Wednesday 19 July 2023

ଓଡ଼ିଆ କବିତା "ବାପା" / TRANSLATED ENGLISH POEM "PAPA"

 

ବାପା

ଲିପିକା ମହାପାତ୍ର
ପିତା ସୃଷ୍ଟି ନିର୍ମାଣର ଅଭିବ୍ୟକ୍ତି ତ 
ପୁଣି ପରିବାରର ଶୃଙ୍ଖଳିତ ଶକ୍ତି।
ତୁମେ ଛାତର ସାହାରା, ଅନୁଶାସନ ଭରା 
ତୁମ ହୃଦକାଶେ ଆମେ ଛୋଟ ଛୋଟ ତାରା |

ହେ ବାପା, 
ତୁମକୁ ଦେଖ୍ ଆମ ସ୍ୱପ୍ନସବୁ 
ଡେଣା ପାଇ ଉଡ଼ନ୍ତି;
ତୁମଯୋଗୁ ଏ ଘର ଏ ଆଶ୍ରମ... 
ଆଉ 'ମାଆ' ଶାନ୍ତିରେ ନିଃଶ୍ବାସ ଭରନ୍ତି ।

ଏ ଓଠର ହସ ତୁମ ଶ୍ରମରୁ ନିର୍ମିତ 
ସ୍ବେଦବାରିର ପ୍ରତିଟି ବୁନ୍ଦାରୁ, 
ଧମନୀର ଗ୍ରନ୍ଥିରୁ ଧୀରେଧୀରେ ନିମ୍ନକୁ 
ଆମ ସ୍ବପ୍ନ ଓ ଆକାଂକ୍ଷା ସବୁ ନିର୍ଗତ।

ତୁମେ ନାଥ,
ତୁମ ବିନା ଆମେ ଅନାଥରେ ନାମିତ,
ତୁମ ବିନା ଅସମ୍ପୂର୍ଣ୍ଣ ଅଧାଗଢ଼ା ସଦା ବିଚଳିତ 
ପଞ୍ଚତତ୍ତ୍ଵର ଦେହଟି ଦେଇ ଆମକୁ 
ଶେଷରେ ପଞ୍ଚତନ୍ତ୍ରରେ ବିଲୀନ ବି ହୋଇଯାଅ 
ତୁମେ ବିନା ଦ୍ବିଧାରେ ..ବାପା' ।

ଭୁବନେଶ୍ବର

PAPA

 Yes, father is the chief source of creation.

He is also a refined regiment of the family.

You are the principal support of the family roof.

Discipline and you stand for each other.

Oh! We are the little shining stars

In the firmament of your grand, humane heart……!

 

Papa, in your august presence

Our dreams get wings and soar high;

Your efforts and endeavours have transformed

This little home into a serene Ashram...

And in your love ‘Mother’ finds a heaven of solace

To breathe blissfully and stay peacefully….. .!

 

Papa, the smiles on our lips,

Are the gifts of your honest and tireless toils,

Our golden dreams and aspirations can materialise

For, you perspire and persevere days and nights together…!

 

Papa, you are our living Lord.

Indeed, we are helpless orphans without you.

Without you, we are ever incomplete and at a loss.

After bestowing us with our corporal entities

You get yourself mingled with the Panchatatva

At length without any hesitation or disobedience

Like a law abiding disciple of Mother Nature…..!


Copyright: Dr. Shankar D Mishra, Sr.Lecturer in English, Bhubaneswar, Odisha, India

19.07.2023 WhatsApp: 8249297412

N. B. The above poem is the English version of an Odia poem "Bapa" written by Lipika Mahapatra, Bhubaneswar, Odisha.

ଲିପିକା ନାନୀ ଙ୍କ ପାପା ମୋ ଦଦେଇ ଶ୍ଵଶୁର ଯିଏ ଥିଲେ ପୁରୀ ବିଶ୍ୱମ୍ବର ବିଦ୍ୟାପୀଠ ସ୍କୁଲ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ l


Please share this poem. Thank you.


No comments:

Post a Comment