Tuesday 25 July 2023

ନିରୁପମା ପାଣିଙ୍କ ଓଡ଼ିଆ କବିତା ଓ ଇଂଲିଶ ଅନୁବାଦ

*ଏଇ ବୋଧେ ସ୍ୱାଧୀନତା*
         ନିରୁପମା ପାଣି 
********************
ଆଜିର ଭାରତ
ସ୍ୱାଧୀନ ନିଶ୍ଚିତ 
ଖାତା ବହି ସମ୍ବିଧାନେ
କେହି ଜଣେ କହୁ
ସେହିଯେ ସ୍ୱାଧୀନ
ଖୁସିଅଛି ନିଜମନେ!!

ଫିରିଙ୍ଗିଆ ସିନା
ବାନ୍ଧିରଖି ଥିଲେ
ଭାରତ ମାଆର ପାଦ
ଆଜି ବନ୍ଧା ଏଠି
ସଭିଙ୍କ ଜୀବନ
ଆଖିରୁ ହଜିଛି ନିଦ!!

ଏକତା ବୀହିନ
ଭାତୃଭାବ ଲୀନ
ପରିବାରୁ ପାର୍ଲ୍ୟାମେଣ୍ଟ
କାହାକୁ କେହିଯେ
ଶୋଷିଚାଲେ ଆଜି
ସବୁରି ସବୁ ନିଅଣ୍ଟ!!

ମିଛରେ ମିଛରେ
ଶୁଭେ ଚାରିଆଡେ
ବନ୍ଦେ ମାଆ ତର ମ୍
ପ୍ରତି ମାଆ ପୁଣି
ନିର୍ଯ୍ଯାତନା ପାଏ
ନିନ୍ଦେ ସେ ନିଜ କରମ!!

ଜାତି ୟାଣା ଭାବ
ହଜାଏ ସଦ୍ଭାବ
କୋଟାରେ ଅଗ୍ରାଧିକାର
ଯୋଗ୍ୟ ଅଯୋଗ୍ୟ ର
ଫରକଯେ ନାହିଁ 
ଦେଖ ଏହି ସମୟର!!

ନେତାମନ୍ତ୍ରୀ ତନ୍ତ୍ରୀ 
ମାରିଯେ ଖାଆନ୍ତି
ଗରିବର ଚିପି ତଣ୍ଟି 
ଧୋବ ବେଶ ତଳେ
ଆଜି ସମୟରେ 
ପିଶାଚ ଘୁରି ବୁଲନ୍ତି!!

ସ୍ୱାଧନ ବୋଲିତ
ଧର୍ଷଣ ବଢୁଛି
ନରହତ୍ୟା ବଢିଚାଲେ
ସ୍ୱାଧୀନ ଭାରତେ
ଜରାଶ୍ରମ ସଂଖ୍ୟା 
ବେଳୁ ବେଳ ପୁଣି ବଢେ!!
        ବିନତରା 
         ଚାନ୍ଦବାଲି 
         ଭଦ୍ରକ୍
*କୃଷକର ଅନ୍ତ ସ୍ୱର*
                   *ନିରୁପମା ପାଣି* 
*******************
କୃଷକ ଜୀବନ
ଅଟେସିନା ଧନ୍ୟ 
         ହେଲେ ସଦା ହିନୀମାନ,
ସାରା ଜଗତକୁ
ଆହାର ଯୋଗାଏ
             ନିଜେତ ପାଏ କଷଣ!!
ଋତୁ ପରେଋତୁ
ବଦଳେ ନିଶ୍ଚୟ 
            ଭାଗ୍ୟ ବଦଳେନି ତାର,
ରକତ ନିଗାଡି
ଚଷେ କ୍ଷେତ ବାଡି
             ଫଳାଏ ସୁନା ଫସଲ!!
କେବେ ଧୋଇଯାଏ
କେବେ ପୋକ ଖାଏ
           କେବେ ମରୁଡ଼ିରେଯାଏ,
କରଜ ଧନକୁ
ପିଠିପରେ ବୋହି
            କୃଷକଟି ଦିନନିଏ!!
କୃଷକ ଜୀବନ
ସଦା ଦୁଃଖ ପୁର୍ଣ 
         ସପନ ଦେଖିବା ମନା,
ଖୁସି ଉପୋଭୋଗ
ନଥାଏ ତା କେବେ
          ପାଏ ଯାହା ସେ ଯନ୍ତ୍ରଣା!!
ଖରା ବରଷାରେ
ଆଣ୍ଠାଏ କାଦରେ
           ଗାମୁଛା ଭିଡି ଅଣ୍ଟାରେ,
ନୂଆ ପୋଷାକ କି
ଭଲ ଖାଦ୍ୟଗଣ୍ଡେ
           ନଥାଏ ତା କରମରେ!!
ଚାଳ ଛପରର
ନୁଆଁଣିଆ ଘର
             କୃଷକର ବାସସ୍ଥାନ ,
ପରିଶ୍ରମ ତାର
ସରେ ନାହିଁ କେବେ
         ସମାଜ ପାଇଁ ତା ଦାନ!!
ସନ୍ତାନ ମୁଖରେ
ହସ ବଦଳରେ
             କୃଷକଟି ଦୁଃଖ ଦିଏ,
ଗରିବ ଅଭାବୀ
କେବେବି ତାହାର
            ପାଖଛାଡିଯେ ନଥାଏ!!
ଶୁଭେନା କାହାକୁ
ତାର ଅନ୍ତସ୍ୱର
          ବୁକୁ ରେ ଜମାଟ ଥାଏ,
ଆଖିର ଲୁହକୁ
ଛାତିର କୋହକୁ
           ଥରେବି ବୁଝେନା କିଏ!
ଶେଷ ଉପହାର
ଅଟେ କୃଷକର
             ବିଷକି ଜହର ପାନ,
ଯାହା ଦେଇଥାଏ
ତାକୁ ଏସମାଜ
          ତାର ପ୍ରାପ୍ୟ ପ୍ରତିଦାନ!!
     ବିନତରା 
       ଚାନ୍ଦବାଲି 
      ଭଦ୍ରକ୍ଘର ଥିଲା ସେତେବେଳେ*
         ନିରୁପମା ପାଣି l
THE

Blessed is the farmer's life

He is always happy.

To the mercury world

provides food

It will go away by itself!! Must change after season

Fate changed, blood flowed

Rice fields yield golden crops!!

When is it washed?

Sometimes it eats worms, sometimes it goes to drought.

Debt to wealth

carried on the back

The farmer is one day. Farmer life

Always sad

Refrain from dreaming, enjoy happiness

Never has it

What he gets is pain!!

Kneeling in the mud in the rain

Around the waist of the rug,

New clothes?

Good food

Not in her karma!!

A rice paddy house

farmer's residence,

Hard work never ends

His donation to society!!

Instead of a smile on the face of respect

The black man makes me sad.

The poor will never have it

Don't let go!!

Good luck to anyone

His heart is full of blood.

Sugar tears

Who never understands the chest pain!

The last gift

The lily of the valley,

which gives

He was rewarded with an email

Chandbali

When you are civilized

Nirupama water.

* The quiet life

© Nirupama Water

The quiet life

Who has admired

He alone knows

Who will understand the price of his life?

........*ନିଶବ୍ଦ ଜୀବନ*
     🖋️ © ନିରୁପମା ପାଣି 
*******************
ନିଶବ୍ଦ ଜୀବନ
ନୀରବ ଯନ୍ତ୍ରଣା 
ଆଦରି ନେଇଛି ଯିଏ |
ସେ ଏକା ଜାଣିଛି
ତା ଜୀବନ ମୁଲ୍ୟ 
ଆଉବା ବୁଝିବ କିଏ ||

ଯେ ଯାହା ମତରେ
ତା କଟା କ୍ଷତରେ
ଲୁଣ ଛିଟା ଦେବେ ଯାହା |
କଟାକ୍ଷ ବଚନେ
ଭରିବେ ନୟନେ
ଉତପ୍ତ ଲୁହର ଦୟା ||

ମାନସିକ କଷ୍ଟ 
କେତେଯେ ଅନିଷ୍ଟ
ଦୁସହ ପରାଣେ ଦିଏ |
ସଂସ୍କାର ତୁଣ୍ଡିଟା
ଲଗାମ ପରିକା
ତା ଓଠରେ ବନ୍ଧା ଥାଏ ||

ନା ସହି ପାରେ'ସେ
ନା କହି ପାରେ'ସେ
କପାଳରେ କର ପିଟେ |
ଜିଇଁ ଥାଉଁ ଥାଉଁ 
ଶବ ସାଜି ପୁଣି
ମଶାଣି ନିଆଁକୁ ଭେଟେ ||
 •ବିନତରା •ଚାନ୍ଦବାଲି•ଭଦ୍ରକ
,.....

*ପଶୁ ଜନ୍ମ ମୋତେ ଦିଅହେ ଠାକୁର*
       ନିରୁପମା ପାଣି 
*********************
ପଶୁ ଜନ୍ମ ମୋତେ ଦିଅହେ ଠାକୁର
           ପଶୁଜନ୍ମ ଦିଅମୋତେ
ମଣିଷ ଜନମ ଅତିବ ବିପନ୍ନ
          ଲାଗୁଛି ଆଜିଯେ ସତେ!!!
ଘର ପରିବାର ନାମକୁ ନିଜର
          ଭଗାରୀ ଶତୃ ଏଠାରେ
ସ୍ୱାର୍ଥ ନମିଳିଲେ ଜଣେକେହି ହେଲେ
          ବସାନ୍ତି ନାହିଁ ପାଖରେ!!!
ଗରିବୀ ଅଭାବି ଦୁଇ ଯମ ପୁଣି
       ଦୁଇପାଖେ ଠିଆସଦା
ହସିବା ବଦଳେ କାନ୍ଦି ଦିନସରେ
           ଅଣ୍ଟା ହୁଏନାହିଁ ସିଧା!!!
ଜାତିଭାଇ କଳି ସବୁଠାରୁ ବଳି
        ଦେଖେନି କେ କାର ଶିରୀ
ଆଗକୁ ଯିବାକୁ ହାତକେ ଧରେନି
            ପଛକୁ ଆଣେ ଘୋଷାରି!!!
ଇଛା ବୋଲି ଯେଉଁ ଦୁଇଟି ଅକ୍ଷର
           ପର ପାଦତଳେ ବନ୍ଧା 
ମନମରି ଯାଏ ଖୁସି ହଜିଥାଏ
         ମାୟାରେ ଜୀବନ ଛନ୍ଦା!!!
ମଣିଷ ଜୀବନ ସଦା ପରାଧିନ
        ପଶୁ ମୁକ୍ତ ସଦାକାଳେ
ଏଜନମ ପରେ ଆର ଜନମରେ
        ହେବି ପଶୁଟିଏ ଭଲେ!!!!
ମାରିଲେ ମାରିବେ ଖାଇଲେ ଖାଇବେ
           ଅନ୍ୟ ଜାତି କେହି ଜଣେ
ନିଜ ଜାତି ଠାରୁ ମିଳିବ ମୁକତି
         ଧନ୍ୟ ହୋଇବି ଜୀବନେ!!!
                   ବିନତରା
                      ଚାନ୍ଦବାଲି
.... 
ସମର୍ପଣ
ମନକୁ କରୁଛି ଆକଟ ଯେତେ ମୁଁ ତୁମକୁ ଭୁଲିବା ପାଇଁ ମୋ ବୋଲ ମାନୁନି ଅବୁଝା ମନଟା ତୁମ ପାଶେଯାଏ ଧାଇଁ !!
ଭାବୁଛି ଭୁଲିବି ମନେ ନ କରିବି ତୁମେ କିଏ ଥୁଲ ମୋର କିଏ ଭାବିଦେଲେ ଲୁହ ମୋ ଝରୁଛି ଦି ଆଖୁରୁ ଧାର ଧାର
ନିରୁପମା ପାଣି
ଲୁହ ମୋ ଜଣାଏ ମୁଁ କେତେ ଆପଣା ତୁମର ପାରିଛି ହୋଇ ବଞ୍ଚିପାରି ବିନି ମରି ପାରିବିନି ତୁମକୁ ଯେ ଭୁଲିଯାଇ
ପ୍ରକାଶ
ମନେ ତୁମ ଛାଇ ସଦା ଥାଏ ରହି ହୃଦୟରେ ତୁମ ନାମ ନ ପାଇ ପାଇଛି ସତ ମୁଁ ମାନୁଛି ତୁମରି ଅମୂଲ୍ଯ ପ୍ରେମ
I am thinking of you as much as I want to forget you.
I think, I forget, I don't remember who you are, who is mine?
Nirupama water
Tears tell me how much I have become yours. I cannot die without forgetting you
Disclosure
Your shadow is always in my mind, I have not found your name in my heart, I
********************
ଘରଥିଲା ସେତେବେଳେ
        ଯେବେ ଛୋଟ ଥିଲି
ସକାଳରୁ ସଞ୍ଜ ଯାଏ
           ଖାଲି ରଡୁଥିଲି!!
କେତେବେଳେ ଖାଇବାକୁ
           କେବେ ଖେଳିବାକୁ
ପାଞ୍ଚ ପଇଶିଟେ ପୁଣି
          ପଡେ ମାଗିବାକୁ!!
ଘରେ ଥିଲେ ବହୁଲୋକ
      ବାପା ବଡ ବାପା
ନନା ନୂଆବୋଉ ସହ
       ମୋର ମଝିଆଁ ପା!
ବୋଉ ବଡ ବୋଉଥିଲେ
       ନାନୀ ତିନି ଜଣ
ହସରେ ଖୁସିରେ କଟି
      ଯାଉଥିଲା ଦିନ!!
ମାମୁଁମାନେ ଆସୁଥିଲେ
       ଯେବେ ମିଠାଧରି
ଖୁସିରେ ମୁଁ ଖାଉଥିଲି
     ଅଧେ ଚୋରିକରି!!
ବୋଉ ଗାଳିଦେଲେ ପୁଣି
     ବଡବୋଉ ସହେ
ଛୁଆଟା ବୋଲିଣ କହି
      କୋଳେ ଟାଣିନିଏ!!
ଆଦର ମମତା ମିଳୁ
    ଥିଲା ସଭିଙ୍କର 
ଜଣଠୁ ବଳି ଜଣେ ଯେ
     ଥିଲେ ଆପଣାର!!
ଆଜି ଆଉ ନାହିଁ ସେହି
    ସ୍ୱର୍ଗ ପରି ଘର
ଆମେ ଦୁହେଁ ଆମ ପିଲା
     ଆଜିର ସଂସାର!!
ବାପା ମାଆ ରହୁଛନ୍ତି 
     ସନ୍ତାନଠୁ ଦୂରେ
ଅଶାନ୍ତି କରନ୍ତି କାଳେ
       ସେଯେ ବାର୍ଦ୍ଧକ୍ୟ ରେ!!
              ବିନତରା 
             ଚାନ୍ଦବାଲି 
             ଭଦ୍ରକ୍
[7/25, 11:12 AM] Odia Poet Nirupama Pani: *ସପନ ରେ ତୁ*
✒️©ନିରୁପମା ପାଣି
•••••••••••••••••••
ଭାବିଥିଲି ତୋଳିବାକୁ
ତୋ' ହୃଦୟେ ଘର ||
ମନକୁ ମୋ' ଚୁନା କଲୁ
କରି-ଦେଇ ପର||||
ମନ ପକ୍ଷୀ ଗଲା ଉଡି
ତୋତେ ଭଲ-ପାଇ ||
ପିଞ୍ଜରା ରେ ବନ୍ଦୀ ହେବ
ନିଜେ ଭୁଲିଯାଇ ||||
ଠିକଣା ତୋ' ଖୋଜୁଥିଲା
ପାଗଳ ପରାଏ ||
ପାଇ ପୁଣି ହଜାଇଲା-
ପରି ଝୁରି ହୁଏ ||||
ପ୍ରେମ ସତେ ଅମାନିଆଁ 
ମୋ 'ବୋଲ ମାନୁନି ||
ତୋ' କଥାକୁ ଭାବି ଭାବି
ରାତିରେ ଶୋଉନି ||||
ସକାଳ ହେଉଛି ଲାଗେ
ତୋତେ ଭାବିଭାବି ||
ସଞ୍ଜ ଆକାଶରେ ଦିଶେ
ଏକା ତୋର ଛବି ||||
କେମିତି କହିବି ଆଜି
ମନ କଥା ଖୋଲି ||
ତୋତେ ଭଲପାଇ ବୋଧେ
ନିଜକୁ ଭୁଲିଲି ||||
•ବିନରା •ଚାନ୍ଦବାଲି •ଭଦ୍ରକ
[7/25, 11:12 AM] Odia Poet Nirupama Pani: *। ଆଷାଢ*
*******************
               *ନିରୁପମା ପାଣି* 
*****************
ଆଷାଢ ଲାଗୁନି
ଆଷାଢ ପରିକା
        ଜଳିଯାଏ ଦେହମନ,
ଡହଡହଖରା
ହୁଏ ଆଜି ପରା
         ଅସ୍ତବ୍ଯସ୍ତ ଏ ଜୀବନ!!
କାହିଁକି କେଜାଣି 
ଏଦିନ ଆସିଲା
          ପ୍ରକୃତି କି କୋପ କଲା,
ମଣିଷ ଉପରେ
ଅଗ୍ନି ବୃଷ୍ଟି କରେ
         ଆଷାଢେ ବର୍ଷା ହଜିଲା!!
ଗରବେ ମଣିଷ
ଭୁଲିଗଲା ଚାଷ
          ହଳ ଲଙ୍ଗଳ ଭୁଲିଲା,
କୋଠା କୋଠା ହୋଇ
ଗଛ କାଟିଦେଇ
           କଂକ୍ରିଟ୍ ସହର କଲା!!
ମାଟି କାନ୍ଦେ ଆଜି
ଆଖିରେତା ଲୁହ
           ସବୁଜିମା ହାରି ପୁଣି,
ଧୂଷର ଲାଗୁଛି
ମାଟିମାଆ ବକ୍ଷ
           ଅନ୍ଧ ମଣିଷ ଦେଖୁନି!!
ବୃକ୍ଷ ଶୁନ୍ୟ ବୋଲି
ସବୁ ଶୁନ୍ୟ ହୁଏ
           ପାଣି ପବନ ଧରାରେ,
ଆଷାଢେ ବର୍ଷୁନି
ଟୋପାଏଯେ ଜଳ
        ଆକାଶରୁ ଅଗ୍ନିଝରେ।।
***************
ଚା଼ନ୍ଦବାଲି।
ବିନତରା।
[7/25, 11:12 AM] Odia Poet Nirupama Pani: *ନିଶବ୍ଦ ଜୀବନ*
     🖋️ © ନିରୁପମା ପାଣି 
*******************
ନିଶବ୍ଦ ଜୀବନ
ନୀରବ ଯନ୍ତ୍ରଣା 
ଆଦରି ନେଇଛି ଯିଏ |
ସେ ଏକା ଜାଣିଛି
ତା ଜୀବନ ମୁଲ୍ୟ 
ଆଉବା ବୁଝିବ କିଏ ||
ଯେ ଯାହା ମତରେ
ତା କଟା କ୍ଷତରେ
ଲୁଣ ଛିଟା ଦେବେ ଯାହା |
କଟାକ୍ଷ ବଚନେ
ଭରିବେ ନୟନେ
ଉତପ୍ତ ଲୁହର ଦୟା ||
ମାନସିକ କଷ୍ଟ 
କେତେଯେ ଅନିଷ୍ଟ
ଦୁସହ ପରାଣେ ଦିଏ |
ସଂସ୍କାର ତୁଣ୍ଡିଟା
ଲଗାମ ପରିକା
ତା ଓଠରେ ବନ୍ଧା ଥାଏ ||
ନା ସହି ପାରେ'ସେ
ନା କହି ପାରେ'ସେ
କପାଳରେ କର ପିଟେ |
ଜିଇଁ ଥାଉଁ ଥାଉଁ 
ଶବ ସାଜି ପୁଣି
ମଶାଣି ନିଆଁକୁ ଭେଟେ ||
 •ବିନତରା •ଚାନ୍ଦବାଲି•ଭଦ୍ରକ
[7/25, 11:12 AM] Odia Poet Nirupama Pani: *ସାଉଁଟା ସ୍ମୃତି*
     ନିରୁପମା ପାଣି 
*****************
ଜନ୍ମରୁ ଏଯାଏ
ସ୍ମୃତି ବିଛୁରିତ
ସାଉଁଟି ପାରିନି ଦିନେ
ସମୟ ପାଇଛି
କବିତା ଲେଖୁଛି
ସ୍ମୃତି କିଛି ଖୋଜି ମନେ!!
ସ୍ମୃତିତ ଅନେକ
କେବେ ଦୁଃଖ ସୁଖ 
କେବେ ହସର କାନ୍ଦର
ସାଙ୍ଗ ସାଥୀ ମେଳ
କେତେ କଳିଗୋଳ
ଗଛିତ ଅଛି ମନର!
ପିତା ମାତା ପୁଣି
ବାଲ୍ୟ କାଳ ଗୁଣି
ଅତିତକୁ ନିତି ଖୋଜେ
ପ୍ରଥମ ପ୍ରେମର
ଅଭୁଲା ସ୍ମୃତି ରେ
ପୁଣିକେବେ ନିଜେ ହଜେ!
ପାଇବା ହାରିବା
କାହାକୁ ଝୁରିବା
ହସାଏ କନ୍ଦାଏ ପୁଣି
ଯେତ ଖୋଜିଲେବି
ସ୍ମୃତି ଲିଭୁନାହିଁ
ଜାଣେ କେବେ ଲିଭିବନି!!
ଜୀବନ ଯନ୍ତ୍ରଣା 
କପଟ ମନ୍ତ୍ରଣା
ପ୍ରତିଦାନେ ଯା ପାଇଛି
ଆଜିବି ହୃଦୟେ 
ସାଇତା ସପନେ
ଅଲିଭା ସ୍ମୃତି ସାଜିଛି!!
      ବିନତରା 
      ଚାନ୍ଦବାଲି 
      ଭଦ୍ରକ୍[7/25, 11:12 AM] Odia Poet Nirupama Pani: *ଭୁଲିବା'କୁ ଭାବେ ତାକୁ*
 ✒️© ଶ୍ରୀମତୀ ନିରୁପମା
🍂🍂🍂🍂🍂🍂🍂
ଭୁଲିବା'କୁ ଭାବେ ତାକୁ
ଭୁଲିତ ପାରେନା ||
ବେଶିବେଶି ମନେପଡେ
ହୁଏ ଆନମନା ||||
କିମିଆଁ କଲା କି' ମୋତେ!
ଯାଦୁ ସେ କରିଛି ||
ସବୁବେଳେ ତା' ସେ କଥା
ବସି ମୁଁ' ଭାବୁଛି ||||
ଅଳପ ଦେଖା'ରେ ମୋତେ 
ନିଜର ଲାଗିଲା ||
କଥା ନ' ହେଉଣୁ ପୁଣି
ବାଟ ଭାଙ୍ଗିଗଲା ||||
ମନ´ମୋର ଚୋରାଇଲା 
ପ୍ରଥମ ଦେଖାରେ ||
ପଲକ ରେ' ଲୁଚିଗଲା 
କାହିଁ ଅନ୍ତରାଳେ ||||
ହଜିଗଲା ମନ'ମୋର
ତା' ଯିବା ରାସ୍ତା ରେ ||
ଖୋଜୁଛି ସେଦିନୁଁ ମୁହିଁ 
ଚାତକି ଭାବ'ରେ ||||
 ତା' ସାଥୀ'ରେ ଲାଗିଥିଲା
ନୈସର୍ଗିକ ଶାନ୍ତି ||
ହୁଅନ୍ତା କି ସିଏ ମୋର
ଜୀବନ ର ସାଥି ||||
•ବିନତରା •ଚାନ୍ଦବାଲି • ଭଦ୍ରକ
[7/25, 11:12 AM] Odia Poet Nirupama Pani: *ଦଗ୍ଧିତ ଧରଣୀ*
        ନିରୁପମା ପାଣି 
****************
ଦଗ୍ଧିତ ଧରଣୀ
ଲୁହତା ଶୁଖୁନି
ଭାଙ୍ଗି ଯାଇଛି ତା ସ୍ୱପ୍ନ
କେମିତି ସହିବ
ତା ଅନ୍ତର ବ୍ୟଥା
ପାଉଛି କେତେ କଷଣ!
ପ୍ରକୃତି ବଦଳି
ଯାଏ ଦିନୁଦିନ
ଉତପ୍ତେ ତା ଦେହ ଜଳେ
ଗଛ ଲତା ଶୁନ୍ୟ 
ଆଜିତାର କୋଳ
ମଣିଷ ବୁଝୁନି ତିଳେ!!
ଆଧୁନିକତା କୁ
ଆପଣେଇ ନେଇ
ପ୍ରକୃତି ନଷ୍ଟ କରୁଛି
କୋଠା କୋଠା ହୋଇ
ମାଟି ହଯେଇସେ
ନିଆଁ ରେ ଝାସ ଦେଉଛି!!
କୂଅ ନାହିଁ ଆଜି
ପୋଖରି ଟେ ନାହିଁ 
ପାଇପ୍ ପଛେ ଧାଉଁଛି
ଶସ୍ଯ ଉତ୍ପାଦେନେ
ମନ ନଦେଇଣ
ପରକୁ ଚାହିଁ ରହୁଛି!
ଟଙ୍କା ବିନା କିଛି
ଖୋଜୁନି ମଣିଷ
ନିଜସ୍ୱାର୍ଥ ଖୋଜିବୁଲେ
ମାଟି ମାଆ ମନ
କିଏବା ବୁଝିବ
କାହିଁକି ତା ଲୁହଝରେ!!
ଗଛ ସଫାକରି
ବାହାବା ନେବାଠୁ
ଲଗାଇଲେ ଗଛ ବେଶି
ହସିବ ଧରଣୀ
ବୁଝରେ ମଣିଷ
ଆଜିଠାରୁ ମିଳିମିଶି!!
କଳ କାରଖାନା
ଧୂଆଁ ମୟ କରେ
ନିଶ୍ୱାସ ରେ ବିଷ ନିଅ
ଗଛ ଲଗାଇଲେ
ହସିବ ପ୍ରକୃତି 
ଶାନ୍ତିରେ ଦିନେ ନିଶ୍ଚୟ!
ଖରା ନବାଧିବ
ପ୍ରବଳ ବର୍ଷିବ
ମୁଷଳ ଧାରାରେ ମେଘ
ବିଦଗ୍ଧ ଧରଣୀ
ଲୁହ ଢାଳିବନି
ଯାଗରେ ମଣିଷ ଯାଗ!!
      ଚାନ୍ଦବାଲି 
     ଭଦ୍ରକ୍
[7/25, 11:12 AM] Odia Poet Nirupama Pani: *ଭୁଲିତ ଯିବନି ମୋତେ*
          ନିରୁପମା ପାଣି 
*******************
ଆଜି ଅଛି କାଲି
ଯଦି ଯିବି ଚାଲି
ଭୁଲିତ ଯିବନି ମୋତେ
ଆମରି ସମ୍ପର୍କ 
ମନ କଥା ଯାକ
ଲିଭିତ ଯିବନି ସତେ!!
ସ୍ୱପ୍ନ ପରି ଲାଗେ
ଆମ ପ୍ରେମ ଗାଥା
ସୃଷ୍ଟି ଦେଖିନି କେହି
ବୟସାନ୍ତେ ଆଜି
ପାଗଳ ପ୍ରେମରେ
ଦୁହେଁ ତ ଦୁହିଁଙ୍କୁ ପାଇ!
ଶୟନେ ସପନେ
ତୁମେ ପଡ ମନେ
ସଦା ରହି ହୃଦୟରେ 
ସମାଜ ସଂସାର
ଅସାର ଲାଗୁଛି
ମନହଜେ ତୁମଠାରେ!!
ଅଳପ ଦନରେ
ଗଳପ ପରିକା
ଲାଗେ ଆମରି ସମ୍ପର୍କ 
ନିଜଠୁ ନିଜର
ହେଲେ ଦୁହି
[7/25, 11:12 AM] Odia Poet Nirupama Pani: *ମିଛ ସଂସାରରେ ମିଛ ଅଭୀନୟ*
      ନିରୁପମା ପାଣି 
**********************
ମିଛ ସଂସାରର 
ମିଛ ଅଭୀନୟ 
କରିକରି ଥକିଗଲି
ଅଲୋଡା ଜୀବଟେ
ବୋଝ ପରି ଆଜି
ଅନ୍ୟକୁ ଯନ୍ତ୍ରଣା ଦେଲି!!
କି ବୁଦ୍ଧି କରିବି
ପାରୁନାହିଁ ଭାବି
ମନରେ ଲାଗୁଛି ନିଆଁ 
ସମୟ କାହିଁକି 
ବଦଳେ ସଂସାରେ
ଭାବିଲେ ଲାଗେ ଛାନିଆଁ!!
ଏମିତି ସମୟ 
ଦିନେତ ଆସିବ
ଦୁନିଆଁ ବଦଳି ଯିବ
କେହି ଜଣେ ହେଲେ
ଆଗରୁ ଭାବେନି
ବିଧି କି ନିର୍ଦେଶ ଦେବ!!
ବିଶ୍ବାସ ଉପରେ
ଲଗାମ ଲଗେଇ
ସମୟ ଟା ଟାଣିନେବ
ଅତିତ ଭାବନା
ରହି ହୃଦୟରେ 
କେବଳ ଯନ୍ତ୍ରଣା ଦେବ!!
ସ୍ୱାର୍ଥ ସରିଗଲେ
ମଣିଷ ଅଲୋଡା
ହୋଇବ ଦିନେ ନିଶ୍ଚୟ 
ହସ ଖୁସି ସବୁ
ଛଡେଇ କେ ନବ
ବଦଳି ଯିବ ସମୟ !!
      ବିନତରା 
        ଚାନ୍ଦବାଲି 
        ଭଦ୍ରକ୍
[7/25, 11:12 AM] Odia Poet Nirupama Pani: *ବାର୍ଦ୍ଧକ୍ୟ ଆଖିରେ ଆଖିଏ ଲୁହ*
        ନିରୁପମା ପାଣି 
*************************
ବାର୍ଦ୍ଧକ୍ୟ ଆଖିରେ
ଆଖିଏ ଲୁହତ
ନିନ୍ଦେ ନିଜ କରମକୁ
ନିଜ ସମୟରେ 
ବୁଝି ସେ ପାରିନି
ଖୋଜେ ଆଜି ଅତିତକୁ!!
ବାଟ ଛାଲୁଥିଲା
ଛାତି ଫୁଲେଇସେ
କର୍ମ ପଥ ଅନୁସରି
ଆକିର ଅବସ୍ଥା 
କର୍ମ ହୀନ ପୁଣି
ଆଖି ଲୁହ ଯାଏ ଝରି!!
ଶୁଝି ଥିଲା ଋଣ
ପିତା ମାତାଙ୍କର 
ଭାବିଥିଲା ସେ ପାଇବ
ଗଛିତ ସମ୍ପତି
ତା ନିଜ ସନ୍ତାନ
ବାର୍ଦ୍ଧକ୍ୟେ ତାକୁ ସେବିବ!!
ବଦଳି ଯିବତା
ଆଶା ଅନୁମାନ
ସ୍ୱପ୍ନ ହେବ ଧୂଳି ସାତ
ଭାବିତ ନଥିଲା
ଯନ୍ତ୍ରଣା ସମୟେ
ନେହେବେ କେହିତା ସାଥ!!
ବିଳାପ କରୁଛି
ଆଜିର ବାର୍ଦ୍ଧକ୍ୟ 
ଅବହେଳା ଯନ୍ତ୍ରଣା ରେ
ଆହା କହିବାକୁ
ସାହା କେହି ନାହିଁ 
ବୟସ ର ଅପରାହ୍ନ ରେ!!
     ବିନତରା 
     ଚାନ୍ଦବାଲି
[7/25, 11:12 AM] Odia Poet Nirupama Pani: । *ନାଆଁ ଟି ମୋର ମଦ*
      👍👍👍👍👍👍
                *ନିରୁପମା ପାଣି।* 
        *****************
ନାଆଁଟି ମୋର ମଦ ସୁଜନେହୋ
          ନାଆଁଟି ମୋର ମଦ,
ମୋତେଯିଏସେ ଭଲପାଉଥାଏ
         ତା ଜୀବନ ବରବାଦ ।
         ନାଆଁ ଟି ମୋର ମଦ........।।
      
ମୋଲାଗି ନିତି ଘରେ ଅଶାନ୍ତି 
         ସ୍ୱାମୀ ସ୍ତ୍ରୀ ରେ ହୁଏ,
ବେଳେବେଳେବି କେହି ମୋଲାଗି
         ଝାଡୁ ପାହାର ଖାଏ !!
ମୋ ଅବଦାନେ କେହି ଜୀବନେ
         ଆଗକୁ ଯାଏ ନାହିଁ ,
ପ୍ରେମରେ ମୋର ବିକଇ ଘର
         ପିଲା ମାଇପ କେହି!!
ମୋ କରାମତି ଜାଣିଛି ସିଏ
        ରାସ୍ତାରେ ପଡେ ଯିଏ,
ଦେଖି ସମସ୍ତେ ହସନ୍ତି ତାରେ
        କୁକୁର ସୁସୁ ପିଏ!!
 ଷଣ୍ଢ ପିଠିରେ ଆଉଜିଥାଏ
        ମାଇ ଛେଳିଯେ କହି,
ସେମୋର ବଡ ଫିଆନ ଜାଣେ
        ତାକୁ ନିନ୍ଦିବି ନାହିଁ!!
ଖାତିର ମୋର ଆଜି ଯୁଗର
         ରାଜ୍ୟ ଚଳାଏ ମୁହିଁ ,
କିଏବା ଅଛି ମୋସମ କୁହ
         ସମାଜ ହିତ ପାଇଁ!!
ମୁଁ ଦିଏ ଶାନ୍ତି ମୁଁ ଦିଏ ମୁକ୍ତି 
         ନରକେ ସ୍ଥାନ ଦେଇ,
ଭକତ ମୋର କରଇ ପୂଜା 
         ମନ-ପରାଣ ଦେଇ।।
         ________________
ଚ଼ାନ୍ଦବାଲି।
ବିନତରା ।
[7/25, 11:12 AM] Odia Poet Nirupama Pani: *ଛାଡିବନି ମୋର ହାତ*
❤️❤️❤️❤️❤️❤️❤️
        *ନିରୁପମା ପାଣି ।*
*******************
ଛାଡିବନି ମୋର
ହାତ ଜଗନ୍ନାଥ 
          ଛାଡିବନି ମୋରହାତ
ହସରେ ଲୁହରେ
ସୁଖରେ ଦୁଃଖରେ 
          ପାଖେଥିବ ଭାବିମିତ!!
ଜୀବନ ମରଣ
ଦେଇଛ ଆପଣ
            ଦେଇଅଛ ପାପପୂଣ୍ୟ 
ସବୁ ସଙ୍ଗେ ପୁଣି
ଭୋକ ଭରିଅଛ
           ସେଯେ ଜଳାଏ ଜୀବନ!!
ଚଲାପଥ ପୁଣି
ସମାନ ଲାଗୁନି
           କେବେଫୁଲ କେବେକଣ୍ଟା
ବୟସ ସହିତ
ସାହାସ କମୁଛି
           ଲାଗେ ହଜିଯିବ ସତ୍ତା!!
ତୁମ ହାତ ଯଦି
ଥିବ ମୋ ହାତରେ
                   ପଥକଷ୍ଟ ନବାଧିବ,
ଆଲୁଅ ଅନ୍ଧାର 
ରାତି ଭୟଙ୍କର 
                   କିଛି ଜଣା ନପଡିବ!!
ଚାଲୁଚି ଚାଲିବି
ଥକି ନପଡିବି
                ପ୍ରଭୁ ତୁମ ଆଶୀର୍ବାଦେ
ତୁମେ ପାଶେ ଥିଲେ
ଦୁଃଖ ଯିବଦୂରେ
                  ଡରିଯିବିନି ବିପଦେ!!
           -------------------------------
ଚାନ୍ଦବାଲି।
ବିନତରା।
[7/25, 11:12 AM] Odia Poet Nirupama Pani: *। ଆଷାଢ*
*******************
               *ନିରୁପମା ପାଣି* 
*****************
ଆଷାଢ ଲାଗୁନି
ଆଷାଢ ପରିକା
        ଜଳିଯାଏ ଦେହମନ,
ଡହଡହଖରା
ହୁଏ ଆଜି ପରା
         ଅସ୍ତବ୍ଯସ୍ତ ଏ ଜୀବନ!!
କାହିଁକି କେଜାଣି 
ଏଦିନ ଆସିଲା
          ପ୍ରକୃତି କି କୋପ କଲା,
ମଣିଷ ଉପରେ
ଅଗ୍ନି ବୃଷ୍ଟି କରେ
         ଆଷାଢେ ବର୍ଷା ହଜିଲା!!
ଗରବେ ମଣିଷ
ଭୁଲିଗଲା ଚାଷ
          ହଳ ଲଙ୍ଗଳ ଭୁଲିଲା,
କୋଠା କୋଠା ହୋଇ
ଗଛ କାଟିଦେଇ
           କଂକ୍ରିଟ୍ ସହର କଲା!!
ମାଟି କାନ୍ଦେ ଆଜି
ଆଖିରେତା ଲୁହ
           ସବୁଜିମା ହାରି ପୁଣି,
ଧୂଷର ଲାଗୁଛି
ମାଟିମାଆ ବକ୍ଷ
           ଅନ୍ଧ ମଣିଷ ଦେଖୁନି!!
ବୃକ୍ଷ ଶୁନ୍ୟ ବୋଲି
ସବୁ ଶୁନ୍ୟ ହୁଏ
           ପାଣି ପବନ ଧରାରେ,
ଆଷାଢେ ବର୍ଷୁନି
ଟୋପାଏଯେ ଜଳ
        ଆକାଶରୁ ଅଗ୍ନିଝରେ।।
***************
ଚା଼ନ୍ଦବାଲି।
ବିନତରା।
[7/25, 11:12 AM] Odia Poet Nirupama Pani: *ସାଉଁଟା ସ୍ମୃତି*
     ନିରୁପମା ପାଣି 
*****************
ଜନ୍ମରୁ ଏଯାଏ
ସ୍ମୃତି ବିଛୁରିତ
ସାଉଁଟି ପାରିନି ଦିନେ
ସମୟ ପାଇଛି
କବିତା ଲେଖୁଛି
ସ୍ମୃତି କିଛି ଖୋଜି ମନେ!!
ସ୍ମୃତିତ ଅନେକ
କେବେ ଦୁଃଖ ସୁଖ 
କେବେ ହସର କାନ୍ଦର
ସାଙ୍ଗ ସାଥୀ ମେଳ
କେତେ କଳିଗୋଳ
ଗଛିତ ଅଛି ମନର!
ପିତା ମାତା ପୁଣି
ବାଲ୍ୟ କାଳ ଗୁଣି
ଅତିତକୁ ନିତି ଖୋଜେ
ପ୍ରଥମ ପ୍ରେମର
ଅଭୁଲା ସ୍ମୃତି ରେ
ପୁଣିକେବେ ନିଜେ ହଜେ!
ପାଇବା ହାରିବା
କାହାକୁ ଝୁରିବା
ହସାଏ କନ୍ଦାଏ ପୁଣି
ଯେତ ଖୋଜିଲେବି
ସ୍ମୃତି ଲିଭୁନାହିଁ
ଜାଣେ କେବେ ଲିଭିବନି!!
ଜୀବନ ଯନ୍ତ୍ରଣା 
କପଟ ମନ୍ତ୍ରଣା
ପ୍ରତିଦାନେ ଯା ପାଇଛି
ଆଜିବି ହୃଦୟେ 
ସାଇତା ସପନେ
ଅଲିଭା ସ୍ମୃତି ସାଜିଛି!!
      ବିନତରା 
      ଚାନ୍ଦବାଲି 
      ଭଦ୍ରକ୍
[7/25, 11:12 AM] Odia Poet Nirupama Pani: *ନିଶବ୍ଦ ଜୀବନ*
     🖋️ © ନିରୁପମା ପାଣି 
*******************
ନିଶବ୍ଦ ଜୀବନ
ନୀରବ ଯନ୍ତ୍ରଣା 
ଆଦରି ନେଇଛି ଯିଏ |
ସେ ଏକା ଜାଣିଛି
ତା ଜୀବନ ମୁଲ୍ୟ 
ଆଉବା ବୁଝିବ କିଏ ||
ଯେ ଯାହା ମତରେ
ତା କଟା କ୍ଷତରେ
ଲୁଣ ଛିଟା ଦେବେ ଯାହା |
କଟାକ୍ଷ ବଚନେ
ଭରିବେ ନୟନେ
ଉତପ୍ତ ଲୁହର ଦୟା ||
ମାନସିକ କଷ୍ଟ 
କେତେଯେ ଅନିଷ୍ଟ
ଦୁସହ ପରାଣେ ଦିଏ |
ସଂସ୍କାର ତୁଣ୍ଡିଟା
ଲଗାମ ପରିକା
ତା ଓଠରେ ବନ୍ଧା ଥାଏ ||
ନା ସହି ପାରେ'ସେ
ନା କହି ପାରେ'ସେ
କପାଳରେ କର ପିଟେ |
ଜିଇଁ ଥାଉଁ ଥାଉଁ 
ଶବ ସାଜି ପୁଣି
ମଶାଣି ନିଆଁକୁ ଭେଟେ ||
 •ବିନତରା •ଚାନ୍ଦବାଲି•ଭଦ୍ରକ
[7/25, 11:37 AM] Odia Poet Nirupama Pani: ଶୀର୍ଷକ ଜୀବନ ରାସ୍ତାରେ
#############
ଜୀବନ ରାସ୍ତାରେ
        ଏକା ବାଟୋଇ ମୁଁ
              ଦିଗ ହରା ମୋ ଠିକଣା
ନିଜେବି ଜାଣିନି
       ଏଇ ଦୁନିଆଁରେ
             କିଏ ପର କିଏ ଆପଣା
ମିଛ ହସ ହସି
       କରି ଅଭୀନୟ
              ଠିଆ ହୁଏ ରଙ୍ଗମଞ୍ଚରେ
କିଏ ତାଳି ମାରେ
       କିଏ ଗାଳି କରେ
              ଅଣ ଦେଖା ସବୁ କରେ
ଚାଲୁଛି ଚାଲିବି
      ନପଡିବି ଥକି
             ବୟସର ଅପରାହ୍ନରେ
ହାରେ କିବା ଯିତେ
        କେବେ ମୁଁ ଦେଖେନା
              ଅଭୀନୟ ମଞ୍ଚପରେ
ଜଣେ ନିର୍ଦେଶକ
        ପଥ ପ୍ରଦର୍ଶକ
                ତୁମେ ଜଣେ ଏକାଜାଣେ
ଅଦୃଶ୍ୟରେ ରହି
       ଦିଅ ନିର୍ଦେଶନା
           ବିଶ୍ୱାସର ଇଙ୍ଗିତରେ
ସେହି ମୋ ଶକତି
        ସେହି ମୋ ସାହାସ
               ଭରିଦିଏ ହୃଦୟରେ
ନିୟତି ନିର୍ଦେଶ
      ଦିଏ ଦୁଃଖ ମୋତେ
            ସହୁଛି ସହିବି ସବୁ
ଦୟା ରଖିଥିବ
       ସାହା ହେଉଥିବ
            ହେ ମୋର ଆରାଦ୍ଧ୍ୟପ୍ରଭୂ
ନିରୁ ପମା ପାଣି
ଚାନ୍ଦବାଲି
[7/25, 11:37 AM] Odia Poet Nirupama Pani: ଧର୍ଷିତାର ଆତ୍ମକଥା
88888888888
ସମାଜ ଆଖିରେ
       ମୁ ଜଣେ ଧର୍ଷିତା
           ହୀନ ମୋ ଜୀବନ କାହାଣୀ
ଛୁଆ ଠାରୁ ବୁଢା
        ଅନାନ୍ତି କଣେଇ
              ତେରଛା କରି ଚାହାଣି 
ଆହା କହନ୍ତିନି
        କରନ୍ତି କଟାକ୍ଷ
               ଚରିତ୍ରହୀନାଟା କହି
ଘର ଲୋକ ଠାରୁ
        ପାଏ ଅବହେଳା
               ଡରେ ମୁହଁ ଖୋଲେନାହିଁ
ପୋଲିସି ଜାଣିଲେ
        ନ୍ୟାୟ ମୁଁ ପାଏନି
               ପ୍ରଶ୍ନରେ ଯାଏ ଲାଜେଇ
କିଏସେ ଆସିଲା
        କୋଉଠୁ ଆସିଲା
                 କିରୁପେ କଅଣ କଲା
ଗୋଟିଏ ପ୍ରଶ୍ନର
        ହଜାରେ ଉତ୍ତର
                ଦେଇ ମୋର ପ୍ରାଣଗଲା
କୋଓଟ କଚେରୀ
         ପ୍ରମାଣ ଖୋଜଇ
               ନଥାଏ ମୁଁ ଫଟ ଉଠେଇ
ପ୍ରମାଣ ଅଭାବେ
        ଖସି ଯାଏ ଦୋଷି
               ସସମ୍ମାନେ ହସିଦେଇ
ଲଜ୍ୟା ଅପମାନେ
         ବାଟ ବାଛିନିଏ
               ଆତ୍ମ ହତ୍ୟା ଆପଣେଇ
ଧର୍ଷୀତା ଜୀବନ
        ଅସହାୟ ପୂର୍ଣ
               ତା ଦୁଃଖ ବୁଝେନି କେହି
ନିରୁପମା ପାଣି
ଚାନ୍ଦ ବାଲି
[7/25, 11:37 AM] Odia Poet Nirupama Pani: *ଗଣ ତନ୍ତ୍ର*
         ନିରୁପମାପାଣି 
ଗଣତନ୍ତ୍ର ଆଜି
ବଦଳି ଯାଇଛି
ରଣତନ୍ତ୍ର ତାର ନାମ
ଜନ ମତ କିବା
ନାହିଁ ଜନ ହିତ
ନେତାଙ୍କ ହାତରେ କାମ!!
ଜନ ସ୍ୱାର୍ଥ ଏଠି
ବଳି ପଡିଯାଏ
ମତ ଦାନ କିଣାବିକା
ଭକୁଆ ଜନତା
ବିକିରି ହୁଅନ୍ତି
ପାଇଲେ ପାଞ୍ଚଶ ଟଙ୍କା!!
ମିଛ ପ୍ରହସନ
ଆଜି ଗଣତନ୍ତ୍ର 
କୋଟା ନିୟମ ଚାଲୁଛି
ଯୋଗ୍ୟ ପାର୍ଥୀଟିଏ
ବଳିପଡୁଅଛି
ଜାତି ତା କାଳ ସାଜୁଛି!!
ନେତା ତନ୍ତ୍ର ଆଜି
ଚାଲେ ଏ ଦଶରେ
ଗଣତନ୍ତ୍ର ହିନବଳ
କାହାକୁ କହିବି
କିଏବା ଶୁଣିବ
ଖରାପ ଏ ବେଳ କାଳ!!
ତୁଣ୍ଡ ଖୋଲିଦେଲେ
ମୁଣ୍ଡ ରହିବନି
ରାଜନୀତିକୁ ଜୁଆର
କୂଟ କପଟରେ
ଶାସନ ଗାଦିରେ
ନେତା ମାନେ ଅଧିଶ୍ୱର
          ଚାନ୍ଦବାଲି 
       ଭଦ୍ରକ୍
[7/25, 11:37 AM] Odia Poet Nirupama Pani: *ଛଳନା*
        ନିରୁପମାପାଣି 
ଅଧରରେ ହସ
ଅନ୍ତରରେ ବିଷ
ଅଣ୍ଟିରେ ଛଳନା ଛୁରୀ
କଥା କଥାରେ
ମୋହୁ ଝରୁଥାଇ
ନର ନୁହେଁ ସେହି ନାରୀ!
ବିଷାକ୍ତ ତାହାର
ହୃଦୟ ଅନ୍ତର
ମୋହେ ବଶ କରି ପାରେ
ସମୟ ଆସିଲେ
ତଣ୍ଟି କାଟିଦିଏ
ସ୍ୱାର୍ଥ ରେ ବାଧା ପଡିଲେ!!
ମମତା ମୟୀରୁ
ଧ୍ୱଂସକାରୀ ସାଜେ
ନିଜର ଲାଳସା ପାଇଁ 
ନିନ୍ଦା ଅପବାଦ
ପଛରେ ପକାଏ
ଲୋକଲଜ୍ୟା ଭୁଲିଯାଇ!!
ପୁରୁଷ ଅଧମ
ସଦା ଫସେ ଏଠି
ମାୟାବିନୀ ନାରୀ ଜାଲେ
ତଥାପି ବୁଝୁନି
ପତଙ୍ଗ ସାଜୁଛି
ମରେ ପଡି ନିଆଁ ଝୁଲେ!!
ଛଳନା ମୟୀର
ଛଳନା ନବୁଝି
ଦେହ ଦେଖି ଭୋଳ ହୁଏ
ସମୟ ଆସିଲେ
ଛଳନା ମୟୀଟା
ନାଗୁଣୀର ରୁପନିଏ!!
ଶୋଇଲା ବେଳକୁ
ପୋଲିସି ଖୋଜେନା
ଥାନା ଅନୁମତି ଲୋଡେନି
ସ୍ୱାର୍ଥ ସରିଗଲେ
ଥାନାକୁ ଦୋଉଡେ
ନିଜ ଭୁଲ୍ ନିଜେ ଭାବେନି!!
ପୋଲିସି ଭକୁଆ
ତା କଥା ଶୁଣନ୍ତି
କାହିଁକିନା ସେ ପା ନାରୀ
ଯେତେ ଦୋଷ କରୁ
ମଣିଷ ବି ମାରୁ
ସବୁ ମାଫ୍ ପା ତାଙ୍କରି!!
ଆଜିର ସମାଜ
ନିନ୍ମଗାମୀହୁଏ
ଛଳନା ମୟୀଙ୍କ ପାଇ
ଘର ବରବାଦ
ବଢେ ଅପରାଧ
କାହାକୁ ବି ଦିଶୁ ନାହିଁ!!
ଚାନ୍ଦବାଲି 
ଭଦ୍ରକ୍
[7/25, 11:37 AM] Odia Poet Nirupama Pani: *ବାପା*
🙏🙏🙏
                     ନିମାଇଁ ଚରଣ ଦାଶ
                    ଗରଡିହ, ମଙ୍ଗଳ ପୁର
÷÷÷÷÷÷÷÷÷÷÷÷÷÷÷÷÷÷÷
ଛୋଟିଆ ଶବ୍ଦଟେ ଦୁଇଟି ଅକ୍ଷର
ସରଳ ମଧୁର ନାମ
ଆକାଶଠୁ ବଡ ସାଗରୁ ଗଭୀର
ତୁମେ ଏକା ବାପା ଆମ!!
 
ବରଗଛ ସମ ସୁରକ୍ଷା କବଚ
ବିଶାଳ ତୁମ ହୃଦୟ
ଏକବର୍ଷ ହେଲା ହଜିଗଲ ତୁମେ
ସମୟ ହେଲା ନିର୍ଦ୍ଦୟ!!
ସଂସାର ପଥରେ ଛତା ଥିଲ ତୁମେ
ଆଜିମୁଁ ପାରିଛି ବୁଝି
ଜନ୍ମଦାତା ତୁମେ ପାଳନ କରତା
ଭାଗ୍ୟ ଦାତା ଥିଲ ସାଜି!!
ତୁମରି ଆଶିଷେ ମୋ ଜାତକ ଲେଖା
ତୁମେ ମୋର ପରିଚୟ
କାଲି ପରିଲାଗେ ଆଜିର ଦିନରେ
ସଂସାରୁ ନେଲ ବିଦାୟ!!
ଅଫେରା ରାଇଜେ ରହିଗଲ ତୁମେ
ଅଧମ ସନ୍ତାନେ ଭୁଲି
ଚାହିଁଲନି ଫେରି ଥରୁଟେ ବାପାହେ
ଖେଳା ସାରିଗଲ ଚାଲି!!
ଶ୍ରଦ୍ଧାଞ୍ଜଳୀ ଘେନ ଦେଉଛି ଅଜ୍ଞାନ
କର ପତ୍ର ଯୋଡି ଆଜି
ସବୁଜନମରେ ଆସିବ ସଂସାରେ
ତୁମେ ମୋର ବାପା ସାଜି!!
[7/25, 11:37 AM] Odia Poet Nirupama Pani: *ବୁଝି ପାରିଲନି *
       ନିରୁପମା ପାଣି 
ମୋ ଭିଜା ଆଖିର
ଲୁହ ଧାର ଦେଖି
ପଢି ପାରିଲନି ମୋତେ
ଶୁଖିଲା ଓଠର
ଭାଷା ବୁଝିଲନି
କେମିତି ପ୍ରେମିକ ସତେ!!
ମୋ ମନ ତଳର
ଗଭୀର କ୍ଷତଟା
ମାପିବି ପାରିଲ ନାହିଁ 
ମିଛରେ ମିଛରେ
ଭଲ ପାଉଥିଲ
ଏବେତ ବୁଝୁଛି ମୁହିଁ!!
ହସ ଦେଖିଥିଲ
ଲୁହ ପରଖିଲ
ତଥାପି ଅବୁଝା ହେଲ
ପ୍ରେମ ପ୍ରତିଦାନେ
ଲୁହ ଉପହାର
ଆଞ୍ଜୁଳିରେ ଭରିଦେଲ!!
ନା ଭୁଲି ପାରୁଛି
ନା ପାଇ ପାରୁଛି
ଜଳୁଛି ସାରା ଜୀବନ
ଆଖିର ଲୁହରେ
ଛାତିର କୋହରେ
ଆଜିବି ଦେଖେ ସପନ!!
ତୁମେ ଚାଲିଗଲ
କାହିଁ କେତେ ଦୂରେ
ଠିକଣା ବି ଜଣାନାହିଁ
ଫେରିବା ପଥକୁ
ଆଜିବି ରହିଛି
ସତ ଆଶା ନେଇ ଚାହିଁ!!
             ଚାନ୍ଦବାଲି 
             ଭଦ୍ରକ୍
[7/25, 11:37 AM] Odia Poet Nirupama Pani: ଭିଜୁଛି ଆଖି ଝରୁଛି ପାଣି
✍🏽 ନିରୁପମା ପାଣି✍🏽
ଭଲ ପାଇଥିଲି ମନ ଦେଇଥିଲି
କିଛି ତ ନଥିଲି ଚାହିଁ 
ବଞ୍ଚି ଥାଉଁ ଥାଉଁ ମାରି ଦେଲ ତୁମେ
କୁହ କେଉଁ ଦୋଷ ପାଇଁ 
ମାଗି ତ ନଥିଲି ଶଙ୍ଖା କି ସିନ୍ଦୁର
ବାସର ରାତିର ଶେଯ
ଚାହିଁ ବି ନଥିଲି ତୁମେ ମୋହ ଲାଗି
ଥରୁଟେ ଲୁହରେ ଭିଜ
ସପନ ବଣିକ ମନ ନେଇ ତୁମେ
କାହିଁ ଅଭିନୟ କଲ
ହସ ବଦଳରେ ଶୁଖିଲା ଓଠକୁ
ଆଖିଲୁହେ ଭିଜାଇଲ
ତୁମେ ବୁଝିଲନି ଥରେ ଏ ମନକୁ
ବିଶ୍ବାସ ରେ ବିଷ ଦେଲ
ମୋ ଭଲ ପାଇବା ମୋଠାରେ ରହିଲା
କଥା ଦେଇ ଭୁଲି ଗଲ
ଆଜିବି ଝୁରୁଛି ବାଟକୁ ଚାହିଁଛି
ସତେକି ଆସୁଛ ଫେରି
ସପନେ ଦେଖୁଛି ବାଟ ମୁଁ ଚାଲୁଛି
ସତେ ତୁମ ହାତ ଧରି
କେତେ ବେଳେ ହସେ ତୁମ କଥା ଭାବି
ଲୁହ ଝରେ କେତେବେଳେ
ତୁମେ ଭୁଲି ଯାଇ ରହିଲ ଖୁସିରେ
କାହାକୁ ପାଇ ସାଥୀରେ
ମୋ ଜୀବନ ପଥ କରିଦେଲ ଶୁନ୍ୟ 
ଅଧା ବାଟେ ଏକା କରି
ଯେଉଁଠି ଛାଡିଛ ସେଇଠି ମୁଁ ଅଛି
ପାଦୁଟେ ପାରିନି ଫେରି
କାନ୍ଦି କାନ୍ଦି ଏଠି ଭିଜୁଛି ମୋ ଆଖି
ଆଖିରୁ ଝରୁଛି ପାଣି ।
ଯେତେ କାନ୍ଦିଲେ ବି ଲୁହ ଶୁଖୁ ନାହିଁ
ଲେଖୁଅଛି ନିରୁ ପାଣି ।।
✍🏽 ନିରୁପମା ପାଣି✍🏽
         ନିରୁପମା 
          ଚାନ୍ଦବାଲି
[7/25, 11:37 AM] Odia Poet Nirupama Pani: *ତୋ ଗାଆଁ ରାସ୍ତାରେ ଯାଉଥିଲି ଆଜି*
@@@@@@@@@@@
ତୋ ଗାଆଁ ରାସ୍ତାରେ ଯାଉଥିଲି ଆଜି
ଶୁଭୁ ଥିଲା ଡାକ ତୋର
ଚିହ୍ନା ସ୍ୱର ଭାବି ପାଦ ଅଟକିଲା
ଆଗକୁ ନ ଗଲା ମୋର!!
ସେହି ରାସ୍ତାଅଛି ଟିକେ ବଦଳିଛି
ମାଟି ଥିଲା ପକ୍କା ହୋଇ
ଆମ୍ବ ଗଛଟାରେ ଯାହା ମୁଁ ଦେଖିଲି
ଆଗ ଭଳି ଡାଳ ନାହିଁ !!
ଶୁଣୁନାହିଁ ଆଉ କିଚିରି ମିଚିରି
ଥୁଣ୍ଟା ସେ ଯେ ଶାଖା ଶୂନ୍ୟ 
ତା ଅବସ୍ଥା ଦେଖି ଚାହିଁ ଦେଇ ପୁଣି
ଭାବିଲି ମୋ ହଜିଲା ଦିନ !!
ବଦଳି ଯାଇଛି ଆଜିର ସମୟ 
ତୁହିବି ବଦଳି ଗଲୁ
ମୋତେ ଭଲପାଉ ଦିନେ କହିଥିଲୁ
ଆଜି ତ ପାଶୋରି ଦେଲୁ!!
ତୁମରି ମନ୍ଦିରେ ଦିଅଁଙ୍କୁ ଦେଖିଲି
ହାତ ଯୋଡି ସ୍ମରି ଦେଲି
ଠାକୁର ତ ସେହି ଅନ୍ତର୍ଯ୍ୟାମୀ ପୁଣି
କି ଅବା କହିବି ଖୋଲି!!
ମୁଣ୍ଡିଆଟେ ମାରି ତୋତେ ହୃଦେ ସ୍ମରି
ସେଠାରୁ ଆସିଲି ଫେରି
ତୋ ଗାଆଁ ମାଟିଟା କାହିଁକି କେଜାଣି
ଲାଗିଲା ନିଜର ପରି!!
ଅତୀତର ସ୍ମୁତି କିଛି ଅନୁଭୂତି
ଆଖିରେ ଝଲସୁଥିଲା
ଚଞ୍ଚଳ ମନଟା ପାଗଳ ପରାଏ
କେତେ ତତେ ଖୋଜୁଥିଲା !!
       ନିରୁପମା ପାଣି
        ଚାନ୍ଦବାଲି, ଭଦ୍ରକ
[7/25, 11:37 AM] Odia Poet Nirupama Pani: *ଇଏ ପରା କଳିଯୁଗ*
÷÷÷÷÷÷÷÷÷÷÷÷÷
         *ନିରୁପମା ପାଣି*
         ==========
ସତ୍ୟ ଧର୍ମ ନ୍ୟାୟ 
ଚୁଲିକି ଗଲାଣି
ପାପର କଳସି ପୁର୍ଣ
ଅନ୍ୟାୟ ଅନୀତି
ବଢିବଢି ଯାଏ
ଜଳୁଛି ଜନ ଜୀବନ!!
ଶତ ବଳି ପଡେ
ମିଛ ବଳିୟାର
 ସତିଆ ହୁଅନ୍ତି ବନ୍ଧା
ମିଛୁଆ ହସୁଛି
ଆଜି ମନ ଖୋଲି
ସତିଆ କପାଳେ ଖୁନ୍ଦା!!
ଚୋର ବୁଲୁଛନ୍ତି
ଏଧଡକ ଆଜି
ବନ୍ଧା ହେଉଛନ୍ତି ସାଧୁ
ଗାଆଁ ଗଳି କନ୍ଦି
ମଦୁଆ ବୁଲନ୍ତି
ସହରେ ମଦର ସିନ୍ଧୂ!!
ବାସ୍ତବ ଜୀବନ
ମୋହ ମାୟା ଭରା
ରାଜନୀତି ଆଜି ଶସ୍ତା 
ନାରୀର ଚରିତ୍ର
ଆଜି କଳଙ୍କିତ 
ମାଆ ଛାଡେ ସୁତ ସୁତା!!
ଛଳନା ରଙ୍ଗରେ
ସଭିଏଁ ରଙ୍ଗୀନ
ପତିପତ୍ନୀ ଛକା ପଞ୍ଝା
କଳହ ଭରିଛି
ସାରା ଦୁନିଆଁରେ 
ସରଳ କପାଳେ ସଜ୍ଜା!!
ପାପ ଦୁନିଆଁରେ 
ପୁର୍ଣ୍ୟ ହଯି ଯାଏ
ଇଏ ପରା କଳି ଯୁଗ
ଧରମ କରମ
ନାହିଁ ସତ୍ୟ ଶାନ୍ତି
ନାହିଁ କିଛି ପଛ ଆଗ!!
           ଚାନ୍ଦବାଲି 
            ଭଦ୍ରକ୍
[7/25, 11:38 AM] Odia Poet Nirupama Pani: *ଜୀବନ ଜଳୁଛି*
##########
ଜୀବନ ଜଳୁଛି
ଯନ୍ତ୍ରଣା ନିଆଁରେ
ମରଣ ହସୁଛି ଦେଖି
କଲାକର୍ମ ପୁଣି
କରେ ଉପହାସ
ସମୟ ଯାହାର ସାକ୍ଷି
ଯେତେ ଚାହିଲେବି
ବାନ୍ଧି ପାରିଲିନି
ସୁଖକୁ ଛିଡା ପଣତେ
ଭାଗ୍ୟତ ଖେଳିଲା
ସବୁ ହରିନେଲା
ନଜାଣିଲି ଅଜାଣତେ
ଏକାକୀ ଲଢିବା
ଜନ୍ମରୁ ଶିଖିଛି
ଡରିନାହିଁ ହାରିବାକୁ
ଭୁଲିନି ଜୀବନେ
ସଂସ୍କାର ସଂସ୍କୃତି 
କନ୍ଦାଇନି ବି କାହାକୁ
ଛଳର ବଶମୁଁ
ହୋଇନି ହେବିନି
କପଟଠୁ ଥିବି ଦୂରେ
ପାଇଲେ ପାଇବି
ନପାଇଲେ ନାହିଁ 
ଛଡାଇ ନେବିନି କାରେ
ପର ହସ ନେଇ
ପର ଦାନା ଖାଇ
ଅପଯଶ ନେବିନାହିଁ
ପାଣି ମୁନ୍ଦେ ପିଇ
ପଛେ ଯିବି ଶୋଇ
ଅବଶୋଷ ମୋର ନାହିଁ 
ମରିଲେ ମରିବି
ଛିଡା ଲୁଗା ପିନ୍ଧି
ଛଡାଇ ନେବିନି କା ର
ଆଖି ଲୁହ ମୋର
ସମ୍ବଳ ଶକତି
ସାହା ସେ କଳା ଠାକୁର
      ନିରୁପମା ପାଣି 
      ଚାନ୍ଦବାଲି
[7/25, 11:38 AM] Odia Poet Nirupama Pani: 🏞️ *କାନ୍ଦୁଛି ମୋ' ମାଟି ମାଆ' * 🛖
        😭😭😭😭😭😭
    ✒️©️ ନିରୂପମା ପାଣି 👸
             🌱🪴🌴🌳🌲
🛖କାନ୍ଦୁଛି ମୋ' ମାଟି-ମାଆ' ଅତିତ' କୁ ଖୋଜି`|
ଶୋଭା ସବୁଜିମା ସବୁ ଯାଇଛି ତା' ହଜି ||
ଗଛ-ଲତା ଶୁନ୍ୟ ସେହି' ଚାରି ଆଡ ଧୂଷର |||
କୋଠା ପରେ କୋଠା ଠିଆ ହୁଏ କଂକ୍ରିଟ୍ ସହର ||୧||
🦕ପଶୁପକ୍ଷୀ ନାଶଗଲେ କୋଳ ତା'ର ଶୁନ୍ୟ |
ଶାଗୁଣା ଘରଚଟିଆ ଆଦି ପକ୍ଷୀଏ ନିଶ୍ଚିହ୍ନ ||
ଗାଈଗୋରୁ ହମ୍ବାରଡି ଗାଆଁ ରେ ଶୁଭୁନି |||
ଘରେଘରେ କ୍ଷୀର ମିଳେ ପଶି ପଲିଥିନ୍ ||୨||
🤼ଦାଣ୍ଡରେ ଶୁଭୁନି କେବେ ଶିଶୁ ଙ୍କ'ର ଗୋଳ |
ହଜିଗଲା ତା' କୋଳରୁ ବୋହୁଚୋରୀ ଖେଳ ||
କବାଡି ବାଟି ସହିତ ହଜିଲା ଖପରାକାତି |||
ଗୁଲିଦଣ୍ଡା ନାମ ଶୁଣି ପିଲା ହସୁଛନ୍ତି ||୩||
🧃ପ୍ରାକୃତିକ ଭୁଲି ଲୋକ କୃତିମ ଆଦରେ` |
କିଣା ପାଣି ପବନ'ରେ ଦିନ ତା'ର ସରେ `||
ଜଙ୍ଗଲ ଝରଣା ମାଟି ସବୁ ନେଲେ ଛୁଟି `|||
ବାଲି ସିମେଣ୍ଟ'ରେ ସବୁ ଘର ଯେ କରନ୍ତି ||୪||
🛖ଗୋବର ରେ ଲିପା ନାହିଁ ନାହିଁ ମାଟିକାନ୍ଥ |
ଚାଳଛପର` ଘରକୁ' ଭୁଲିଲେ ସମସ୍ତ ||
ମାଟି ପୂଜା ବୃକ୍ଷ ପୂଜା ସଂସାରୁ ଉଠିଲା |||
ଋତୁ ଅନୁସାରେ ଚାଷ ମଣିଷ ଭୁଲିଲା ||୫||
🧘ଗୁରୁ ଗୁରୁଜନେ ନାହିଁ ଭକତି ଆଦର |
ତାଙ୍କ ଦୁଃଖ ଦିନୁଦିନ ହୁଏ ଖରତର ||
ବୟସ୍କ ସାଜନ୍ତି ଗୃହେ ପାଳିତ ଯେ ପଶୁ |||
ଦେଖି ମାଟି ମାଆ କାନ୍ଦେ ଢାଳେ ତା'ର ଅଶ୍ରୁ ||୬||
🛖ବିନତରା, 📌ଚାନ୍ଦବାଲି, 🌇ଭଦ୍ରକ
[7/25, 11:38 AM] Odia Poet Nirupama Pani: 💔*ମନ କରିଦେଲୁଚୁନା*🤯
 ✒️©️ନିରୁପମା ପାଣି 
ସ୍ୱପ୍ନ ଭାଙ୍ଗି ଦେଲୁ,
ନିଦ ଚୋରି କଲୁ,
ମନ' କରିଦେଲୁ ଚୁନା` ||
ତୋତେ ଭଲ' ପାଇ
 ଭାଳିହୁଏ' ଖାଲି
ଭୁଲି ନିଜର ଠିକଣା ||୧||
ଯୁଇ ମୋ' ଜଳିବ`
ସେଦିନ' ଆସିବୁ`
ଫୁଲ ତୋଡା ଟିଏ' ଧରି ||
ସମାଧି' ରେ ଥୋଇ`
ମିଛ'ରେ ହେଲେ,ବି`
ଫେରିଯିବୁ ଦୁଃଖ କରି ||୨||
ଭାବି ନେବୁ ଥରେ`
କେହି ଜଣେ ଥିଲା`
ତୋତେ' ଭଲ ପାଇଥିଲା ||
ମନ' ଦେଇ ମନ'
ପାଇ ନ ପାରିଲା
ପ୍ରେମ ବାଜି ହାରି ଗଲା ||୩||
ଚିରି ଫିଙ୍ଗି ଦେବୁ`
ମୋର' ହାତ ଲେଖା`
ପୁରୁଣା ଚିଠି ଗୁଡାକ ||
ପୋଛି ଦେବୁ ନିଜେ'
ନିଜ ହୃଦୟରୁ
ମୋତେ' ତୁ ' ଜୀବନ ଯାକ ||୪||
"ଶେଷ କଥା" ପଦେ`
କହିଦେଲି ! ଖୋଲି, 
ମୋ' ରାଣ`ପକାଇ,ସାଥୀ ||
ଭୁଲିଯିବ, ମୋତେ'
ମାନସ` ପଟରୁ,
ରଖିବନି କିଛି ସ୍ମୃତି ||୫||
 👉ଚାନ୍ଦବାଲି, ଭଦ୍ରକ
[7/25, 11:38 AM] Odia Poet Nirupama Pani: *ଅଭିନୟ*
         ନିରୁପମା ପାଣି ✒️
##############
ଉପରେ ହସୁଛି ଭିତରେ କାନ୍ଦୁଛି
         କରୁଛି ମୁଁ ଅଭିନୟ 
ମରି ମୁଁ ସାରିଛି ଅନେକ ଆଗରୁ
        ମରିବାକୁ ନାହିଁ ଭୟ !!
ଜନ୍ମିଲେ ମରଣ ଥରୁଟିଏ ହୁଏ
        ସତ ନୁହେଁ ଏହି କଥା
ଜୀବନ ଯନ୍ତ୍ରଣା ସଢାଇ ମାରିଛି
       ଦେଇଛି ଅନେକ ବ୍ୟଥା !!
ଆଶା ଭରସା ମୋ ଯେବେ ଭାଙ୍ଗିଯାଏ
        ସ୍ୱପ୍ନ ହୋଇଯାଏ ଚୁନା
ଶକ୍ତ ଆଘାତରେ ଛାତି ଫାଟିଯାଏ
        ହିସାବ କେବେ ରଖେନା !!
ରାତିର ଯନ୍ତ୍ରଣା ସକାଳକୁ ଭୁଲି
        ନୂଆ ସ୍ୱପ୍ନ ଦେଖେ ପୁଣି
ସଙ୍ଘର୍ଷ କରିବା ଥରୁଟେ ଛାଡିନି
         ହାରିଯିବି ଥାଏ ଜାଣି !!
ଜିତିବା ସହଜ ନୁହେଁ ଜାଣିଥାଏ
         ଯେହେତୁ ସରଳ ମୁହିଁ 
ସମୟେ ସମୟେ ଜଣେ ଜଣେ କରି
        ନୂଆ ଶତ୍ରୁ ମୁଁ ଦେଖଇ !!
ହାତଧରି କେହି ଆଗକୁ ନେଲେନି
           କପାଳ ଯେହେତୁ ଛୋଟ
ବିଷ ଭରିବାରେ ହେଳା କେ କରିନି
       ସମସ୍ତେ ମାରିଲେ ଚୋଟ !!
ନିଜର ଉପରେ ଥିଲା ମୋ ବିଶ୍ୱାସ
       ଥରୁଟେ ବାଜି ଜିତିବି
ଶେଷ ସମୟରେ ହୃଦୟ ଖୋଲିମୁଁ 
       ଶେଷ ହସଟା ହସିବି !!
ଭଗାରି ସାଜିଲା କରମଟା ମୋର 
      ଆଶା ରହିଲା ଆଶାରେ ।
ଅଭିନୟ ଆଉ କରି ପାରିବିନି
         ରଙ୍ଗ ବୋଳି କି ମୁହଁରେ !!
 ବେରଙ୍ଗୀ ଜୀବନ କାଟୁଅଛି ଖାଲି
       ତୁଚ୍ଛା ବାହାସ୍ପଟ ମାରି ।
ବେଡ଼ି ଉପରେ ମୁଁ କୋରଡ଼ା ଲଦି କି
       ହସୁଅଛି କିରି କିରି ।।
କିଏ କହେ ମୋତେ ବୁଢ଼ୀ ମାଙ୍କେଡି ତ
     କେଶ କେ ଦିଏ ଉପାଡ଼ି ।
କିଏ କହେ ମୋତେ ଅଭିନୟ କରି
        ମିଛେ ଛାଡୁଅଛି ରଡ଼ି ।।
          ନିରୁପମା ପାଣି ✒️

No comments:

Post a Comment