Wednesday, 26 July 2023

ଇଂଲିଶ ଅନୁବାଦ ନିମନ୍ତେ ଉଡ୍ରଜା ପତ୍ରିକା ରୁ ସଂଗୃହିତ କେତୋଟି ଓଡ଼ିଆ କବିତା

 ଶରତର ନୀଳ ଜହରେ
କୃଷ୍ଣଚନ୍ଦ୍ର ରଥ
ତୁମେ ଆସିଥିଲ ମୋ ଜୀବନ ପଥେ
ଶରତର ନୀଳ ଜହ୍ନରେ
କୁସୁମର ବାସେ ମହ ମହ ହୋଇ
ଗୋଲାପୀ ଓଠର ରଙ୍ଗରେ ।
ତୁମେ ଝୁଲୁଥୁଲ କାଶତଣ୍ଡି ଫୁଲେ
ପରୀ ରାଇଜୁ ଓହ୍ଲାଇ
ତୁମେ ଆସିଥୁଲ ଗାଁଆକୁ ଆମର
ପ୍ରଥମ କୁଣିଆ ହୋଇ ।
କଥା ଦେଇଥୁଲ ଆସିବ ନିଶ୍ଚୟ
କୁଆଁର ପୁନେଇ ରାତିରେ ବାଟ ଭଳି ଏବେ କେଉଁ ଆଡ଼େ ଗଲ
ଅପେକ୍ଷା କରିଛି ସଖୀରେ,
ଆସିବ ପୁନେଇ ରାତିରେ
ଶରତର ନୀଳ ଜହ୍ନରେ ॥|
କୁଣ୍ଟିଆ ସାହି, ପୁରୀ -୧
ମୋ : ୯୯୩୮୬୭୩୫୦୭

ଜୟ କିଷାନ
ଆଦି ନାରାୟଣ ଖଣ୍ଡୁଆଳ
ତୁମରି ହାତରେ ମାଟି ହୁଏ ସୁନା ଟାଙ୍ଗରା ହୁଅଇ ହରା,
ଫଳେ ହୀରା ନୀଳା ମାଣିକ ବୈଦୁର୍ଯ୍ୟ
ହସଇ ମା' ବସୁନ୍ଧରା ||୧୮ ଜାତିର ପ୍ରଗତି ତୁମେ ମାପକାଠି
ଦେଶ କର୍ୟଧାର ତୁମେ, ଦେଶ ନନ୍ଦିଘୋଷ ତୁମ ବଳେ ଚାଲେ ଦିଅ ସବୁଠି ତୁମେ ହିଁ ତୁମେ |୨୮
ଏକଶ କୋଟିର ଭାତହାଣ୍ଡି ତୁମେ
ଚିହ୍ନିଛ ଭୋଖୁଲା ପେଟ,
ପରକୁ ହସାଇ ଆପେ ଦୁଃଖେ ରହି
ଭୋକେ ହୋଇ ଛଟପଟ [୩
ଖରା ବରଷାକୁ ଡର ନାହିଁ କେବେ
ଆସୁ ଯେତେ ଝଡ଼ ଝଞ୍ଜା
ମୁଣ୍ଡର ଝାଳ ତୁଣ୍ଡରେ ମାରି
ସହୁଛ ସବୁ ହେ ସଜା ।୪।
ତୁମେ ଏ ମାଆର ମାଟିର ମଣିଷ
ଏକ ମାଟିରେ ହୋଇଛ ଗଢ଼ା, ' ଜାତୀୟ ତଥ ମନ୍ଦ
ମାଟି ସଙ୍ଗେ ମିଶି ଦୁନିଆ ବଞ୍ଚାଅ,
ଖାଇ ତୁମେ ପଚା ସଢ଼ା ॥୫୮ ୧୫ ... ତିକ୍ତ କG
ଦୁଃଖ ନାହିଁ କେବେ ପ୍ରଫୁଲ୍ଲ ବଦନ
ସଦା ଦେଶ ପାଇଁ ଧାନ
ବଦାନ୍ୟ ହୃଦୟ ତୁମେ ହେ ମହାନ ଦେଶ ଲୁକ୍କାଇତ ଧନ ।୬। ? ମୃତ ମତ ନଥାଏ
ତୁମେ ଏ ଦେଶର ନାଆ ଓ ନାଉରୀ
ଆମେ ଯେ ସବାରୀ ତାର, ନାଡା ତାତାଙ୍କର ତଥା
ପଥଭ୍ରଷ୍ଟ ଆଜି ଏ ଘନ ଅନ୍ଧାରେ
ତୁମେ ଆମ ବତୀଘର ।୭। କହିବାକୁ ଆଜି ଲାଜ ମାଡ଼େ ସତେ ବୁଝେନା କେ ତୁମ କଥା,
ବୋଝ ପରେ ବୋଝ ବହି ଯେ ଚାଲିଛ
ହ୍ରଦ ବ୍ୟଥା ।୮।
ତୁମେ ହେ ଦେଶର ଆଶାର କିରଣ ଓ
ତମସା ପଥର ଜ୍ୟୋତି, ତୁମ ଯଶ ଗାଉ ଏ ମାଟି ମଟାଳ ଦେଶ ଗାଉ ତୁମ କୀର୍ତ୍ତି |୯
= ବିଶ୍ରାମ ନାହିଁ ବୀରର ଜାତକେ 
ଶେଷ ରକ୍ତ ଥିବା ଯାଏଁ
ବୀରଠାରୁ ବୀର ତୁମେ ଏ ମାଟିର ସେ 
 ତୁମରି ଚରଣ ଛୁଏଁ ୧୦୮

ପ୍ରତାରଣା
ରତ୍ନପ୍ରଭା ବାଈ
ଦୂରୁ ଦେଖୁ ମତେ ଭାବୁଅଛ ସତେ ଫଗୁଣର ଫୁଲବନ
ପାଶେ ଆସି ଦେଖ ମରିଚିକା ଘେରା ମୁଁ, ଏକ ମରୁ ଉଦ୍ୟାନ ।
ବିସ୍ତିର୍ୟ ବୁକୁରେ ଶହେ ବୈଶାଖରେ ଖଇଫୁଟା ଖରା ତାତି
ତନୁରେ ତତଲା ସ୍ବେଦ ବିନ୍ଦୁ ଦେଖୁ ମନରେ ଭାବୁଚ ମୋତି ॥
 କାହିଁକି ଯେ ସତେ ଦୂରୁ ଦେଖୁ ମୋତେ ମଣିଷ ମଣି କାଞ୍ଚନ
ଫିଙ୍ଗା ଯାଇଥବା ଭଙ୍ଗା ଆଇନା କାଚ ଟୁକୁଡ଼ା ମୋ’ ମନ ।
ହୋଇଥବି ଅବା କାହା ମନ ଲୋଭା ପ୍ରୀତିର ପଦୁଅଁ ଫୁଲ
ବୟସ ବାସରେ ବାନ୍ଧି ରଖୁଥବି ବୁଝିଥବ ଯିଏ ମୂଲ | 
ହୋଇଥବି ଅବା ବରଷା ବଧୂର ମଲ୍ହାର ମଧୁଗୀତି
ମିଠା ସପନରେ ମିଳନ ରଙ୍ଗରେ ରହୁଥବ ସବୁରାତି । 
କାଚ କଙ୍କଣରେ ରୁଣୁଝୁଣୁ ସୁରେ ଝୁମୁଥିବ ଦେହ ମନ
ତାର ତମରି ଭାବନା ସବୁତ କେବଳ ମୋ ପାଇଁ ସାତ ସପନ ||
 ଜୀବନ ବସିଛି ଧୂପକାଠେ ଆଜି ପ୍ରତାରଣା ପୁଞ୍ଜି ଖାଇ
ବିଶ୍ଵାସର ବୁକୁ ବିଦାରି ଫିଟିଛି ଅସରା ଅଶ୍ରୁର ଘାଇ || 
ବଉଳଛକ, ତାଳଚେର, ଅନୁଗୁଳ ମୋ : ୭୦୭୭୯୭୬୯୯୬

ଶାନ୍ତି
ସ୍ନେହଲତା ପଟ୍ଟନାୟକ
ହେ ଶାନ୍ତି, ତୁମେ ଆସ, ତୁମେ ଆସ
ଏଇ ପୃଥବୀକୁ, ଆଉ ଡ଼େରି କର ନାହିଁ ହା ହା କାର ପଡ଼େ ଚର୍ତୁଦିଗେ ଆଜି
ମଣିଷ ଶାତିରେ ନିଶ୍ବାସ ପାରେନାହିଁ ନେଇ ॥
ଚୋରି, ଡାକୟତି ହତ୍ୟା ଲୁଣ୍ଠନରେ ବ୍ୟାପୁଛି ଅଶାନ୍ତି ଆଜି ସାରା ପୃଥିବୀରେ
ଶାସନରେ ନ୍ୟାୟ ପାଉନାହିଁ ନିରପରାଧଟି ଏଠି ଆଇନ୍‌ରେ ନିଘୋଷେ ସଢୁଛି ସେହି ଅନ୍ଧ କାରାଗାରେ ॥
ସମସ୍ତେ ଚାହାଁଚି ସୁଖ ଆଉ ଶାନ୍ତ
ଖୋଜି ଯାହା ମିଳେନାହିଁ ଜୀବନରେ କେବେ
କାମ, କ୍ରୋଧ, ଲୋଭ ମୋହେ ପଡ଼ି
ସାର୍ଥ ପାଇଁ ବ୍ୟାକୁଳିତ ସର୍ବେ ॥
ଏ ମଣିଷ ଜୀବନର ଲକ୍ଷ୍ୟ ବୁଝିତ ପାରେନା
ଭୌତିକ ବସ୍ତୁ ଲାଭ ତା'ର ଏକାନ୍ତ କାମନା
ହେ ଶାନ୍ତି, ତୁମେ ଆସ, ତୁମେ ଆସ
ଏଇ ପୃଥିବୀକୁ
ଅଶାନ୍ତ ମନକୁ ଶାନ୍ତ କରିଦିଅ
ଶୁଦ୍ଧ କରି ଏ ପରିବେଶକୁ ||
ଜୀବନକୁ ପରିପୂର୍ଣ କର
'ଶାତିବୀଜ' ବପନେ ଧରାକୁ
ସ୍ନେହ ପ୍ରଗତି ମମତାରେ ଭରି
ଗଡ଼ଏଠି ନୂତନ ସର୍ଗକୁ ॥
ଗାନ୍ଧିନଗର, ଜଟଣୀ

ଦୁଇଟି ସନେଟ୍ ଜ୍ବାଳା

ହରେକୃଷ୍ଣ ପ୍ରଧାନୀ
ଚଉଦିଗ ଆଜି କୁହୁଳି ଉଠୁଛି, ହିଂସାର ଦାବାନଳ,
ଉଗ୍ରବାଦୀଙ୍କ ନର ସଂହାର, ରକ୍ତର ହୋଲିଖେଳ, ଜଳ, ସ୍ଥଳ,
ଆଉ ଆକାଶ ମାର୍ଗରେ ବଇରୀଙ୍କ ଖଳବଳ,
ସାଧାରଣ ତନ୍ତ୍ର ଦିବସ ଜାଗ୍ରତ ଦେଶର ସୁରକ୍ଷା ଦଳ II
ଶୋଷଣ କଷଣ, ହତ୍ୟା, ଲୁଣ୍ଠନ, ଲାଞ୍ଚ ମିଛ, ଜାଲିଆତି
ନାରୀ ନିର୍ଯ୍ୟାତନା, ଯୌତୁକ ତାଡ଼ନା ରାହାଜାନି ଦିନରାତି,
ବସ୍ତି ଉନ୍ନୟନ ପ୍ରକଳ୍ପ ନାଁରେ ନେତାଙ୍କର ପ୍ରତିଶ୍ରୁତି
ନଡ଼ିଆ ବାଡ଼ିଆ, ରିବନ କାଟିବା ରହିଯାଏ ହେଜାଇ ସ୍ମୃତି ||
 ସବୁରି ଅନ୍ତରେ ଅଙ୍କୁରିତ ହୁଏ ଅଶାନ୍ତର ଚୀଷମଞ୍ଜି,
 ପୁଞ୍ଜିପତିଙ୍କ କୋଠାପରେ କୋଠା, ଚାଷୀମରେ ଖଟିଖଟି,
ହସର ଝରଣା ଶୁଖୁଛି ହୃଦରୁ ମନେ ଜାଗେ ହାହାକାର,
 ଦେଶର ଜନନୀ ଗୁମୁରୀ କାନ୍ଦୁଛି, ବୁହାଇ ଲୋତକଧାର ॥ ଯେତେଦିନ ଯାଏ ସମାଜୁ ହଟିନି ଦୁର୍ନୀତି ବ୍ୟଭିଚାର,
ସେତେଦିଏ ଯାଏ ହେବନି ଧରା ପବିତ୍ର ସରଗପୁର ||
(9) ପାରିଛ କି କେବେ ଭୋକିଲା ଶିଶୁର କଅଁଳ ମୁହଁକୁ ଚାହିଁ ? କଙ୍କାଳ ସମ ତା’ ମାଆ ଛାତିରୁ ଅମୃତ ଝରାଉ ଥାଇ,
 ଦେଖୁଛ କି କେବେ ରାସ୍ତା କଡ଼ରେ ମା' ଛାଡ଼ିଯାଏ ଶିଶୁକୁ ? କନ୍ୟାଭୃଣ ହତ୍ୟା ସମାଜେ ବ୍ୟାପିଛି, ମଣିଷ ଖସିଛି ତଳକୁ ?
ଦେଖୁଛ କି କେବେ ରିକ୍‌ସା ବାଲାର ଗମ୍ଗମ୍ ଛାଳବହେ,
 ମଦ୍ୟପ ବାପ ମଦ ପିଇପିଇ ଶମଶାନ ଭେଟୁଥାଏ
ଭୋକିଲା ଉଦର ବୁଝିବ କି ଭାଇ ଧର୍ମର ମହତ ବାଣୀ,
 ଚୋରି, ରାହାଜାନି ଯୁବକ କରୁଛି, ପେଟ ପାଇଁ ସବୁଜାଣି ॥  ବଳତ୍କାର ହୁଏ ଆଜି ଏ ସମାଜେ ଅନ୍ଧୁଣୀ ଅବଳା ପ୍ରତି
 ସତ କଥା ପୀଡ଼ିତା କହିଦେବ କାଳେ ତାକୁ ଜୀଅନ୍ତା ଦିଅନ୍ତା ପୋଡ଼ି, ତନ୍ଦ୍ରାବରଜି ଉଠରେ ଦଳିତ ବେଳ ନାହିଁ ବେଳ ନାହିଁ,
 ତମସା ବିଦାରି ରାତ୍ରୀର ଅନ୍ତେ ସୂର୍ଯ୍ୟ ଆସୁଛି ଉଇଁ ||
 ଜାଗି ଉଠ ଆରେ ବୁଭୁକ୍ଷୁ ଦଳ ଛିଣ୍ଡାଅ ଶୋଷଣ ଡୋରି
 ହକ ତୁମର ହାସଲ କରରେ ଆଉ କର ନାହିଁ ଡେରି ॥
 ମଙ୍ଗଳାଘାଟ ରୋଡ଼, ପୁରୀ ମୋ: ୯୮୬୧୧୩୫୦୨୧

ପ୍ରଦୂଷିତ ପୃଥବୀ 
ନନ୍ଦିକେଶ୍ବରୀ ନାଥ
ବଦଳି ଯାଉଛି ପ୍ରିୟ ପୃଥିବୀର ନକ୍‌ସା
ହଜି ଯାଉଛି ତା'ର ଆଖୁରୁ ନିଦ ଆଉ ସପ୍ନ ମଉଳି ଯାଉଛି ଓଠରୁ ମାନଖୋଲା ହସ ନାହିଁ ତା'ର ଜହ୍ନରେ କୁହୁକ ଅବା ଫୁଲରେ ମହକ କିଏ ଦାୟୀ ଏଥପାଇଁ
କିଏ ସେ ଦାନବ ?
ଦାୟୀ ଏକା ସର୍ବଶ୍ରେଷ୍ଠ ଜୀବ
ବାସ୍ତୁବାଦୀ ଆଜିର ମାନବ
ସୁସ୍ଥ ପରିବେଶ ପରେ ଦିଏ ପରାଭାବ ॥
ଲୋଭ ଆଉ ସାର୍ଥରେ
ନିର୍ବିଚାରେ ଧ୍ଵଂସ କରି ଘଞ୍ଚ ବନସ୍ପତି
ଲୁଟୁଅଛି ସୁନ୍ଦର ଧରାର ସୌନ୍ଦର୍ଯ୍ୟ ଶ୍ରୀହୀନ ହୋଇଛି ମା' ପୃଥ‌ିବୀର କୋଳ
ଯନ୍ତ୍ର ରାକ୍ଷସର ଆତ୍ମଘାତି ଧୂଳି ଧୂଆଁରେ
ଭରିଗଲାଣି ସୁନୀଳ ଆକାଶ
ଓଜନର ସ୍ତର ଭେଦି ମାଡ଼ିଆସେ ବାଇଗଣୀ ରଶ୍ମି
ପ୍ରଖର ସୂର୍ଯ୍ୟରୁ ॥
କାରଖାନା ବର୍ଯ୍ୟବସ୍ତୁ ବିଷାକ୍ତ ଦ୍ରବଣ
ଦ୍ରବୀଭୂତ ହୁଏ ନଦୀ ସମୁଦ୍ର ଜଳରେ
ସହରର ଆବର୍ଜନା ନ କହିଲେ ଭଲ
ବେକାଇଦା ସାଧନ ଚଳଣୀ
ଜୀବନକୁ କରେ କଲବଲ ॥
ମାଟି ଜଳ ବାୟୁ ଓ ଆକାଶ
ସବୁ ଆଜି ପ୍ରଦୂଷିତ
ପ୍ରଦୂଷିତ ମନ ଆଉ ଧରମ କରମ
ପୃଥିବୀ ଜଣାଏ ବ୍ୟଥା ଲୁହରେ କୋହରେ ପ୍ରକୃତି ଭୀଷଣ ରୂପ ତାଣ୍ଡବ ଲୀଳାରେ ॥ ହେ ମାନବ ! ସ୍ରଷ୍ଟାର ଶ୍ରେଷ୍ଠତମ ସୃଷ୍ଟି ନିୟନ୍ତ୍ରିତ କର ବିଶ୍ବଗ୍ରାସୀ କ୍ଷୁଧା ଚେଇଁଉଠ ଫମ୍ପା ବିଳାସର ମଶାଣୀରୁ ଶ୍ଵାସରୁଦ୍ଧ ପୃଥ‌ିବୀରେ ଭରିଦିଅ ବସନ୍ତ ହିଲ୍ଲୋଳ ବସ୍କେ ଢାଙ୍କିଦେଇ ସବୁଜ ବନାନୀର ଦେହ ଯେଉଁଦିନ ବଣ୍ଡିଳ ପୃଥ‌ିବୀରେ ଜୀବନ ପହଁରିଯିବ ପ୍ରଜାପତିର ଡେଣାରେ ସଜ ନିରିମଳ ପରିବେଶ ପରେ ।
କୋଟି କୋଟି ଜୀବ ଯଦି ଲୋଡ଼ଛି ଆଶ୍ରୟ ଉଣ୍ଡାରେ ଚାହିଁଛନ୍ତି ସେହିଦିନ
ସା : ଚନ୍ଦନ ବଜାର, ପୋ : ଢ଼େଙ୍କାନାଳ
ମୋ : ୯୪୩୮୨୩୫୫୧୯

ନନା (ବାପା)
ସବିତା ଶତପଥ୍
ପୂଜା ଘର ବାସୁଥାଇ ମହ ମହ ତୁମ ହାତ ଘୋରା ଚନ୍ଦନ ବାସ୍ନାରେ
ଶୋଭା ମଣ୍ଡି ଦେଉଥାଏ ଠାକୁରଙ୍କ ରୂପ ତୁମ ହାତ ସଜା ସଜ ଫୁଲର ଶୋଭାରେ
ଓଁକାର ଧ୍ଵନିର ଶବ୍ଦ ଅଭିମନ୍ତ୍ରିତ
ହେଉଥାଏ ଧୂପର ଧୂଆଁରେ
ଗହ ଗହ ମନ୍ତ୍ରର ପବିତ୍ର ଧାରା ଖେଳି ଯାଉଥାଏ ସାରା ଘରେ ||
ତୁମ କଥା ପଦକରେ ନନା ଥିଲା ଅମୃତ ପରଶ
ବାର୍ତ୍ତାରେ ଭରି ରହିଥିଲା କେତେ ଉପଦେଶ
ତୁମ କଥା ବାର୍ତ୍ତା କାନେ ପଡ଼ିଥିଲେ ଦରକାର ନାହିଁ ପଢ଼ିବାକୁ ଗୀତା, ଭାଗବତ
ତୁମେ ଘରେ ବସିଥିଲେ ନନା’ ଘର ଲାଗେ ମନ୍ଦିର ମନ୍ଦିର
ବାହାରେ ଠିଆ ହୋଇଥିଲେ ଉଚ୍ଚ ବରଗଛ
ଭାବ ଗମ୍ଭୀର ଛତ୍ରଛାତ୍ରା ତଳେ ସଭିଙ୍କର ନିର୍ଭୟ ଆଶ୍ରୟ ||
ଆମ ‘ପିତା’ ଡାକ ଲାଗିଲାକି ପିତା ଅବା ଆଉ କାହା ଡାକ ଶୁଣି ହୋଇଲ ପ୍ରଲୁବ୍ଧ
ସେ ପୁରକୁ ଗଲ ଚାଲି ଛାଡ଼ି ଆମ ହାତ
ଶତ ବାର କ୍ଷମା ମାଗେ ଧରିବନି ଦୋଷକୁ ମୋହର
ଶତ ଜନ୍ମ ପରେ ହେଉ ପଛେ ଆଉ ଥରେ ଜନ୍ମ ନେବି ତୁମରି କୋଳର ।
ଏଲବି ୩୩୮, ବଡ଼ଗଡ଼ ବ୍ରିଟ କଲୋନି, ଭୁବନେଶ୍ଵର -୧୮
ମୋ : ୯୯୩୭୯୨୪୨୩୬

ହେ କୋଣାର୍କ
ଭୁବନ ମୋହନ ମହାନ୍ତି
ହେ କୋଣାର୍କ, କାହିଁକି ଆସିଲି ମୁଁ ଅସ୍ତବ୍ୟସ୍ତ ତୁମର ଏ ଭଙ୍ଗା ଦେଉଳକୁ ?
ଆସିନଥୁଲି ମୁଁ ଦେଉଳକୁ ବାରଶହ ବଢ଼େଇର
ନିହାଣ ମୁନରେ ଫୁଟିଥୁବା ତୁମର ଏ
କ୍ଷତାକ୍ତ ଦେହ ଦେଖ‌ିବାକୁ ॥
ଶିଳ୍ପୀର ଖଣ୍ଡ ଖଣ୍ଡ ପଥର ଛାତିରେ
ଜୀବନ୍ତ ମୋ ଉତ୍କଳର କଳାଚାତୁରୀକୁ
ତୁମର ଏ ଦୁଃଖାନ ମୁହଁକୁ ଦେଖ
ମୁଁ କାନ୍ଦିପାରୁନି କୋଣାର୍କ
ତଥାପି କାନ୍ଦୁଛି ମୁଁ
ମୋ ନିଜ ଅଜାଣତେ, ଲୁହସବୁ ଝରୁଛି ମୋ ଆତ୍ମାର ପଣତେ ।
ଯଦିବା ମନ ଖୋଲି କାନ୍ଦିବାକୁ ଇଚ୍ଛା ମୋର
ଏଠି ମୋତେ କାନ୍ଦିବାକୁ ମନା
ମୁଁ କାନ୍ଦିଲେ କେ ପୋଛିବ ମୋ ଆଖୁର ଲୁହ ?
ତମେ ଯେ ପାଷାଣ ମୂର୍ତ୍ତୀ
ମୋତେ କେବେ ଛୁଇଁପାରିବନି ଖାଲି ଯାହା
ପାଷାଣୀ ହୃଦୟେ
ମୋ ଦୁଃଖକୁ ଅନୁଭବିନେବି
ଧରମାର ସ୍ମୃତି ସତ୍ତାଧରେ
ଲୁହର ବର୍ଷା ଝରାଇବ
ସେଥିରେ ମୋର ବା ଲାଭ କ’ଣ ?
ଲାଭ କ'ଣ ବେହେଲାର ସୁରେ
ନାହିଁ ଯେବେ ଛାନ୍ଦର ମୂର୍ଚ୍ଚନା !
ଲାଭ କ’ଣ କପୋତୀର କରୁଣ ଧ୍ଵନିରେ ନାହିଁ ଯେବେ ହୃଦୟ ବେଦନା । ମୁଁ ଆଉ ପାରୁନି କୋଣାର୍କ; ତୁମର ଏ ଭଗ୍ନ ଦେଉଳରେ ଅତୀତର ସ୍ମୃତିକୁ ପରଖୁ ମୁଁ ଆଉ ପାରୁନି ॥ ସେ ଲୁହର ଜୁଡୁବୁଡୁ ଆଖରେ ତୁମର ଏ ବିବର୍ଷ ଦେହକୁ ଥରୁଟିଏ ଭଲ କରି କ୍ଷମାଦିଅ ମୋତେ ଫେରୁଛି ମୁଁ ମୋ ସପ୍ନର ନିଃସ କୁଡ଼ିଆକୁ, ଆସିଥୁଲି ସୁଖ ପାଇଁ ଦୁଃଖ କିନ୍ତୁ ହୃଦୟରେ କୁଢ଼ାଇ ନେଉଛି, ଆଉ କେବେ ଆସିବିନ ହସର ଭାବନା ନେଇ ଲୁହରେ ନିଜକୁ ନିଜେ ଭିଜାଇଦେବାକୁ ॥
କୋରାଇ, ଯାଜପୁର, ମୋ: ୯୪୩୭୨୭୬୪ ୦ ୦


No comments:

Post a Comment