Friday, 21 February 2025

ଓଡ଼ିଆ କବିତା "ହେ ଶିଳ୍ପୀ ଶ୍ରେଷ୍ଠ !"

ହେ ଶିଳ୍ପୀ ଶ୍ରେଷ୍ଠ !

ଏ ପୁଣ୍ୟ ମାଟିର କାୟା ଠାକୁର ହେ I 
ଅମୃତର ସୁଖ ସିନ୍ଧୁ,
ଆହେ ଚ଼କ୍ରଧର ପତିତପାବନ 
ହୃଦୟର ପୁଣ୍ୟ ଇନ୍ଦୁ । 0 ।

ତୁମେ ତ ଅବ୍ୟକ୍ତ ଅନନ୍ତ ଅସୀମ 
ଅମୃତ ମହାନ ଲଗ୍ନ, 
ତୁମେ ସ୍ଵୟଂ ପ୍ରଭୁ ତରଙ୍ଗ ସ୍ନାନର 
ଜୀବନ ପ୍ରେମରେ ମଗ୍ନ, 
ଲୀଳାମୟ ପ୍ରଭୁ ଯୁଗ ଅବତାର 
ଆନନ୍ଦର ଶ୍ରେଷ୍ଠ ବିନ୍ଦୁ । ୧ । 

ନବ କଳେବର ଦାରୁ ଅନ୍ଵେଷଣ 
ଘଟ ବଦଢିବା ଲୀଳା, 
ନୀଳ କନ୍ଦରରେ ମଉନେ ବସିଣ 
କରୁଅଛ ସବୁ ଖେଳା, 
ମା' ମଙ୍ଗଳା ଯେ ବାଟ ବତାଅନ୍ତି 
ସାଜି ଦଇତାଙ୍କ ବନ୍ଧୁ। ୨ ।

ଶଗଡ଼ି ରେ ବୋହି ସେ ପବିତ୍ର ଦାରୁ 
ବଡ଼ ଦେଉଳକୁ ଆଣି, 
ସାଜି ବିଶ୍ୱକର୍ମା ଚତୁର୍ଦ୍ଧା ମୂରତି 
ଗଢନ୍ତି ଗୋପନେ ପୁଣି, 
ଏ ସବୁ ଲୀଳାକୁ ବିଶ୍ୱାସ ନେତ୍ରରେ
ଦେଖ ଭକ୍ତ କୃପାସିନ୍ଧୁ। !୩ ।

ଆହେ ଶିଳ୍ପୀ ଶ୍ରେଷ୍ଠ ସୃଜନ କଳାର 
ପାତୁଅଛି ଦୁଇ ହାତ, 
ଘୁର୍ଣ୍ଣିମୟ ଏଇ ବିଷମ ସାଗରୁ 
ପାରିକର ସାଜି ମିତ, 
କରୁଣା ନେତ୍ରରେ ବାରେ ଢାଳି ଦିଅ 
କରୁଣାର ସପ୍ତ ସିନ୍ଧୁ।

ବିମଳା ସିଂହ, ସମ୍ପାଦିକା ’ଗୋଧୂଳି’’ ଦୂର ଭାଷା --୯୪୩୮୦୧୩୧୯୩
[2/21, 3:36 PM] Meta AI: Here's my attempt to translate the Odia poem into English:

Oh, greatest of artists! You have given form to this sacred land,
A masterpiece, where Lord Jagannath resides, the ultimate goal to stand.
You are the ocean of nectar, the source of all bliss,
The savior of the fallen, the Lord of the universe, we address.

You are the unmanifest, infinite, and boundless,
The great Lord, who has taken incarnation in this land, we caress.
You are the Lord of the waves, the embodiment of love,
The greatest artist, who has created this universe, sent from above.

With new skills and new art, you have discovered the sacred wood,
In the blue mountains, you have created a divine play, as it should.
You have adorned the path, where Mother Mangala walks,
With the help of your friends, the artisans, who have given their talks.

You have brought the sacred wood, on the boats, to the grand temple,
And with the help of Vishwakarma, you have created a divine spectacle.
You have created the idols, with four arms, in a secret place,
And with the eyes of faith, the devotees behold your divine face.

Oh, greatest of artists! You have created this universe,
With your two hands, you have crafted this world, so diverse.
You have saved us from this whirlpool of life,
And with your merciful eyes, you have showered us with your grace, so rife.

- Bimala Singh, Editor, 'Godhuli' Magazine

No comments:

Post a Comment