ଓଡ଼ିଆ ଅସ୍ମିତାରେ ପ୍ରଭୁ ଶ୍ରୀ ଜଗନ୍ନାଥ
ଓଡ଼ିଆ ମାଟିର ଗରବ ଗୌରବ
ମୋର ପ୍ରଭୁ ଜଗତନାଥ,
ଯାହାଙ୍କ ପାଇଁ ମୋ ଓଡ଼ିଶା ପ୍ରଦେଶ
ବ୍ରହ୍ମାଣ୍ଡରେ ଅଟେ ଖ୍ୟାତ ।
ଭାଇଙ୍କୁ ସମ୍ମାନ ଭଉଣୀଙ୍କୁ ସ୍ନେହ
ପତିତଙ୍କୁ ଦିଏ ପ୍ରୀତି,
ଆଚାର ବିଚାର ସଂସ୍କାର ଶିଖାଇ
ପ୍ରେମରେ ପାଳେ ସେ ନିତି।
ବିଶ୍ଵାସରେ ହରି, କର୍ମ ଭଗବାନ
ଶିଖେ ଓଡ଼ିଆ ତା ଠାରୁ,
ଦାନ ଧର୍ମ ବ୍ରତ କରଇ ମହତ
ଆଶା ପ୍ରଭାତ ପ୍ରହରୁ ।
ତା ଭାଷାର ପୋଥି ପୁରାଣ ଭିତରୁ
ପାଏ ଜଗାର ଆଶିଷ,
ସନ୍ଧ୍ୟାର ଭଜନ ଭାଗବତ ଗାନ
ମେଣ୍ଟାଏ ନିରାଶା ଶୋଷ ।
ଆମ୍ବ ବଉଳରେ ତୁଳସୀ ପତ୍ରରେ
ବାନ୍ଧି ସମ୍ବନ୍ଧ କୋଣାର୍କ
ଜଗାକୁ ରଖି ସେ ଆପଣା ପଣରେ
ଚଢେ ଅସ୍ମିତାର ଅର୍କ।
ଓଡ଼ିଆ ଭାଷାରେ ଜୟ ଜଗନ୍ନାଥ
କହିଦେଲେ ହୃଦ ଖୋଲି,
ଶୂନ୍ୟରେ ପୂର୍ଣ୍ଣତା ଦ୍ବାର ଖୋଲିଯାଏ ।
ସବୁ ଦୁଃଖ ଯାଏ ଭୁଲି।
ପୁଷ୍ପଲତା ମିଶ୍ର, ଭୁବନେଶ୍ଵର, ମୋ -୯୩୩୮୨୯୪୬୫୭
LORD JAGANNATH SHINES IN ODIA PRIDE.
My Lord Jagannath is the
pride and glory of the land of Odisha
For whom my Utkal province
is famous across the universe.
He renders respect to
brother; love to sister and affections to the fallen;
He tends daily with
affinity teaching etiquettes and Samskars uncommon!
The Odias sincerely learn from Him:
“Hari is felt in reliance.
Duty is synonymous with
Deity.
They practise virtues, noble
resolutions and charity,
As well as optimism before
the day dawns.”
They are blessed with His Mercy celestial
Pursuing the Odia
scriptures and books spiritual;
Chanting the names of
God and reading the Odia Bhagavat
In the evenings quench
their thirst of despair the Odias devout.
The bond of Konark is gelled gifting mango blooms or Tulsi leaves,
The Everest of pride is
scaled when love with Jagannath revives.
Ah! When "Jai
Jagannath" is uttered in Odia, with an open heart,
The doors to fulfillment open up in the void, and all woes flee to start!
Copyright: Dr. Shankar D Mishra, Sr. Lecturer in English, Bhubaneswar, Odisha,
India
Your feedback on the translated version of the poem is solicited. Thank you in advance for sharing this poem to your friends and groups.
Whatsapp Number: 8249297412
ବି. ଦ୍ର. - ଯେଉଁ କବି ବନ୍ଧୁମାନେ ସେମାନଙ୍କ ଓଡ଼ିଆ କବିତା କୁ ଡ୍ର. ଶଙ୍କର ଡ଼ି ମିଶ୍ର ଙ୍କ ଦ୍ୱାରା ଇଂରାଜୀ କୁ ରୂପାନ୍ତରିତ କରିବାକୁ ଆଗ୍ରହୀ, ସେମାନେ ଉପୋରକ୍ତ Whatsapp ନୁମ୍ବର କୁ କବିତା ର soft ଲେଖା ପଠେଇବା ପାଇଁ ଅନୁରୋଧ l ଏକମାତ୍ର ସର୍ତ୍ତ କବିତା ଟି ଅନୁବାଦ ଯୋଗ୍ୟ ହେବା ଆବଶ୍ୟକ l କବିତା 20 ଧାଡି ମଧ୍ୟରେ ସୀମିତ ରହିବା ଆବଶ୍ୟକ l ଧନ୍ୟବାଦ l
About the translator : Dr. Shankar Mishra, from Bhubaneswar, Sr. Lecturer in English, author of 2 English grammar books for High Schools and Colleges, internationally acclaimed bilingual poet of 8 poetry anthologies and publisher.
No comments:
Post a Comment