Tuesday 18 July 2023

 ମୁଁ ଯିବି ପୁରୀ l
ମାନସ ଚମ୍ପତିରାୟ

ବାପାଙ୍କ ସାଙ୍ଗରେ ପୁରୀ ମୁଁ ତ ଯିବି 
ଦେଖିବାକୁ ତିନି ରଥ,
ରଥର ଉପରେ ଦର୍ଶନ କରିବି
ମୋ ପ୍ରଭୁ ଶ୍ରୀ ଜଗନ୍ନାଥ।

 ବଡ଼ ଦାଣ୍ଡେ ତାଙ୍କ ଭିଡ଼ଟି ବହୁତ
ଭକ୍‌ତ ଆସନ୍ତି ଧାଇଁ,
ମନ ଆନନ୍ଦରେ ରଥକୁ ଟାଣନ୍ତି
ଆଶୀର୍ବାଦ ନେବା ପାଇଁ ।

ରଥଙ୍କ ଉପରେ ଡ଼ାଉକେ ଡାକନ୍ତି
 "ଆସ ହେ ଭକତ ଜନ,
ଶ୍ରୀ ଜଗନ୍ନାଥଙ୍କୁ ଦରଶନ କରି 
ଜନମକୁ କର ଧନ୍ୟ l"

ରଥ ଦଉଡ଼ିକୁ ସଭିଏଁ ଟାଣନ୍ତି
କି ଆନନ୍ଦ ତାଙ୍କ ମନ!
ଶଙ୍ଖ, ଘଣ୍ଟା, ଘଣ୍ଟ ମୃଦଙ୍ଗର ତାଳେ
ନାଚନ୍ତି ଭକତ ଜନ।

ପୁରୀ ସହରଟି କେତେ ଯେ ସୁନ୍ଦର
କାଳିଆ ଠାକୁର ପାଇଁ,
କଳି ଯୁଗେ ମର୍ତ୍ୟ ବୈକୁଣ୍ଠ ବୋଲାଇ,
ତୀର୍ଥ ମଧ୍ୟେ ଶ୍ରେଷ୍ଠ ଭାଇ!

ଜୀବନ କାଳରେ ଥରେ ମାତ୍ର ଯିଏ
ଦେଖିଛି ରଥ ଯାତରା
ପାପ ତା ଧୋଇଛି, ମୁକତି ପାଇଛି
ଜିତି ମୃତ୍ୟୁ, ବ୍ୟାଧି ଜରା l

ନାନପୁରପଟଣା, ବାଳିଚନ୍ଦ୍ରପୁର
ମୋ ୭୭୪୯୮୦୮୬୯୩

No comments:

Post a Comment