Friday, 21 February 2025

ଓଡ଼ିଆ କବିତା "କାଳିଆ ପାଇଁ"

କାଳିଆ ପାଇଁ
କାଳିଆରେ ତୋର ମାୟା ବୁଝିବାକୁ 
ଅଛି ବା ସାଧ୍ଯ କାହାର? 
ଯାହା ତୁ କରୁଛୁ ତୋତେ ଏକା ଜଣା 
ବୁଝିବ କିଏ ବେଭାର?
ରନ୍ ସିଂହାସନେ ବସି ଅଛୁ ତୁହି 
ଚତୁର୍ଦ୍ଧା ମୂରତି ହୋଇ, 
ଯେ ଯାହା ଇଚ୍ଛାରେ ଦର୍ଶନ କରନ୍ତି 
କିଛି ଭେଦଭାବ ନାହିଁ।
କିରିତନ କରି ହାତେ ତାଳି ମାରି 
ମନ୍ତ୍ର ଉଚ୍ଚାରଣ କରି, 
ଖୁସିରେ ନାଚନ୍ତି ଲୁହକୁ ବୁହାଇ 
ଆନନ୍ଦେ ହୃଦୟ ଭରି ।
ଜାତିଆଣ ଆଉ ଛୁଆଁ ଅଛୁଆଁର 
ନାହିଁ କିଛି ଭେଦ ଭାବ, 
ଯଶ ରଖି ଗଲେ ଦାସିଆ ବାଉରୀ, 
ଆଉ ଭକ୍ତ ସାଲବେଗ l
ଦରଶନ ଦେଉ ଭକତ ମାନଙ୍କୁ 
ବନ୍ଧୁ ପଣ ରଖ୍ ଥାଉ, 
ବନ୍ଧୁର କଷ୍ଟକୁ ସହି ତୁ ପାରୁନା 
ଭୋଗ ଥାଳି ନେଇ ଦେଉ।
କାଳିଆରେ ତୋର ମାୟା ବୁଝିବାକୁ 
ଅଛି ବା ସାଧ୍ଯ କାହାର?
ଯାହା ତୁ କରୁଛୁ ତୋତେ ଏକା ଜଣା 
ବୁଝିବ କିଏ ବେଭାର?
ଜଗତର ନାଥ ତୁହି ଦିନ ବନ୍ଧୁ 
ହେବାରୁ ଦେବତା ମୋର, 
ଗୁହାରୀ କରୁଛି ଆକୁଳ ଅନ୍ତରେ 
ଭକତି ମୋ ଘେନା କର l

ଅରୁଣା କର, ଗଣ୍ଡମୁଣ୍ଡା, ଖଣ୍ଡଗିରି, ଭୁବନେଶ୍ୱର ଫୋନ - ୯୪୩୭୭୩୩୪୯୫
Can anyone understand your magic, oh Kalia?
Only you know what you're doing, and it's beyond our comprehension.
You sit on the throne, with a clever and secret smile,
Granting darshan to your devotees, without any bias or guile.
You wear a crown, and hold a talisman in your hand,
Chanting mantras, and dancing with joy, in a state so grand.
There's no difference between castes, or rich and poor,
All are equal in your eyes, oh Lord, and that's what we adore.
You keep your promise, and protect your devotees,
Granting them darshan, and banishing their diseases.
You're the Lord of the universe, and our savior too,
We're blessed to have you, oh Kalia, and we'll forever be true.
Can anyone understand your magic, oh Kalia?
Only you know what you're doing, and it's beyond our comprehension.
You're the Lord of the universe, and our guiding light,
Protect us, oh Kalia, and keep us safe through the dark of night.
- Gandamunda, KhandaGiri, Bhubaneswar

No comments:

Post a Comment