Friday 5 May 2023

ଓଡ଼ିଆ କବିତା "'ମୁଁ କଣ ମାଆ ନୁହେଁ'?" /TRANSLATED ENGLISH POEM "AM I NOT A MOTHER?"

 ମୁଁ କଣ ମାଆ ନୁହେଁ'?

*ଉମାକାନ୍ତ ଦାସ


ନ ଥିଲି କି ଝିଅ ନ ଥିଲି କି ନାରୀ

      ପତ୍ନୀ ହୋଇ ସ୍ବାମୀ ପାଇଁ, ?

ପୁତ୍ର ଜନ୍ମ କରି ନ ଥିଲି କି କେବେ

       ମାଆ ମୁଁ କାହାର ହୋଇ।। ?


ସ୍ବାମୀ ହରା ହେଲି ଏକା ମୁଁ ରହିଲି

          ଭାଗ୍ୟକୁ ଆଦରି ନେଇ,

ସନ୍ତାନମାନଙ୍କୁ ପାଳନ କରିଲି

          ଅଇଁଠା ବାସନ ଧୋଇ।।


ମୋ ଘର ଛପର କଲାନି ଆଦର

          କାନ୍ଦେ ଏଠି କଇଁ କଇଁ,

ରାଜଧାନୀ ମାଟି ହୋଇଛି ଭଗାରୀ

        ଶୁଣନ୍ତି ନି ଦୁଃଖ କେହି।।


ହାତେ ନାହିଁ ଢାଳ ମୁଣ୍ଡେ ନାହିଁ ଚାଳ

     ରାସ୍ତା କଡେ ଯାଏ ଶୋଇ,

ଝୁଲାଟିରେ ରଖେ ମୋ ଆସବାବପତ୍ର

      ବଞ୍ଚେ ମାଗି ଯାଚି ଖାଇ ।।


ପଲଥିନୀ ଏକ ଖାଦ୍ୟ ପାତ୍ର ମୋର

     ଭାଗ୍ଯେ ଲେଖା କିବା ଏହି,

ପୁଣି ବି ବଞ୍ଚିଛି ସମାଜ ନିମନ୍ତେ

     ଜନ କଲ୍ଯାଣର ପାଇଁ ।।


ଆଧୁନିକ ଜନ ଶୁଣ ମୋ କ୍ରନ୍ଦନ

     ଆସ ମୋ ନିକଟେ ଧାଇଁ,

ରୂପ ରେଖ ମୋର ଅନୁଭବ କର

   ନିର୍ଦ୍ଦୟ ହୁଅନି କେହି ।।


ନୂତନ ନିର୍ମାଣ କର ଏ ଭାରତ

      ହିଂସା ଭାବ ଭୁଲି ଯାଇ,

ମାନବ ଧର୍ମର ହୁଅ ହେ ସେବକ

     କପଟତା ଏଡି ଦେଇ ।।


ମାଆ,ମାଟି,ଭାଷା ନ ଦେଖୁ ତାମସା

          ହସୁ ସେ ସଭିଙ୍କ ପାଇଁ,

ସତ୍ଯବାଦୀ ତାର ସନ୍ତାନ ହୁଅନ୍ତୁ

       ସତ୍ୟ,ସେବା,ଧର୍ମେ ରହି।।

*************************

ଲାଲବାଗ, ଖାନନଗର, ମଙ୍ଗଳ ପୁର

ଯାଜପୁର,୯୮୭୩୨୩୬୪୪୧

No comments:

Post a Comment