Friday 14 July 2023

ବର୍ଷା ଗୋ ତୁମେ......./TRANSLATED POEM "LISTEN, O RAIN!

 ବର୍ଷା ଗୋ ତୁମେ.......
ଜ୍ୟୋତ୍ସ୍ନା ରାଣୀ ସୂତାର,ଘାଗରା, କେନ୍ଦ୍ରାପଡ଼ା
***************
ବର୍ଷା ଗୋ ତୁମେ
  ବିରହୀ ପ୍ରିୟାର ଲୁହ,
ପ୍ରବାସେ ରହିଛି,ବିକଳେ ଝୁରୁଛି
  ଦେଖି ପାରୁନି ତା ମୁହଁ।
ବର୍ଷା ଗୋ ତୁମେ
  ଶ୍ରାବଣୀ ରାଇଜେ କରିଲ ଘର,
ନିଦାଘ ଜ୍ଵାଳାରେ ନିତି ମୁଁ ଜଳଇ
କଲ କାହିଁ ଏତେ ପର।

ବର୍ଷା ଗୋ ତୁମେ
      ବାଣ ରୋଷଣୀ ରେ
ଭିଜା ଓଢଣୀରେ ଆସିଛ ସତ,
ପାରୁନି ମୁଁ ଛୁଇଁ
    ବହୁଦୂରେ ଥାଇ
ମାନସ ଚକ୍ଷୁରେ ଦେଖୁଛି ମିତ।

ବର୍ଷା ଗୋ ତୁମେ
  ମୋ ପ୍ରିୟା ପାଉଁଜିର
        ରିମ୍ ଝିମ୍ ମଧୁ ସୁର,
ଇନ୍ଦ୍ରଧନୁର ସପ୍ତ ରଙ୍ଗ ମାଖି
            ବସିଛି ମୁଁ ଏଠି
ତୁମେ କେମିତି ଜାଣିବ କୁହ ?

ମନ କାଗଜକୁ
       ଡଙ୍ଗାଟିଏ କରି
        ହୃଦୟକୁ ତହିଁ ବସାଇ ଦେଲି,
ପବନ ଆହୁଲା
  ତରୀ ବାହି ନେବ
   ନିଶ୍ଚିନ୍ତେ ରହୁଛି
    ତୁମେ ତୋଳି ନେବ ବୋଲି,
ପ୍ରିୟା! ତୁମେ ତୋଳି ନେବ ବୋଲି।
Copyright: Jyotsna Rani Sutar, Kendrapara 

No comments:

Post a Comment