Wednesday 17 May 2023

ରୀନା ରାଣୀ ମହାନ୍ତି ଙ୍କ ଓଡ଼ିଆ କବିତା

 [5/16, 11:26 PM] Odia Poet Rinarani Mohanty: ଚନ୍ଦ୍ରିକା ପତର 🌹

ବୈଶାଖୀ ଗୋ ତୁମ ଅଳସ ତନୁରେ

କୃଷ୍ଣଚୁଡାର ଓଢଣୀ

ତୁମ ଅଗଣାରେ ଧୂସର ମାଟିରେ

ହେନା ଫୁଲ ଦିଏ ବୁଣି 🌹

ସାଜି ପ୍ରଣୟିନୀ ବୈଶାଖୀଗୋ ତୁମେ

ପ୍ରିୟର ପାଇଁ ଆତୁର

ବକ୍ଷକୁ ବିଦାରି ଚାହଁଥାଅ ଖାଲି

ନୃତ୍ୟ ଆଗମନି ସୁର 🌹

ବସନ୍ତର ବାସ ଗଲାଣି ଦେହରୁ

ନିଧାଗର ଜ୍ୱାଳା ପାଇଁ

ଲାଜୁକୀ ଲତାର ଝାଉଁଳା ପତ୍ରରେ

ଜହ୍ନତ ଗଲାଣି ନଇଁ 🌹

ବନାନୀ ଦେଇଛି ଚନ୍ଦ୍ରିକା ପତର

ମଧୁ ମାଳତୀର ପାଇଁ

ଚିନି ଚମ୍ପାରୁ ଚମକ ଚେନାଏ

କେତେ ପ୍ରୀତି ରଙ୍ଗ ଦେଇ 🌹

ବୈଶାଖୀ ବାଆରେ ଅନୁଭବ କରେ

ସାଉଁଟି ବସନ୍ତ ସ୍ମୃତି

ହଜିଯାଏ ନିଦ ଝରି ପଡେ ଛନ୍ଦ

ଏଇ ଝିଲ୍ଲୀମିଲ୍ଲୀ ରାତି 🌹

ଝଲା ବାଦଲତ ଅଭିମାନେ ଖାଲି

ଅନୁରାଗ ଢାଳି ଦେଇ

ବୈଶାଖୀ ର ଶୋଷ ଖାଲି ଅବଶୋଷ

ଆଷାଢ଼କୁ ରହେ ଚାହିଁ 🌹


ରୀନା ରାଣୀ ମହାନ୍ତି.

ଭିଜିଲାନ୍ସ କଲୋନୀ

କଲ୍ୟାଣୀ ନଗର

କଟକ 🌹

[5/16, 11:28 PM] Odia Poet Rinarani Mohanty: *ପୁଣ୍ୟମାଟି ଉତ୍କଳ*

⚘⚘⚘⚘⚘⚘⚘⚘


କେଉଁ ପୁରାତନ କାଳରୁ ଆମ ଉତ୍କଳ ଭୂଇଁରେ କେତେ କେତେ ମହାନ ବ୍ୟକ୍ତି ଜନ୍ମ ଗ୍ରହଣ କରିଛନ୍ତି ।

ଏଇ ଓଡିଶା ଭୂଇଁକୁ ପବିତ୍ର ଭୂମି ବୋଲି କୁହାଯାଏ ।

ଏହାର ଅତୀତ ଇତିହାସ ଗୌରବ ମୟ ଏବଂ ସ୍ମରଣୀୟ ।

କ୍ଷଣ ଭଙ୍ଗୁର ଏଇ ସଂସାରରେ ପୃଥ୍ୱୀ କ୍ଷଣ କ୍ଷଣକେ ଆନ- ଏଇ ସୂତ୍ରରେ ସବୁ କିଛି ପରିବର୍ତ୍ତନ ହୋଇ ଥାଏ ।

 ମଣିଷର ଚିନ୍ତା ଓ ଚେତନା ଏବଂ ଭାବନା ଏଥିରୁ ବିଚ୍ୟୁତ ହେବ କିପରି ?

ମଣିଷ ପ୍ରତି ମୁହୂର୍ତ୍ତରେ ସୁଖ ଦୁଃଖ, ହସ କାନ୍ଦ, ବିଷାଦ, ଅବସାଦ ଏବଂ ଭାବନାର ବିଭିନ୍ନ ପ୍ରବାହ ଦେଇ ଗତିକରେ । ସେଇସବୁ ଭାବନା ଓ ଚିନ୍ତନର ସ୍ମୃତି ଆଲେଖ୍ୟ 

  କଲମ ମୁନରୁ ନିଃସଙ୍କୋଚରେ ଝରିଆସେ ।

ଜଗତର ନାଥ ଶ୍ରୀ ଜଗନ୍ନାଥ ଆମ ଏଇ ଓଡିଶା ମାଟିରେ ପୂଜା ପାଉଛନ୍ତି ।

ଯୁଗେ ଯୁଗେ ଏଇ ଓଡିଶା ମାଟିରେ କେତେ ମୁନିୠଷି ,ବୈଜ୍ଞାନିକ, ଲେଖକ, କବି, ଗୀତିକାର, ନାଟ୍ୟକାର, ସାମ୍ବାଦିକ, ରାଜନେତା ଓ ସମାଜର ଭିନ୍ନ ଭିନ୍ନ ଶ୍ରେଣୀର ଲୋକମାନେ 

 ଜନ୍ମ ଗ୍ରହଣ କରି ଏଇ ମାଟିର ମହିମାକୁ

ମହିମାମଣ୍ଡିତ କରିଛନ୍ତି ।

 ସାରା ଜଗତରେ ନିଜ ପ୍ରତିଭାର ଆଲୋକ ବିଛୁରିତ କରିଛନ୍ତି ।

 

ଏ ଅଳୀକ ମଣିଷ ଜୀବନ ପାଣିଫୋଟକା ପରି କ୍ଷଣସ୍ଥାୟୀ । ଫୁଲ ପରି ଫୁଟେ ପୁଣି ମଉଳି ଯାଏ ।

ମାତ୍ର ଯେଉଁ ମାନେ ନିଜର ଆତ୍ମବଳ, ସାଧନା ଓ ସିଦ୍ଧି ଦ୍ଵାରା ଜଗତକୁ ନୂତନ ଆଲୋକର ପଥ ଦେଖାଇଥାଆନ୍ତି- ସେମାନେ ହେଉଛନ୍ତି ଯଥାର୍ଥରେ ଏ ସମାଜର ଜଣେ ଜଣେ ମହାନ୍ ବରପୁତ୍ର । ସୁବାସିତ ଫୁଲର ସୁଗନ୍ଧ ପରି କାଳ କାଳକୁ ସେମାନେ ମନେ ରହନ୍ତି । 

ଏ ମାନବ ସମାଜ ସେମାନଙ୍କୁ ଭୁଲି ପାରେ ନାହିଁ ।

 

ଶେଷରେ ଏତିକି କହିବି,

 ଆମ ଓଡିଶା ମାଟିରେ ଅନେକ କିମ୍ବଦନ୍ତୀ ପୁରୁଷ ଓ ନାରୀ ନିଜ ନିଜର ସାଧନା , ପ୍ରତିଭା ଓ ସିଦ୍ଧି ପାଇଁ ସମସ୍ତଙ୍କ ପାଖରେ ଅମର ହୋଇ ରହିଥାନ୍ତି ।

   ଓଡିଶା ମାଟିର ଏଇ ଅସାଧାରଣ ପ୍ରତିଭାମାନଙ୍କୁ ମୋର ସଶ୍ରଦ୍ଧ ପ୍ରଣାମ ।।


*《》ରୀନାରାଣୀ ମହାନ୍ତି*

ଭିଜିଲାନ୍ସ କଲୋନୀ

କଲ୍ୟାଣୀ ନଗର

କଟକ

8763744264

🙏🙏

[5/16, 11:31 PM] Odia Poet Rinarani Mohanty: 🌹ଚନ୍ଦ୍ର ଲେଖା 🌹

କୁଆଁରୀ ଶେଫାଳୀ ସରସୀ ଲାଜରେ

ମୁକୁତାର ବିନ୍ଦୁ ପଡିଛି

ଆକାଶରୁ ଜହ୍ନ ଭିଜା ପଣତରେ

ଅମୀୟ ଜୋଛନା ଢାଳୁଛି l

ପ୍ରୀତି ସଉରଭ ଚନ୍ଦ୍ରଲେଖା ଆଜି

ଅନିନ୍ଦ୍ୟ ସୁନ୍ଦରୀ ଦିଶୁଛି

ମଧୁମାଳତୀ ର ଛନ୍ଦେ ଛନ୍ଦେ ସିଏ

ସରମୀ ଓଢଣା ଟାଣିଛି l

ସଞ୍ଜ ରଙ୍ଗଣୀର ସୁରଭି ଛୁଆଁରେ

ନିଶାରେ ସେ ହଜି ଯାଉଛି

କାମନା କଦମ୍ବ ଫୁଟାଇ ଦେହରେ

ମୁରୁକି ମୁରୁକି ହସୁଛି l

ପ୍ରୀତି ଆକାଶରେ ତାରା ଜରିହାର

ଗଭାରେ ଗଜରା ବାନ୍ଧିଚି

ମଧୁ ମୂର୍ଚ୍ଛନାରେ ଜୀବନ ବୀଣାରେ

ପୁରବୀ ଝଙ୍କାର ତୋଳିଛି l

ଆଞ୍ଜୁଳାଏ ଆଭା ପ୍ରୀତି ଆଲୋକରେ

ଦେହେ ମାଦକତା ଭରିଛି

ଭିଜା ଦର ଭିଜା ସ୍ମୃତିକୁ ନେଇ ସେ

ଆଖିରେ କାହାଣୀ ଆଙ୍କିଛି l

ସଜ ପାଖୁଡା ର ବାଡ଼ୁଅ ହସରେ

ମଧୁ ଗୀତି ସିଏ ଗାଉଛି

ଛଳ ଛଳ ଚପଳ ଛନ୍ଦ ଭରିଛି

ମନର କବିତା ଲେଖୁଛି l

ତା ପ୍ରିୟ ଆସିବ ମଧୁରେ ଭାସିବ

ମୋହି ନେବ ମନକୁ ତାର

ହସ ଲହରୀରେ ମୁକୁତାର ଫୁଲ

ତୋଳି ଦେବ ସେ ଉପହାର l

ସଜାଇଛି ଚନ୍ଦ୍ରଲେଖା ସୁନ୍ଦର କରି

ରଙ୍ଗଣୀ ଫୁଲର ବିଛଣା

ଲକ୍ଷେ ଦୀପାଳି ରେ ସ୍ୱାଗତ କରୁଛି

ସୁନ୍ଦର ଦିଶୁଛି ଅଗଣା l 🌹


ରୀନା ରାଣୀ ମହାନ୍ତି

ଭିଜିଲାନ୍ସ କଲୋନୀ

କଲ୍ୟାଣୀ ନଗର

କଟକ l 8763744264

[5/17, 11:22 AM] Odia Poet Rinarani Mohanty: ଅଭିମାନୀ ରାଧା 🌹

ଅଳସୀ ଫୁଲର ଗାଁ ନଈ ଧାରେ ଅଭିମାନୀ ରାଧା ଏକା ଏକା

ଋଷି ବସିଛି

ରାଧାକୁ ଦେଖି କୃଷ୍ଣଚୁଡା ଦେହରେ ଲାଲ ଅବିର ମାଖି ଖିଲି ଖିଲି ହୋଇ ହସୁଛି. 🌹

ଝାଉଁବଣ ଧାରେ ଧାରେ ଲୁଚକାଳି ଖେଳୁଥିଲା ବାଦଲ

ଗୀତି ବିଥିକାର ତାଳେ ତାଳେ କୋଇଲିର ସୁମଧୁର ସୁର ପରିବେଶକୁ ସୁନ୍ଦରରେ ଦ୍ୟୁଗୁଣିତ କରୁଥିଲା 🌹

ଦୂରରୁ ହେନାର ବାସ୍ନା ଛୁଟୁଥିଲା ମୋ ଅଭିମାନୀ ରାଧା ପାଇଁ

ଯେତେସବୁ ପ୍ରକୃତିର ଶୋଭା ଭରପୁର ଥିଲା ତା ଚାରି ପାଖରେ🌹

ସିଏତ ମଧୁ ମାଳତୀ ଲତିକା ଟିଏ ଅଳସୀ ଫୁଲର ଗାଁ ନଈର ପ୍ରୀତି ଗୀତିକା ଟିଏ

ରେଣୁ ରେଣୁ ଆକାଶରୁ ରୂପେଲି ଚନ୍ଦ୍ରମା ରାଧାର ଦେହକୁ ଜୋଛନାରେ ଭିଜାଉ ଥିଲା 🌹

ଛନ୍ଦେ ଛନ୍ଦେ ହସର ଗଜଲ ଗାଇ

ପ୍ରକୃତି ରାଣୀ ଅତି ମନୋରମରେ ଭରିଥିଲା

ତଥାପି ଯେତେ ସବୁ ସୁନ୍ଦର ସୁନ୍ଦର ମନୋରମ ଦୃଶ୍ୟ ତା ଚାରି ପାଖରେ ଥିଲା. 🌹

ଚାଲି ରାଧାର ନହୁଲି ନହକା ଓଠରେ ତାର ଗୋଲାପ ଅତର ବୋଳା ସୁନ୍ଦର ପାଖୁଡା

ସ୍ମୃତି ତାର ପ୍ରୀତି ରସ ଧାରା 🌹

ଆଜି ମନକୁ ମାରି ବସିଛି ସେ ଅଭିମାନୀ ରାଧା

କାବ୍ୟ ନାୟିକା ସାଜିଛି ନିରବ ଦ୍ରଷ୍ଟା

ଅବୁଝା ସେ କାହା କଥା ବୁଝୁନି

କେତେ ଦିନ ଏମିତି ବସିଥିବ

କାହାର ପଥ ଚାହଁ

ସେ କଥା କାହାକୁ

ଜଣାନାହିଁ 🌹

ରୀନା ରାଣୀ ମହାନ୍ତି

ଭିଜିଲାନ୍ସ କଲୋନୀ

କଲ୍ୟାଣୀ ନଗର

କଟକ

8763744264.

[5/17, 11:23 AM] Odia Poet Rinarani Mohanty: 🌹ମିଠା ମିଠା ମହକ 🌹

କାହା ପାଇଁ ଆଜି ଖିଆଲି ମନ ମୋ

ଆନ ମନା ଏତେ ହେଉଛି

ଜହ୍ନ ର ଜୁଆରେ ମେଘର ମାୟାରେ

ହଜି ମଜି ମୁଯେ ଯାଉଛି l 🌹

କିଏସେ ଆସିବ ମୋ ଦରଜା ଡେଇଁ

ଶୁଭର ଦୀପାଳି ଜାଳିଛି

ତା ପାଇଁ ଆଜି ଦେହରେ ମହକ ଭରି

ଗଭାରେ ଗଜରା ବାନ୍ଧିଚି 🌹

ଆଜି କାଇଁ ପାଦ ମୋର ବାର ବାର

କାହା ଲାଗି ଏତେ ଝୁଣ୍ଟୁଛି

ଅଳସୀ ଆଖିରେ ସ୍ୱପ୍ନ ପାରିଜାତ

କାହା ଲାଗି ଭରି ଯାଉଛି 🌹

କାହା ପାଇଁ ଆଜି ଭାବନା ଢେଉରେ

ଜହ୍ନ ଋଷି ଋଷି ଯାଉଛି

ମଧୁର ଲଗନେ ବିଭୋର ବେଳାରେ

ବିଜୁଳି ତରଙ୍ଗ ଖେଳୁଛି 🌹

କାହା ପଥ ଚାହିଁ ବୟସର କୃଷ୍ଣଚୁଡା

ସପନ ଶେଯରେ ଶୋଇଛି

ଇନ୍ଦ୍ରଧନୁ ରଙ୍ଗ ଓଢଣୀ ପକାଇ

ମଉନା ବତୀ ମୁଁ ସାଜିଛି 🌹

କେଉଁ ଅଜଣା ଫୁଲ ମିଠା ମହକେ

ମନ ମୋର ଭିଜି ଯାଉଛି

ଜହ୍ନତ ଲାଜରେ ବଉଦ କୋଳରେ

ଲୁଚି ଲୁଚିକା ସେ ହସୁଛି 🌹

ତା ବିନା ଏ ମନ ହୃଦୟ ଜୀବନ

ବିରହ ରେ ଝରି ଯାଉଛି

ତାକୁ ଚାହିଁ ଚାହିଁ ଦୀପକୁ ଜଳାଇ

ରାତି ମୋର ପାହି ଯାଉଛି 🌹

ରୀନା ରାଣୀ ମହାନ୍ତି

ଭିଜିଲାନ୍ସ କଲୋନୀ

କଲ୍ୟାଣୀ ନଗର

କଟକ

8763744264

[5/17, 11:23 AM] Odia Poet Rinarani Mohanty: 🔆ତପସ୍ୟା 🔆

ଜନମ ଜନମ ପାଇଁ ମୁଁ ତମ ସାଥୀଟିଏ ହୋଇ ରହିଥିବି ସତେ ତୁମରି ସ୍ମୃତି ଭିତରେ.

ପିଲାଦିନେ ତମେ ରେଶମୀ ରୁମାଲରେ ପୋଛି ଦେଉଥିଲ ମୋ ଆଖି ଲୁହକୁ

ରୂପେଲି ଅଳସୀ ଜହ୍ନ ଜୋଛନାରେ ସେଇ ଆମ୍ବ ତୋଟା ସରସୀରେ ନୀଳ କଇଁ ଫୁଲ, ଅଳସୀ ନଈ ଧାରେ ତମେ କେତେ ସ୍ନେହ ସମ୍ପର୍କ ଡୋରୀରେ ମୋତେ ବାନ୍ଧି ରଖିଥିଲ.

ମଧୁ ମାଳତୀର ନେମପ୍ଲେଟରେ ମୋ ନାଁ ଲେଖୁଥିଲ ବାର ବାର

ସାଜିଥିଲି କେବେ ତମ ପାଇଁ ପ୍ରୀତି ଛନ୍ଦା, ଅଳକାନନ୍ଦା

ତୁମ ମଧୁର ସ୍ପନ୍ଦନରେ ଆଉ କେବେ ମଉଳା ମେଘରେ ଝରା କଦମ୍ବ ପାଖୁଡାରେ.

ପ୍ରତି ମୁହୂର୍ତରେ ଢେଉ ଆସି ଛୁଇଁ ଯାଏ ସାଗର ବେଳାକୁ

ବାଲି ଘର ଗଢି ତୋଳେ ପୁଣି ଢେଉ ଆସି ଚୁରମାର କରିଦିଏ ଜୀଵନର ଗଢ଼ା ହୋଇଥିବା ସୁକ୍ଷ୍ମ ତାଜମହଲକୁ.

ସମୟର ଚକା ଭଉଁରୀ ଖେଳରେ

ସବୁ ଯେମିତି ଓଲଟ ପାଲଟ ହୋଇଯାଏ ଏଠି. ଦୁଃଖ ସବୁ ଝୁଲେ ସମୟର ଝାଲେରିରେ, ଜୀବନ ଯମୁନା ତୀରେ.

ଥକି ଗଲେ ଦୁଇ ଆଖିରୁ ଅଜସ୍ର ଶ୍ରାବଣର ବାରିଧାରା ବହେ, ଯନ୍ତ୍ରଣାରେ ଛଟ ପଟ ହୁଏ

ଶାନ୍ତି ମୁକ୍ତି ପାଇଁ କରିବାକୁ ପଡେ ମୋତେ ଏଠି ଘୋର ତପସ୍ୟା 🔆

ରୀନା ରାଣୀ ମହାନ୍ତି.

ଭିଜିଲାନ୍ସ କଲୋନୀ.

କଲ୍ୟାଣୀ ନଗର.

କଟକ.

8763744264.

[5/17, 11:24 AM] Odia Poet Rinarani Mohanty: ସନ୍ଧ୍ୟା ଗୋ ତୁମେ.


ସନ୍ଧ୍ୟା ଗୋ ତୁମେ ଗୋଧୂଳି ଆକାଶେ

ରକ୍ତ ଗୋଲାପର ଛାଇ

ଅସ୍ତଗାମୀ ଏ ବିଦାୟୀ ମନରେ

ବିଷାଦ ଯାଇଛି ଦେଇ.

ବେଦନା ଭରା ଏ ଜୀବନେ ମୋର

ଲୁହ କୋହ ସାଥେ ନେଇ

ରଙ୍ଗ ଭରା ଫିକା ମନରେ ମୋହର

ଜଳୁଛି ପ୍ରୀତିର ଜୁଇ

ବିଜନେ ଝୁରୁଛି ମଉଳା ମନଟି

ତମ ପଥ ଚାହିଁ ଚାହଁ.

ସନ୍ଧ୍ୟା ଗୋ........................

ତୁମ ସେ ଆକାଶୁ ତାରା ଫୁଲ ତୋଳି

ରଖିଥିଲି ସ୍ନେହ ଦେଇ

ଏବେବି ରହିଛି ସତେଜ ସେମିତି

ସଜ ଫୁଲ ଟିଏ ହୋଇ

ମନ ଫରୁଆରେ ରଖିଛି ସାଇତି

କେବେ ହଜିବାର ନାହିଁ.

ସନ୍ଧ୍ୟା ଗୋ.........................


ରୀନା ରାଣୀ ମହାନ୍ତି

ଭିଜିଲାସନ୍ସ କଲୋନୀ

କଲ୍ୟାଣୀ ନଗର

କଟକ.

8763744264

[5/17, 11:24 AM] Odia Poet Rinarani Mohanty: ଅନୁରାଗ ଭରା ପ୍ରୀତି


ସାଗର ତୁମେ ଆଉ ଡାକନାହିଁ ମୋତେ

ଅନୁରାଗ ଭରା ମଧୁଝରା ରୂପା ଝରା

ନିତଳ ଜହ୍ନ ରାତିରେ. 🌹

ତୁମ ପ୍ରେମେ ହସେ ନୀତି ପ୍ରୀତିରେ ହଜେ ମନ ଆନମନା ହୁଏ ଅଧିରେ

ହେଲେ ଯାଇପାରିବିନି ତୁମ ପାଶେ

ଏଇ ଜନମ ରେ. 🌹

ମୁଁ ଏକ ଚୋରାବାଲି ତଳେ ଦିଗହରା ନଈ

ଲୁହ ଭିଜା ଆଖିରେ ଲେଖେମୁଁ

ତୁମ ପାଇଁ କାହାଣୀ ଦୂରରୁ ସାଉଁଟେ

ବେଳା ଭୂମିରୁ ତୁମରି ସ୍ମୃତି. 🌹

ଅନେକ ଦୂରରେ ରହିଛି କେଜାଣି

କେତେ ଦୂରେ ବେଦନାର ଏକ ଅସରନ୍ତି ପଥେ. 🌹

ଆମ ମିଳନ ସୁନେଲି ସପନ କେବେ ସତ ହେବନି

ମୁଁ ଏକ ଘାସ ଫୁଲ ତୁମେ ସରଗର ପାରିଜାତ ଆମ ପ୍ରୀତିର କାହାଣୀ ଖାଲି ହୃଦୟରେ ଲେଖା. 🌹

କେତେ ଆଉ ଜଳିବ ସତେ ପୀରତି ଅନଳ ଝାସରେ. 🌹

ହୃଦୟରେ ଦୀପ ଜାଳି ବସିଥିବି ତମକୁ ପାଇବା ଆଶାରେ

ଯୁଗ ଯୁଗ ଧରି 🌹


ରୀନା ରାଣୀ ମହାନ୍ତି

ଭିଜିଲାନ୍ସ କଲୋନୀ

କଲ୍ୟାଣୀ ନଗର

କଟକ.

8763744264

[5/17, 11:25 AM] Odia Poet Rinarani Mohanty: ଚନ୍ଦ୍ରିକା ପତର 🌹

ବୈଶାଖୀ ଗୋ ତୁମ ଅଳସ ତନୁରେ

କୃଷ୍ଣଚୁଡାର ଓଢଣୀ

ତୁମ ଅଗଣାରେ ଧୂସର ମାଟିରେ

ହେନା ଫୁଲ ଦିଏ ବୁଣି 🌹

ସାଜି ପ୍ରଣୟିନୀ ବୈଶାଖୀଗୋ ତୁମେ

ପ୍ରିୟର ପାଇଁ ଆତୁର

ବକ୍ଷକୁ ବିଦାରି ଚାହଁଥାଅ ଖାଲି

ନୃତ୍ୟ ଆଗମନି ସୁର 🌹

ବସନ୍ତର ବାସ ଗଲାଣି ଦେହରୁ

ନିଧାଗର ଜ୍ୱାଳା ପାଇଁ

ଲାଜୁକୀ ଲତାର ଝାଉଁଳା ପତ୍ରରେ

ଜହ୍ନତ ଗଲାଣି ନଇଁ 🌹

ବନାନୀ ଦେଇଛି ଚନ୍ଦ୍ରିକା ପତର

ମଧୁ ମାଳତୀର ପାଇଁ

ଚିନି ଚମ୍ପାରୁ ଚମକ ଚେନାଏ

କେତେ ପ୍ରୀତି ରଙ୍ଗ ଦେଇ 🌹

ବୈଶାଖୀ ବାଆରେ ଅନୁଭବ କରେ

ସାଉଁଟି ବସନ୍ତ ସ୍ମୃତି

ହଜିଯାଏ ନିଦ ଝରି ପଡେ ଛନ୍ଦ

ଏଇ ଝିଲ୍ଲୀମିଲ୍ଲୀ ରାତି 🌹

ଝଲା ବାଦଲତ ଅଭିମାନେ ଖାଲି

ଅନୁରାଗ ଢାଳି ଦେଇ

ବୈଶାଖୀ ର ଶୋଷ ଖାଲି ଅବଶୋଷ

ଆଷାଢ଼କୁ ରହେ ଚାହିଁ 🌹

[5/18, 1:17 PM] Odia Poet Rinarani Mohanty: 🌹ଫଗୁଣ ଦେଇଛି ଚିଠି 🌹

ଫଗୁଣ ଲେଖିଛି ବସନ୍ତକୁ ଚିଠି

କେତେ ମିଠା ରାଣ ଦେଇ

ଫୁଲ ପାଖୁଡାରେ ମଧୁ ଭାଷା ଭରି

ହେନା ଅତରରେ ଭିଜେଇ. 🌹

ସରାଗେ ଆସିବ ଆମ୍ବ କୁଞ୍ଜ ବନେ

ମଧୁ ମଳୟକୁ ନେଇ

ଗଭାରେ ସଜାଇ ଚିନି ଚମ୍ପା ହାର

ପ୍ରୀତିରେ ଦେବ ଭିଜେଇ 🌹

ତନୁରେ ତନୁରେ ମଧୁମାଳତୀର

ଛନ୍ଦ ଭରା ହସ ନେଇ

ପଳାସ କୁସୁମେ ସଜବାଜ ହୋଇ

ଭରା ଶିହରଣ ଦେଇ 🌹

ମଲ୍ଲୀ ଗଜରାରେ ବସନ୍ତର ପ୍ରୀତି

ଦିଶେ କେତେ ମନଲୋଭା

ନବ କିସଳୟେ ସବୁଜ ଶାଢୀରେ

ଏ ଧରା ଦିଶଇ ଶୋଭା 🌹

ମଧୁ ସପନର ସହରରେ ଶୁଭେ

ସୁମଧୁର ଗୀତ ସୁର

ଚନ୍ଦ୍ରମଲ୍ଲୀ ଓଠେ ନଅରକୁ ତୋଳି

ବୁଣି ଜୋଛନା ଜୁଆର.🌹

ରୂପ ଫଗୁଣର ମଧୁ ଲଗନ ରେ

ସୁଧା ସୁଷମାକୁ ବୁଣି

ରାଣ ଦେଇ କହେ ଫଗୁଣକୁ ଆଜି

ଆସିବତ ଋତୁ ରାଣୀ 🌹

ରୀନା ରାଣୀ ମହାନ୍ତି

ଭିଜିଲାନ୍ସ କଲୋନୀ

କଲ୍ୟାଣୀ ନଗର

କଟକ 🌹🌹🙏🏻🙏🏻

[5/18, 1:17 PM] Odia Poet Rinarani Mohanty: ଚିତ୍ରଲେଖା ଗାଁ ରେ ସକାଳ 🌹


ସୁନା ସକାଳର ତନୁରେ ତନୁରେ

ନାଲି ମୁରୁଜର ଦାଗ

ଗଙ୍ଗ ଶିଉଳିର ସ୍ନିଗ୍ଧ ମହକରେ

ଚୁନା ଚୁନା ଅନୁରାଗ 🌹

ପ୍ରାଚୀ ଗଗନରୁ ସୁରୁଜ ଉଇଁଲେ

ମନରେ ପୁଲକ ଭରେ

ଶୁଭ ସକାଳରେ ଆଶିଷ ଝରେ

ରାଗିଣୀର ମୂର୍ଚ୍ଛନାରେ 🌹

ସୁନା ଶୋରିଶିଆ ଢେଉରେ ଢେଉରେ

ତୁମରି କାହାଣୀ ଲେଖା

ପ୍ରଥମ ସୁରୁଜ ମୁରୁକି ହସିଲେ

ତୁମ ମୁହଁ ଯାଏ ଦେଖା 🌹

ରୂପରେ ଭରିଛି ପଦ୍ମର ସୁରଭି

କୁଆଁରୀ ସୂରୁଜ ନିଶା

ନିଶା ନୁହେଁ ସେତ ପହିଲି ସକାଳ

ମିଠା ମିଠା ପ୍ରୀତି ଭାଷା 🌹

ତୁମେତ ଦୁର୍ଲଭ ସ୍ୱର୍ଣ୍ଣାଭ ନାରଙ୍ଗ

ପ୍ରାଚୀ ତଟିନୀର ତୀରେ

ପ୍ରୀତି କମଳିନୀ ଚିତ୍ରଲେଖା ଗୋ

ତମ ଓଠରୁ ମଧୁ ଝରେ 🌹


ରୀନା ରାଣୀ ମହାନ୍ତି

ଭିଜିଲାନ୍ସ କଲୋନୀ

କଲ୍ୟାଣୀ ନଗର

କଟକ 🌹

[5/18, 1:21 PM] Odia Poet Rinarani Mohanty: ପ୍ରୀତିର ରଜନୀଗନ୍ଧା


ଗଭାରେ ତମର ଗଜରା ନାଇଲେ

ମୋ ଦେହରେ ଫୁଲ ଫୁଟେ

ଦେହରେ ତମର ଅତର ବୋଳିଲେ

ପ୍ରୀତିର ମହକ ଛୁଟେ.

ତୁମେ ମୋ ମନର ସ୍ୱପ୍ନ ନାୟୀକା

ପ୍ରୀତିର ରଜନୀଗନ୍ଧା

ଜୀଵନ ସନ୍ଧ୍ୟାରେ ନୀତି ଆସ ତୁମେ

ତୁମେ ମୋ ଅଳକା ନନ୍ଦା.

ଅଙ୍ଗେ ଅଙ୍ଗେ ତୁମ କୋଟି ସୁଷମାର ପ୍ରୀତି ର ମଧୁ ଜୋଛନା

ନୟନେ ମାଖିଛ ବନ ହରିଣୀର

ଚଞ୍ଚଳ ମାୟାର ନୀଳିମା.

ପାଦରେ ନୂପୁର ରୁଣୁ ଝୁଣୁ ବାଜେ

ଝରଣାର ଗୀତ ଗାଏ

ହୀରା ଫୁଲ ହୋଇ ଫୁଟିଗଲେ ତୁମେ

ସବୁ ରାତି ମଧୁ ହୁଏ.

ରାତିରେ ରଚ ତୁମେ ରଜନୀ ଗନ୍ଧା

ଦେହକୁ ଭିଜାଅ ମୋର

ଅନାଇ ରହିଛି ତମକୁ ଯେ ପ୍ରିୟା

ଆସଗୋ ସପନେ ମୋର.


ରୀନା ରାଣୀ ମହାନ୍ତି

ଭିଜିଲାନ୍ସ କଲୋନୀ

କଲ୍ୟାଣୀ ନଗର

କଟକ.

8763744264

ରୀନା ରାଣୀ ମହାନ୍ତି.

ଭିଜିଲାନ୍ସ କଲୋନୀ

କଲ୍ୟାଣୀ ନଗର

କଟକ 🌹

No comments:

Post a Comment