Sunday 30 July 2023

ଓଡ଼ିଆ କବିତା "ଦର୍ପଣର ବୟସ"

 ଦର୍ପଣର ବୟସ
 ଶ୍ରୀମନ୍ ମିଶ୍ର
ଦର୍ପଣ ସବୁବେଳେ ସ୍ଵଚ୍ଛ, ନିର୍ବିକାର
ତୋଳୁଥାଏ ତା’ ସାମ୍ନାର ଛବିକୁ ଅବିକଳ
ଧରିରଖେ ତା' ଛାତିର ସମ୍ମୁଖର ଚିତ୍ରପଟ୍ଟ
ଥାଏ ସ୍ଥିର ତା' ଆଗେ ଯେତେ କାଳ!
ନକଲି ପରି ଦେଖାଯାଉଥିବା ଦାନ୍ତ
ଖୁବ୍ ଲାଲ୍ ଓ ତୀକ୍ଷ୍ଣ ଆଖି
ଏସବୁ ଦେଖି, ଯେ କେହି ଡରିଯାଇପାରେ କହିପାରେ ଦର୍ପଣ ବି ଧରିଲାଣି
ଜୀବନର ତୃତୀୟ ପାହାଚ
ମୁଁ କିନ୍ତୁ ଢେଉଖେଳେ
ପହିଲି ଶୀତ ଓ ନହୁଲି ବସନ୍ତେ ଦର୍ପଣ ରଖେନି ଛବି
ମୋ ହୃଦୟର ଆୟୁଷ ।
ଦର୍ପଣର ବୟସ ବଢୁଥାଏ, କମୁଥାଏ
ଛବିର ବୟସକୁ ନେଇ
ଛବି ଯେବେ ହଟିଯାଏ ତା ସାମ୍ନାରୁ
ଦର୍ପଣ ବି ଦେଖାଯାଏ
ଆଲୁଅର ଏକ ଶାନ୍ତ ଛାଇ!
ଦର୍ପଣ କେବେ ସଜେଇ ହୁଏ
ନୂଆ ବୋହୂର ରକ୍ତିମ ସିନ୍ଦୂର ବିନ୍ଦୁରେ କେବେ ଚକ୍ରମକ୍ କରେ, ତୁମ
କାନଫୁଲ ଓ ମୀନାକରା
ହାତେ ପିନ୍ଧା ସୁବର୍ଣ୍ଣ ମୁଦିରେ !
କେବେ ପୁଣି ଦର୍ପଣରେ ଦେଖାଯାଏ
ତୁମ ହସ, ନାକଫୁଲ ଓ ଖାଲିପାଦ
ଥରେ ଖୋଲି ଫିଙ୍ଗିଦେଇଥିବା
ପାଉଁଜିକୁ ମଧୁର ରାଗରେ !
ଦର୍ପଣକୁ କେବେ ଉଦ୍‌ଭାସିତ କରେ
ଆଲୁଅର ଛବି
କେବେ ଗ୍ରାସ କରିପାରେ
ଅନ୍ଧାରର ଶାନ୍ତ କଳା ଆବରଣ
କିନ୍ତୁ ଦର୍ପଣର ବଦଳେନି
ଚିତ୍ର, ଚରିତ୍ର ଓ ବୟସ
ଯାହା ଖାଲି ବଦଳେ ସମୟର ଦୃଶ୍ୟପଟ
ରୂପସଜ୍ଜା, ନାୟକ, ନାୟିକା
ଦର୍ପଣ ସାମ୍ନାରେ ଆମେ ସବୁ
ଅପେକ୍ଷା ମୁଦ୍ରାରେ ଦେଖିବାକୁ
ନାଟକର ଶେଷ ଯବନିକା!
ମୋ: ୯୪୩୭୦୨୮୨୫୦
ଏବେ ଦର୍ପଣରେ ଧରାଦେଲା ଅଧା ପାଚି ଝଡ଼ୁଥିବା କେଶ
ମୋର ବଢୁଥିବା ବୟସ
ସତ କିନ୍ତୁ
Mirror Mr. Mishra

The mirror is always clear, unbiased, holds the image in front of it.

False-looking teeth

Very red and sharp eyes

Seeing all this, one can say that one can be afraid, even holding a mirror

The third stage of life

But I move

After reading the picture of winter and Nhuli sitting in the mirror

Life of my heart

The mirror ages, shrinks

Regarding the age of the picture

When the picture is removed from the front

A mirror can also be seen

A cool shade of allure!

The mirror is never decorated

New bohur ever circled in bloody crimson point, you

Earrings and necklaces

In the golden head worn in the hand!

Never look in the mirror again

Your smile, nostrils and bare feet

Once opened and thrown away

Pooji in sweet anger!

Ever exposes the mirror

Picture of Allure

Can ever consume

The quiet black veil of darkness

But the mirror did not change

Image, Character and Age

It is a landscape of time instead of empty

Decoration, hero, heroine

We are all in front of the mirror

To see in the waiting coin

The final curtain of the play!

Mo: 9437028250

Now caught in the mirror, half-ripe, frizzy hair

I am getting older

True though

No comments:

Post a Comment