Friday, 21 February 2025

ଓଡ଼ିଆ କବିତା "ଆମ ଓଡ଼ିଆ ଅସ୍ମିତାରେ ପ୍ରଭୁ ଶ୍ରୀଜଗନ୍ନାଥ"

ଆମ ଓଡ଼ିଆ ଅସ୍ମିତାରେ ପ୍ରଭୁ ଶ୍ରୀଜଗନ୍ନାଥ

ଗରବେ କହିବା ଉତ୍କଳୀୟ ଆମେ 
ଓଡିଶା ମୋ ରାଜ୍ୟ ନାଆଁ 
ସନାତନ ଧର୍ମ ଓଡ଼ିଆ ଅସ୍ମିତା 
ଜଗନ୍ନାଥ ଯା’ର ସାହା |

ସୁନ୍ଦର ମୋ ଭାଷା ସାହିତ୍ୟ ସଂସ୍କୃତି 
ସୁନ୍ଦର ମୋ କଳାକୃତି 
କୋଟି ଓଡ଼ିଆଙ୍କ ନିୟନ୍ତ୍ରଣ କର୍ତ୍ତା 
ଧନ୍ୟ ସେ ଚତୁର୍ଦ୍ଧାମୂର୍ତ୍ତି ॥

ଇଂରେଜ କବଳେ ବନ୍ଦୀ ହୋଇଥିବା 
ଆମରି ଓଡ଼ିଆ ଜାତି
ବିଶାଳ ସଂଘର୍ଷେ ଫେରି ପାଇଥିଲା 
ଦେଖାଇ ସ୍ୱଦେଶ ପ୍ରୀତି ॥

କୋଟି ଓଡ଼ିଆଙ୍କ ଭାଷାର ସୁରକ୍ଷ 
ଯାହା ଲାଗି ଦୀପ୍ତିମନ୍ତ 
ସେହି ପରା ଆମ ଓଡ଼ିଆ ଅସ୍ମିତା 
ଶ୍ରୀକ୍ଷେତ୍ରେ କଳା ସାଆନ୍ତ l

ପ୍ରାଚୀନ କାଳରୁ ସମଗ୍ର ବିଶ୍ଵରେ  
ସ୍ୱତନ୍ତ୍ର ଭାବେ ବିଦିତ 
ଜଗତର ନାଥ ଶ୍ରୀଜଗନ୍ନାଥଙ୍କ 
ଶ୍ରୀମନ୍ଦିରେ ଉଡେ ନେତ l

ଅଭିତ୍ସା ପ୍ରିୟଦର୍ଶିନୀ ସ୍ବାସ୍ଥ୍ୟ ସେବିକା, ଜଟଣୀ, ପୁରୀ ४९० ଦୂରଭାଷ -8280430490

With pride, we say, we're Odias true,
Our state is Odisha, our heritage shines through.
Our ancient Sanatan Dharma, a beacon in the night,
Odia identity, a treasure, a guiding light
Our beautiful language, literature, and culture so bright,
Our art and craftsmanship, a wondrous sight.
The ruler of hearts, of millions of Odias so dear,
Blessed is that clever, four-armed Lord, always near.
In the grip of the British, our Odia nation was confined,
But through great struggle, our freedom was redefined.
Showcasing love for our motherland, we stand tall,
The protector of our language, a beacon for all.
In Puri's Shreekhetra, Lord Jagannath's grand temple shines,
A symbol of our Odia pride, our culture's sacred shrines.
The Lord of the universe, worshipped with love and devotion,
In His temple, our Odia flag waves with proud emotion.
- Abhishita Priyadarshini, Swasthya Sevika, Jatani, Puri

No comments:

Post a Comment