Friday, 21 February 2025

ଓଡ଼ିଆ କବିତା "ନିରାକାର"

 ନିରାକାର
ହାତ ନଥାଇ ବି ଆର୍ତ୍ତରେ ଡାକିଲେ 
କୋଳକରି ନେଇଯାନ୍ତି,
ପାଦ ନ ଥାଇ ବି ବିପଦ ପଡ଼ିଲେ 
ପାଖରେ ଉଭା ହୁଅନ୍ତି ।
କାନ ନ ଥାଇ ବି ଭାବରେ ଡାକିଲେ 
ଡାକ ସେ ଶୁଣିପାରନ୍ତି,
ପତା ନ ପକାଇ ପହଡ଼ ଯାଆନ୍ତି 
ନିଘୋଡ଼ ନିଦେ ଶୁଅନ୍ତି ।
ଭ୍ରୂଲତା ନ ଥାଇ ଭାଗ ରଷା ଖୁସି 
ସବୁ ଇସାରା ଦିଅନ୍ତି,
କଥା ନ କହି ବି ମଉନେ ମଉନେ 
କାଠଗଢ଼ା ଦିଅଁ ଭାବନି ଇଡର 
ସେ ହିଁ ସୃଷ୍ଟି ଗଢ଼ିଛନ୍ତି । 
ତାଙ୍କରି ଇସାରା ନ ପାଇଲେ ପରା 
ଗଛପତ୍ର ନ ହଲନ୍ତି ।
(ବୈକୁଣ୍ଠନାଥ ମହାପାତ୍ର, ବରମୁଣ୍ଡା, ଭୁବନେଶ୍ବର )
Meta AI: Here's my attempt to translate the Odia poem into English:
Though formless, He answers the call of the distressed,
Though without hands, He lifts them up from the mess.
Though without feet, He rushes to their side,
Though without ears, He hears their silent cry.
Without eyes, He sees their deepest pain,
And without words, He speaks directly to their heart's refrain.
He showers them with love, peace, and joy,
And in silence, He conveys His every employ.
He is the creator of the universe, the one who sustains,
Without His will, not a leaf stirs, not a petal sustains.
(Baikunthanath Mahapatra, Baramunda, Bhubaneswar)

No comments:

Post a Comment