Friday 5 May 2023

ଓଡ଼ିଆ କବିତା "ନାରୀ" /TRANSLATED POEM " A WOMAN "

ନାରୀ
             ବାସନ୍ତୀ ଲତା ଜେନା 

ପ୍ରକୃତିର ଶୋଭା ଅଟେ ପରା ନାରୀ 
        ସୃଜନ କାରିଣୀ ସେହି 
 ଲାଳନ ପାଳନ ଧାରଣ କରେ ସେ 
       କୁଳ ବଂଶ ରକ୍ଷା ପାଇଁ l 1l 
ସନ୍ତାନଙ୍କ ପାଇଁ ମମତାର ଡୋରି 
         ଘର ପାଇଁ ବହୂ ଟିଏ 
 ନାରୀ ବିନା ପୁଂଷ ନୁହେତ ସମ୍ପୂର୍ଣ୍ଣ 
         ଗୀତା ଭାଗବତ କହେ l 2l 
 ଆଜିର ନାରୀ ତ ପଛୁଆ ନୁହଇଁ 
       ସବୁ କାମେ ଆଗଭର 
 ଘର କାମ ସାଥେ ସମାଜ ଦାୟିତ୍ୱ 
        କରୁ ଥାଏ ନିରନ୍ତର l 3l 
 ପାଣିରେ ବୁଡ଼ୁଛି ଆକାଶେ ଉଡୁଛି 
        ଅଫିସରେ କରେ କାମ 
 ପିଅନଙ୍କ ଠାରୁ ଅଫିସର ଯାଏ 
        ସବୁଠି ତାହାର ନାମ l 4l 
 ରାଜ୍ୟ ଶାସନରେ ଭାଗ ନେଉଅଛି 
        ଦେଶ ସେବା କରୁ ଅଛି 
 ଝାନସୀର ରାଣୀ ଭିକ୍ଟୋରିଆଙ୍କ ପରି 
       ନିଜ କାମ ତୁଲାଉଛି l 5l 
 ଯେ ଦେଶର ନାରୀ ଶିକ୍ଷିତା ଅଟଇ 
       ସମୃଦ୍ଧି ଶାଳୀ ସେ ଦେଶ 
ସେ ନାରୀକୁ ଆମେ ସନମାନ ଦେବା 
       କେବେ ନ ହେବା ବିରଷ l 6l 
ସଂସ୍ଥିତେ ନାରୀ ଯେ ଲକ୍ଷ୍ମୀ ସରସ୍ୱତୀ 
       ବିଶମେ ଚଣ୍ଡିକା ରୂପ 
ବାହ୍ୟ ଶତୃଙ୍କର ମୁକାବିଲା କରେ 
      ନିଜେ ଜଳି ହୁଏ ଧୂପ l7l 
ନାରୀର ଶଶକ୍ତି ରାଷ୍ଟ୍ରର ଉନ୍ନତି 
       ଦେଶ ହୁଏ ବିକଶିତ 
ନାରୀକୁ ମର୍ଯ୍ୟାଦା ସନମାନ ଦେଲେ 
         ନାରୀ ହେବ ସୁରକ୍ଷିତ l8l  
ଯେଉଁ ଘରେ ନାରୀ ସନମାନ ପାଏ 
      ସେ ଘରେ ଦେବତା ବାସ 
ସେ ଘରର ଲୋକେ ଖୁସିରେ ରହନ୍ତି 
       ଦୁଃଖ ହୋଇ ଯାଏ ଶେଷ l9l
ଯୁଗେ ଯୁଗେ ନାରୀ ଚିର ବନ୍ଦନୀୟା
      ନାରାୟଣୀ ଅଂଶ ସେହି
ସର୍ବଂସହା ସିଏ ଧରଣୀ ରୂପରେ
     ସେନେହ ମମତାମୟୀ l10l
                  ---- + ----
      
  ଗାନ୍ଧିନଗର, ପୋଷ୍ଟ /ଜିଲ୍ଲା :
     ନବରଙ୍ଗପୁର

No comments:

Post a Comment