Monday 1 May 2023

ଓଡ଼ିଆ କବିତା "ବିଶ୍ବ ଶ୍ରମିକ ଦିବସ" / TRANSLATED ENGLISH POEM " WORLD LABOURERS' DAY"

 ବିଶ୍ବ ଶ୍ରମିକ ଦିବସ 

        ****************

                କୈଳାସ ଚ଼ନ୍ଦ୍ର ପାଢ଼ୀ।


ବେସରମୀ ଏଇ ମଣିଷ ପାଳୁଛି

        ବିଶ୍ବ ଶ୍ରମିକ ଦିବସ,

ଦେଖିଛିକି କେହି ତା ଓଠ ତଳରୁ

        ଲିଭି ଯାଇଥିବା ହସ ।।


ଆନ ଓଠେ ହସ ଭରିଦେବା ପାଇଁ

        ନିଜ ଲୁହ ନିଜେ ପିଏ,

ଦେଶପାଇଁ ତାର ଅବଦାନ ଯେତେ

        ବୁଝି ଅଛି ଅବା କିଏ ।।


ଶତ-ସପନକୁ କବର ଦେଇ ସେ

        ଶ୍ରମେ ଯାଇଥାଏ ମାତି,

ତା ଶ୍ରମ ବଳରେ ବଢ଼ିଥାଏ ସିନା

        ସମ୍ମାନ ଏ ଜାତି ଖ୍ୟାତି।।


ଯେତେ ନାଲିଆଖି ଡରି ମରି ସହେ

         କେ କେବେ କହିଛି ଆହା,

ଖଟିଖଟି ରକ୍ତ ପାଣି ହୁଏ ତାର

         ଆମେ ନେଉ ବାହା ବାହା।।


ଉଜୁଡ଼ା ତା ଘର ସଂସାରର ଦୁଃଖ

         ଦେଖି ଆମେ ହସୁଥାଉ,

ଶ୍ରମିକ ଦିବସ ପାଳୁ ସରାଗରେ

         ଏ କେଉଁ ପ୍ରକାର ଭାଉ ।।


ଡାମରା କାଉର ରାଉ ରାଉ ଶବ୍ଦ

         ସ୍ତବ୍ଧ କରେ କାନମୂଳ,

ଶ୍ରମିକ ଭାଇଙ୍କୁ କୋଟି ଜୁହାର ମୋ

          ସାହା ତାଙ୍କୁ ଆଦିମୂଳ ।।

          ******************

କୁମାର ପୁର। ଅନନ୍ତ ପୁର।

ବାସୁଦେବ ପୁର। ଭଦ୍ରକ ।

""""""""""""""""""""""""""""""""

No comments:

Post a Comment