Tuesday, 25 February 2025

ଓଡ଼ିଆ କବିତା "ଧନରେ, ଏତିକି ଆଶିଷ ତୋତେ l" TRANSLATED ENGLISH POEM "OH MY DARLING! HERE IS MY BLESSING TO THEE.

 ଧନରେ, ଏତିକି ଆଶିଷ ତୋତେ ।

ମନ୍ଦ-ମନ୍ଦ ହସ ଦେଖିଦେଲେ ଧନ
ପେଟ ପୁରିଯାଏ ମୋର
କୋଳେ ଧରି ତୋତେ ବୋକ ଦେଲେ ଥରେ
ମିଳଇ ସୁଖ ଅପାର ।

ଏକୋଇର ବଳା ବିଶିକେଶନ ତୁ
ମୋ ଦୁଇ ଆଖିର ତାରା
ତୋ ମଥାରେ ଝରୁ ମମତାର ବାରି
ତୁ ମୋର ହୃଦ ପସରା ।

ଗୁର,ଗୁରୁଜନ ଆଶିଷ ଆଣ୍ଠେଇ
ନେଉଥିବୁ ସଦା ଧନ
ଭକ୍ତି ଭାବ ନେଇ ପାଦ ସେବୁଥିବୁ
ଆରଜିବୁ କୋଟି ପୁଣ୍ୟ ।

ଆଶୀର୍ବାଦ ଠାରୁ ଦୁର୍ଲଭ ଜିନିଷ
କିଛି ନାହିଁ ଏ ଜଗତେ
ସବୁରି ମୁହଁରେ ହସ ଫୁଟେଇବୁ
ଦୟା,ଦାନ,ଧର୍ମ ମତେ ।

ନଶ୍ୱର ଈଶ୍ୱର ପ୍ରଭୁ ପରମବ୍ରହ୍ମ
ରଖିବୁ ତାଙ୍କଠି ଲୟ
ଲୋଭର ମାୟାରେ କେବେ ନପଡ଼ିବୁ
ହୋଇଯିବ ସବୁ କ୍ଷୟ ।

କୋଟିକରେ ଗୋଟେ ମଣିଷ ହୋଇବୁ
ଏତିକି ମୋ ଅଭିଳାଷା
ଲଭିବ ଯେମିତି ଏଇ କୋଳ ମୋର
କୋଟି ଓଡିଆଙ୍କ ଆଶା ।

ମାତୃ ଋଣ ସୁଝି ୠଣି ତୁ କରିବୁ
ଦିନେନା ଦିନେ ତୁ ମୋତେ
ଏଇ ବିଶ୍ଵାସେ ମୋ ରାତିପାହେ ହେବୁ
ସୁପରିଚିତ ଜଗତେ ।

ଛବିରାଣୀ ପତି
ମଧ୍ୟଶାସନ,ବିରିଡ଼ି, ଜଗତସିଂହପୁର ।
ଫୋନ୍ -୯୩୩୭୯୬୦୦୬୦

"May God bless you with immense happiness. Seeing your smiling face, my heart is filled with joy. Holding you close, I feel an indescribable sense of peace.
You are the star of my eyes, the dew on my forehead, and the refuge of my heart. May the blessings of the guru and the wise be upon you.
May you always be devoted to God and may your heart be filled with love and compassion. May your life be a shining example of kindness, charity, and righteousness.
May you never be swayed by the temptations of the material world and may you always remain steadfast on the path of righteousness.
May you be blessed with a life that is as precious as a gem, and may your name be etched in the hearts of millions.
May you repay the debt of your motherland and may you be a source of pride for your community.
May your name be on everyone's lips, and may you be a beacon of hope in these troubled times.
Respectfully yours,
Chhabi Rani Pati
Madhyashasan, Biridi, Jagatsinghpur
Phone: 9337960060"

No comments:

Post a Comment