନ୍ତି ଆଣି
ଯୋଗାଏ ବାଟୋଇ ବଳ॥
ସହର ମଧ୍ଯରେ ଗ୍ରାମାଞ୍ଚଳ ପୁରେ
ପାନୀୟ ପ୍ରକଳ୍ପ ମାନ
ଜଳ ଛତ୍ର ଦାନ ସେବା ପୂଣ୍ଯ ଧର୍ମ
କର ଆହେ ସାଧୁ ଜନ॥
ଧନ୍ୟ ସେ ଜୀବନ ଜଳ କରେ ଦାନ
ପରହିତେ ମନ ପ୍ରାଣ
କଳସୀ ରେ ଜଳ ରଖଇ ଜୀବନ
ତୃଷା କରେ ନିବାରଣ
ବସନ୍ତ କୁମାର ସାହୁ
ଦେଉଳି
ଖୋର୍ଦ୍ଧା
x
ଜଳ ହିଁ ଜୀବନ ଜଳ ପ୍ରାଣଧନ
ଜଳ ଈଶ୍ବର ସମାନ
ସର୍ବଶ୍ରେଷ୍ଠ ଦାନ କରୁଣା ନିଧାନ
ତୃଷା କରେ ନିବାରଣ॥
ସ୍ଥାବର ଜଙ୍ଗମ ପଶୁ ପକ୍ଷୀଗଣ
କୀଟ ପତଙ୍ଗାଦି ମାନ
ନଦ ନଦୀ ମାନେ ଜଳେ ପ୍ରବାହିତ
କରନ୍ତି ଜନକଲ୍ୟାଣ ॥
ନିଦାଘ ସମୟ ବଡ ନିଦାରୁଣ
ପଥିକ ଖୋଜଇ ଜଳ
ମାଠିଆରେ ପାଣି ଭରିଥାନ୍ତି ଆଣି
ଯୋଗାଏ ବାଟୋଇ ବଳ॥
ସହର ମଧ୍ଯରେ ଗ୍ରାମାଞ୍ଚଳ ପୁରେ
ପାନୀୟ ପ୍ରକଳ୍ପ ମାନ
ଜଳ ଛତ୍ର ଦାନ ସେବା ପୂଣ୍ଯ ଧର୍ମ
କର ଆହେ ସାଧୁ ଜନ॥
ଧନ୍ୟ ସେ ଜୀବନ ଜଳ କରେ ଦାନ
ପରହିତେ ମନ ପ୍ରାଣ
କଳସୀ ରେ ଜଳ ରଖଇ ଜୀବନ
ତୃଷା କରେ ନିବାରଣ
ବସନ୍ତ କୁମାର ସାହୁ
ଦେଉଳି
ଖୋର୍ଦ୍ଧା
x
No comments:
Post a Comment