Tuesday 9 May 2023

ଓଡ଼ିଆ କବିତା " ପରିବେଶ ସଚେତନତା" / TRANSLATED ENGLISH POEM "AWARENESS ON ENVIRONMENT"

 ପରିବେଶ ସଚେତନତା
        ବାସନ୍ତୀ ଲତା ଜେନା
ଆମ ପରିବେଶ ସବୁଜ ସୁନ୍ଦର
     ନିଜ ହାତରେ କରିବା
ବୃକ୍ଷ ଲଗାଇବା ଯତ୍ନ ତାର ନେବା
     ବସୁଧାକୁ ହସାଇବା   l
ଧରଣୀ ହସିଲେ ପ୍ରାଣୀ ତ ହସିବ
     ଫୁଲ ଫଳ ଦେବ ଭରି
ସୁଲୁ ସୁଲୁ ବାଆ ମୃଦୁ ମଳୟରେ
     ମନ ଯାଉ ଥିବ ପୂରି   l
ଶୁଦ୍ଧ ଅମ୍ଳଜାନ ସଭିଙ୍କୁ  ମିଳିବ
    ଆୟୁଷ ଯିବରେ ବଢ଼ି
ନାନା ଜାତି ଫୁଲେ ହସିବ ଧରିତ୍ରୀ 
     ଫୁଟି ଯିବ ଫୁଲ କଢି   l
ପରିବେଶ ଯଦି ଦୂଷିତ ହୋଇବ
     କଳୁଷିତ ହେବ ମନ
ଶରୀର ହୃଦୟ ଅସୁସ୍ଥ ହୋଇବ
       କହିଛନ୍ତି ଜ୍ଞାନୀ ଜନ  l
ଗୃହ ପରିବେଶ ଅନ୍ଧାରୁଆ ହେଲେ
     ଥିଲେ ଆବର୍ଜନା ପୂର୍ଣ୍ଣ
ରାସ୍ତା ଘାଟ ଗ୍ରାମ କୂପ ପୁଷ୍କରିଣୀ
     ଦୂଷିତ କ୍ଷତି ସାଧନ   l
ଗୃହ ଚତୁପାର୍ଶ୍ଵ ଜଳ ନିଷ୍କାସନ
     ପରିଷ୍କାର ରଖୁ ଥିବ
ପାଇଖାନର ଯେ ସୁବ୍ୟବସ୍ଥା କରି    
  ଯତ୍ନ ଶୀଳ ହେଉ ଥିବ l
ପରିବେଶ ରକ୍ଷା ଜୀବନ ସୁରକ୍ଷା
    ସଭା ସମ୍ମିତି କରିବ
ରେଡ଼ିଓ ଟି ଭି ରେ ପ୍ରଚାର କରିଲେ
     ସଚେତନତା ବଢିବ   l


ଗାନ୍ଧୀନଗର, ପୋଷ୍ଟ / ଜିଲ୍ଲା :ନବରଙ୍ଗପୁର

    8658655979

No comments:

Post a Comment