Friday, 21 February 2025

ଓଡ଼ିଆ କବିତା "ଆମ ଓଡ଼ିଆ ଅସ୍ମିତାରେ ପ୍ରଭୁ ଶ୍ରୀ ଜଗନ୍ନାଥ’"

 ‘ଆମ ଓଡ଼ିଆ ଅସ୍ମିତାରେ ପ୍ରଭୁ ଶ୍ରୀ ଜଗନ୍ନାଥ’

ଭୁଲି ପାରୁନି ମୁଁ ତୋତେ 
ଯେଉଁଦିନ ଗଲି ବାପାଙ୍କ ସାଥ୍‌ରେ 
ତୁମକୁ ଦେଖୁବା ପାଇଁ, 
ଭିଡ଼ ଗହଳି ରେ ଦେଖି ପାରିଲିନି 
କାନ୍ଦୁଥୁଲି କଇଁ କଇଁ।

ବାପା ଟେକିଦେଇ କାନ୍ଧରେ ବସାଇ 
ଦେଖାଇ ଦେଲେ ତ ମୋତେ, 
ସେଇ ଦିନ ଦିନଠାରୁ ନିଜ କୁ ଭୁଲିଲି 
ଭୁଲି ପାରୁନାହିଁ ତୋତେ ।

କଳା ଶ୍ରୀମୁଖ କୁ ଚାହିଁ ଦେଲି ଯେବେ କୋଟିନିଧି ପାଇଗଲି, 
କି ସୁନ୍ଦର ହସ, କି ସୁନ୍ଦର ବେଶ 
ଦୁନିଆଁ କୁ ଭୁଲିଗଲି।

କିଏ ସେ ବିନ୍ଧାଣୀ ଗଢିଛି ସେରୂପ 
ବିଚିତ୍ର ସେ କାରୀଗର, 
ଅଦ୍ଭୁତ ରୂପର ନିତ୍ୟ ସମାହାର ତୁ ଯେ କାଳିଆ ଠାକୁର।

ରଙ୍ଗ ଅଧର କୁ ଚ଼ନ୍ଦନ ର ଟୀକା 
ଧନ୍ୟ ସେ ବାଙ୍କ ଚାହାଣୀ, 
ରତ୍ନ ସିଂହାସନେ ବିଦ୍ୟମାନ ହୋଇ 
ଜଗତ କୁ ନେଉ ଟାଣି । 

ସେ ଶୁଭ ମୁହୂର୍ଭ ଭୁଲି ହୁଏ ନାହି 
ସବୁବେଳେ ମନେ ଥାଏ,
 ସବୁ ଭୁଲିଯିବି ତୋତେ ନ ଭୁଲିବି 
ଜୀବନ ମୋ ଥିବା ଯାଏ ।

ଅନ୍ତରର ବ୍ୟଥା ସାଇତି ରଖୁଛି 
ଜଣାଇବି ଦେଖା ହେଲେ, 
ସବୁ ଦୁଃଖର ତ ଅନ୍ତ ଦିନେ ହେବ 
ତୋର ଦୟା ରହି ଥିଲେ।

ଯେତେ ଇଚ୍ଛା ସେତେ ଦୁଖ କଷ୍ଟ ଦିଅ 
କାଳିଆ ସାଆନ୍ତ ମୋତେ, 
ଦୁଃଖ ସହୁଥୁବି , ତୋତେ ଡାକୁଥୁବି 
ଭୁଲି ପାରିବିନି ତୋତେ।

ରାଜଶ୍ରୀ ନନ୍ଦ, ଭୁବନେଶ୍ୱର
[2/21, 3:10 PM] Meta AI: Here's my attempt to translate the Odia poem into English:

In the pride of Odia identity, Lord Jagannath shines bright,
A memory that I cherish, a moment that's etched in my sight.
It was the day I saw You, with my father by my side,
In the crowded streets of Puri, where devotees thronged with pride.

Though I was young, Your image stayed with me, a guiding light,
A beacon that shines brighter, with each passing night.
Your majestic form, adorned with flowers and sandalwood's scent,
Is etched in my memory, a treasure that I'll always invent.

Your lips, they curve in a smile, so divine and so bright,
A smile that lights up the world, and fills my heart with delight.
Your throne, it shines with jewels, and Your beauty is renowned,
A sight that's breathtaking, and leaves me spellbound.

In Your presence, I forget, all my worries and fears,
And in Your love, I find solace, and a sense of joy that brings tears.
You are the one, who knows my heart, and all my deepest pain,
And with Your love, You heal me, and make me whole again.

I'll never forget, the moment I saw You, it's etched in my mind,
A memory that I'll cherish, until the end of time.
You are my guiding light, my beacon in the dark,
And with Your love, I'll navigate, the journey of life's embark.

- Rajashree Nanda, Bhubaneswar

No comments:

Post a Comment