ପଭୁ ମୋର....
ଲେଖୁ ପାରିବିନି ମୁଁ ଗୀତଗୋବିନ୍ଦ
ନୁହେଁ ମୁଁ ସେ ଜୟଦେବ,
ଭକ୍ତ ସାଲବେଗ ନୁହେଁ ଯାହା ପାଇଁ
ତୋ ରଥ ଅଟକି ଯିବ ।
ନୁହେଁ ଗଣପତି ଭଟ୍ଟ ଯେ ରୁଷି ବି
ନ ଦେଖି ତୋ ଗଜ ରୂପ,
ନୁହେଁ ମୁହିଁ ବନ୍ଧୁ ମହାନ୍ତି ଯା ପାଇଁ
ଧରିବୁ ବ୍ରାହ୍ମଣ ରୂପ।
ବଢାଇଲୁ ହାତ ଯାର ନଡ଼ିଆ ନେବାକୁ
ନୁହେଁ ସେ ଦାସିଆ ବାଉରୀ,
ନୁହେଁ ଅତିବଡି ଯା ପାଇଁ ସମୁଦ୍ର
ଘୁଞ୍ଚେଇଲୁ ସାତ ଲହରି।
ନୁହେଁ ବଳରାମ ଦାସ ଯେ ଗଢିବି
ତୋ ପାଇଁ ବାଲିରେ ରଥ,
ନୁହେଁ ମୁଁ ଅଚ୍ୟୁତ ଯା ପାଇଁ ହୋଇବ
ଶୂନ୍ୟ ଭଜନ ପୀଠ l
ନୁହେଁ ଯଶୋବନ୍ତ ନା ଶିଶୁ ଅନନ୍ତ
ନୁହେଁ ମୁଁ ଯେ ସନ୍ଥ କବୀର,
ସନ୍ଥ ତୁଳସୀ ମୁଁ ନୁହେଁ ଯାହା ପାଇଁ
ସାଜିବୁ କୋଦଣ୍ଡଧର ।
ନୁହେଁ ହରିଦାସ ଯା ପାଇଁ ହୋଇଲ
ତୁମ୍ଭେ ପତିତପାବନ,
ଯୁଗ ଯୁଗ ଧରି ରହିଅଛ ହୋଇ
ଭକତର ଭଗବାନ ।
ହେ ରଙ୍ଗ ଅଧର ରଖିଥିବ ଦୟା
ମୁଁ ଯେ ଏକ ଛାର ଭିକତ,
ମାଗଇ ଶରଣ ପୟରେ ତୁମ୍ଭର
ହେ ପ୍ରଭୁ ଶରଣାଗତ l
-
ବିବେକାନନ୍ଦ କର
[2/21, 12:46 PM] Meta AI: Here's my attempt to translate the Odia poem into English:
Oh Lord, I am not a great poet like Jayadeva,
Nor am I a devotee like Salabega, whose devotion is renowned.
I am not the great Ganapati Bhatta, who saw your majestic form,
Nor am I a friend like Mahanti, who took the form of a Brahmin.
I am not the Dasia Bauri, who was blessed by your touch,
Nor am I Atibadi, who was saved by your mercy, crossing the seven seas.
I am not Balaram Das, who built a chariot for you in Bali,
Nor am I Achyutananda, whose empty throne was filled by your presence.
I am not Yasobanta, nor a child like Ananta,
I am not a saint like Kabira or Tulsidas.
I am but a humble beggar, seeking refuge at your feet,
Oh Lord, please accept me, a surrendered soul.
You, who have shown mercy to the downtrodden,
Have been the Lord of the devotees for ages.
Oh Lord, with a heart full of color and joy,
Please keep me, a humble beggar, under your shelter. - Bibekananda Kar
No comments:
Post a Comment