Friday, 21 February 2025

ଓଡ଼ିଆ କବିତା "କରୁଣାର ସିନ୍ଧୁ"

 କରୁଣାର ସିନ୍ଧୁ
ହେ କରୁଣା ସିନ୍ଧୁ, କରୁଣାର ବିନ୍ଦୁ 
ଦେଲେକି ହୋଇବ ଉଣା?
ଏ ଗରିବ ଯେବେ ହିନିମାନ ହେବ
ବାଜିବ ନିନ୍ଦା ବାଜଣା l
କେତେ କାହା ଦୁଃଖ ଶୁଣୁଛ ହେ ନାଥ
ମୋ ପାଇଁ କାହିଁ ବିମୁଖ?
ଦୀନ ଦୁଃଖୀ ରଙ୍କି ଉଦ୍ଦାରିଛ ତୁମେ
ଦେଇଛ ସୁଖ ଅନେକ l
ସେଲାଗି ହେ ପ୍ରଭୁ ଆଶା ଭରଷାରେ
ଡାକୁଛି ଶୁଣୁନ ଡାକ,
ଦୁଃଖ ଆଜି ମିତ ବସିଛି ମୋ ସାଥେ
ଯାତନା ଦେଇ ଅନେକ l
ଛପନ ପଉଟି ବାଣ୍ଟୁଛ ହେ ପ୍ରଭୁ
ମୋ ପାଇଁ କି ଲେଖାନାହିଁ
କାହିଁକି ମଣିମା କରୁଛ ହେ ଉଣା
କରୁଣା ଟିକକ ପାଇଁ?
ଆଖିର ଲୋତକ ଝରିଝରି ଯାଏ 
ଓଠ ମୋ ଛୁଇଁବା ପାଇଁ
ଛୁଇଁବା ଆଗରୁ ଲୁହ ମୋର ଓଠ
କୋଳେଇ ନେବ ହେ ସାଇଁ l
ଭାଗ୍ୟ ସାଧେ ଦାଉ ତୁମେ ଥାଉ ଥାଉ
କରୁଣା ସରିତ ପତି
ରଖ ବା ନରଖ, ଏ ଦୀନ ଶରଣ
ପଶୁଛି କମଳା ପତି l
ସତ୍ୟନାରାୟଣ ସିଂହ, ପିପିଲି, ପୁରୀ
[2/21, 11:49 AM] Meta AI: Here's my attempt to translate the Odia poem into English:
Ocean of compassion, Lord of mercy, why are you indifferent to me?
A poor, humble soul, I'm drowning in a sea of misery.
When I'm ridiculed and scorned, my heart aches with pain,
Why do you turn a deaf ear, oh Lord, and remain unmoved?
I've heard of your kindness, how you uplift the downtrodden and oppressed,
You've given me happiness and solace, in times of distress.
But now, oh Lord, I'm beset with troubles, my heart is heavy with woe,
Why do you seem so distant, unresponsive, and slow?
I'm calling out to you, dear Lord, with hope and expectation,
Please hear my plea, and alleviate my suffering and desperation.
My heart is torn apart, my soul is weary and worn,
I'm searching for solace, a refuge from my pain and scorn.
Oh Lord, I'm but a leaf, torn from its branch, and blown away,
A fragile, helpless thing, at the mercy of life's turbulent sway.
I'm clinging to your feet, dear Lord, my only hope and stay,
Please, don't abandon me, have mercy, come what may.
Grant me good fortune, dear Lord, and let your mercy flow,
Be my protector, my shelter, my guiding light, as I navigate life's ebb and flow.
I'm but a humble supplicant, seeking your benevolence and grace,
Oh Lord, have mercy on me, and grant me a peaceful, trouble-free space.

No comments:

Post a Comment