Friday 5 May 2023

ଓଡ଼ିଆ କବିତା "ବର୍ଷା ଓ ପ୍ରିୟା" /TRANSLATED ENGLISH POEM " RAIN AND MY BELOVED "

 ବର୍ଷା ଓ ପ୍ରିୟା....!!

**************

                                             🌹ଲୋପାମୁଦ୍ରା ଜେନା 

ବରଷା ଝରିଲେ ଝିପଝିପି ହୋଇ

ମନରେ ଲାଗଇ ନିଆଁ ,

କଳାମେଘୀ ତୁମ କୃଷ୍ଣ କବରୀରେ

ଶ୍ରାବଣର ଋତୁ ଛୁଆଁ !!


ବରଷା ଝରିଲେ କଦମ୍ବ ପତରୁ

ପାଉଁଜି ତୁମର ବାଜେ ,

ଯମୁନା ବହୁ କି ନ ବହୁ ଉଜାଣି

ତୁମ ଭାବେ ମୁହିଁ ହଜେ !!


ବରଷା ଝରିଲେ ଆଖି ତୁମ ଲାଗେ

ଛଳ ଛଳ ନୀଳ କଇଁ ,

କବିତା ଧାଡିଏ ଆପେ ଝରିଯାଏ

ପ୍ରିୟା ଗୋ' ତୁମକୁ ଛୁଇଁ !!


ବରଷା ଝରିଲେ ତୁମେ ଝରୁଥାଅ

ହୃଦୟର ବେଳାପ'ରେ ,

ଏ ବରଷା ସହ କି ସଂପର୍କ ପ୍ରିୟା

କହିଦିଅ ଖୋଲି ଥରେ !!

No comments:

Post a Comment