ଗଣ୍ଠିଧନ
ଯାଚି ଦେଲୁ ଯେତେ ଅପାଶୋରା ଦୁଃଖ
ମୁଣ୍ଡାଇଛି ରାତି ଦିନ,
ସାଉଁଟା ଦୁଃଖକୁ ଗଣ୍ଠିଲି କରି ମୁଁ
ଆସିଛି ରେ ଗଣ୍ଠିଧନ । (0)
ନିତି ମରି ପୁଣି ନିତି ମୁଁ ଜିଉଛି,
ଟୋପେ ଟୋପେ ଲୁହ ପିଇ,
ମେଘନାଦ କାନ୍ଥ ଚଉଦିଗେ ଘେରି,
ଭିତରେ ରହିଛୁ ତୁହି,
ମୋ ଦୁଃଖ କାହାଣୀ ଶୁଣିଦେଲେ କାଳେ
ତରଳି ଯିବ ତୋ ମନ,
ସେଥିପାଇଁ ବୋଧେ ତୁହିରେ କାଳିଆ,
ରଖି ନାହୁଁ ତୋର କାନ । (୧)
ଛାତିତଳେ ମୋର ଜମାଟ ବାନ୍ଧିଛି,
ସାତ ସାଗରର କୋହ,
ଟୋପା ଟୋପା ହୋଇ ବହିଯାଏ ନିତି
ସାଜି ଆଖି କୋଣ ଲୁହ,
ସେ ଲୁହରେ କାଳେ ଧୋଇ ତୋ ପୟର,
ଶାନ୍ତ କରିବି ମୋ ମନ,
ସେଥିପାଇଁ ବୋଧେ ପାଦ ଲୁଚାଇଛୁ,
ଆରେ ମୋ କଳା ରତନ । ( ୨ )
ମୋ ଭଙ୍ଗା କୁଡ଼ିଆ ଦେଖି ତୁ ଭାବୁଛୁ,
କାଳେ ମୁଁ ମାଗିବି ତତେ ,
ମଣି ମୁକୁତାରେ ଭରା ରାଜବାଟୀ,
ଐରାବତ ହାତୀ ଗୋଟେ,
ଅବା ରାଜପଦ ଅମାପ ବିଭବ,
ଅମୂଲ ମୂଲ ରତନ,
ସେଥିପାଇଁ ବୋଧେ ଅଧାଗଢ଼ା ହାତ,
ଦେଖାଉରେ କଳାଧନ । (୩)
ଶୁଣିଛି ତୁ ପରା ରାଧା ହୃଦୟର
ଗୋପିଙ୍କ ପ୍ରୀତି ପସରା,
ତୋ ବୁକୁରେ ତୁହି ସାଇତି ରଖୁଛୁ,
କୃପାବାରି ଗରାଗରା,
ମାଗିବିନି କେବେ ସେଥୁରୁ ଟୋପାଏ
ଗଲେ ଯାଉ ମୋ ଜୀବନ,
ବାଙ୍କ ଚାହାଁଣୀରେ ଥରୁଟେ ଚାହିଁ ଦେ,
ଆରେ ମୋ ଚକାନୟନ। (୪)
ଯାଚି ଦେଲୁ ମତେ ଅପାଶୋରା ଦୁଃଖ,
ମୁଣ୍ଡାଇଛି ରାତିଦିନ,
ସାଉଁଟା ଦୁଃଖକୁ ଗଣ୍ଠିଲି କରି ମୁଁ
ଆସିଛି ରେ ଗଣ୍ଠିଧନ।
ରଜନୀକାନ୍ତ ପଟ୍ଟନାୟକ ବି.ଜେ.ବି.ନଗର।
ଭୁବନେଶର।
ଫୋନ୍..୯୪୩୭୧ ୩୨୩୨୩
[2/21, 3:50 PM] Meta AI: Here's my attempt to translate the Odia poem into English:
I've come to you, oh treasure of wealth,
With a heart full of sorrow, day and night's stealth.
My suffering is immense, like the seven seas' roar,
I've tied it up in a bundle, and brought it to your door.
Every day, I die and am reborn,
Drinking the poison of sorrow, my heart is torn.
The thunderous clouds surround me,
You are within me, listening to my plea.
My broken hut is tied up with threads,
The weight of the seven seas is crushing my head.
The tears from my eyes are washing your feet,
My heart will be at peace, when you take my sorrow's seat.
I've seen your divine play, in the blue mountains high,
You are the Lord of the universe, with a heart full of compassion's sigh.
I've heard of Radha's love, for the divine cowherd,
You keep him in your heart, with a love that's truly unheard.
I beg of you, oh treasure of wealth,
Grant me a glance, and let my sorrow's stealth.
My life is but a moment, a fleeting thought,
I yearn for your mercy, oh Lord, my heart's besought.
I've come to you, oh treasure of wealth,
With a heart full of sorrow, day and night's stealth.
My suffering is immense, like the seven seas' roar,
I've tied it up in a bundle, and brought it to your door.
- Rajanikanta Pattanayak, Bhubaneswar
No comments:
Post a Comment