Tuesday, 28 February 2023

SOURAV DADA GANGULY – A LAUDABLE CRIC-SMITH


SOURAV DADA GANGULY – A LAUDABLE CRIC-SMITH

 

Had it not been for Dada, Indian Cricket would have remained uncleaned.

The ghosts of match fixing would have kept haunting

The hunger for team’s victory could not have grown, and young, disciplined

Bloods could not have been inducted to the team, and the rivals’ underestimating

Would have prevailed. Regionalism bias would have crushed blooming talents

And Indian Cricket would not have been a place for gentlemen and saints!


Had it not been for Dada, aggressive approach would have been a reverie

Winning Test Matches abroad would have been a fictional story

The Turbanator could not have chocked Waugh’s formidable Triumph-boat

Yuvraj could not have been called the King of Sixes, and Sehwag’s opening slot

Could not have been fixed so earlier. Who could say Dhoni would be his successor

Who else could have waived his Jersey at the Ovals, and played square cuts better?  

 

Yes, apart from leading the team from the front as the most successful captain

Dada was a laudable Cric-Smith who was gifted with genuine Cricketing acumen!

 

Copyright: Dr. Shankar D Mishra, Bhubaneswar, Odisha, India 28.02.2023

N.B. This poem is inspired by a Youtube Channel 'Cric Time with Joshi' on Sourav Ganguly.

ପ୍ରସନ୍ନ ମଣ୍ଡଳଙ୍କ ଦ୍ୱାରା ରଚିତ ଓଡ଼ିଆ କବିତା / TRANSLATED POEMS

 



*ନିଦ*

ନିଦର ମହତ
ବୁଝିବା କେମିତି
          ନିଦରେ ନଗଲେ ଶୋଇ
ବୁଝି ପାରିବନି
ନଶୋଇକି ଯିଏ
         ମିଛରେ କାଢିବ ଖୋଇ ।

ନିଦ ନହୋଇଲେ
ସୁକୁମାର ଦେହ
             ରୋଗରେ ପଡିବ ସଢ଼ି
ହୃଦୟର ରୋଗ
ରକତ ଚାପରେ
            ଦୁରୁଦଶା ଯିବ ବଢି ।

ବଦ ହଜମିରେ
ଯାହା ଖାଇଲେ ବି
            ଆହାର ହୋଇବ ଲାଳ
ରକତ କଣିକା
କମିଯିବା ଯୋଗୁଁ
            ଝଡିଯିବ ସବୁ ବାଳ ।

ଦିନକୁ ଭଲରେ
ନିଘୋଡ଼ ନିଦରେ  
          ଶୋଉଥିଲେ ସାତ ଘଣ୍ଟା
ବିପି ହେଉ କିବା
ରକତ ସର୍କରା
          ଡେଇଁବନି ଜମା କଣ୍ଟା ।

ନିଦର ଗୋଟିଏ
ସମୟ ରହିଛି
                ମାନୁଥିବ ଯିଏ ନିତି
ନିରୋଗ ରହିକି
ସାରା ଜୀବନଟା
           ନିରାପଦେ ଯିବ ବିତି ।

...................................................
            ପ୍ରସନ୍ନ ମଣ୍ଡଳ 
       

 କୋଟପଲ୍ଲା, ଖୋର୍ଦ୍ଧା

::::::::::::::::: ମାଟି :::::::::::::::

ସୁନା ରୂପା ହୀରା ମୋତି ମାଣିକ
ପେଡିରେ ସଞ୍ଚିଛି ପ୍ରୀତି ବଣିକ
ମେଲେଇ ଦେଇଛି ବିଶାଳ ଛାତି
ଖୋଜେନି ଧରମ ଜାତି ଅଜାତି
      ପାଦତଳେ ତା'ର ବାସ
         ରାଜା ମହାରାଜା
         ଧନୀ କି ଗରୀବ
     ସବୁ ତା'ର କିଣା ଦାସ ।୧।

ପଡ଼ିଥାଏ ସହି ଖରା ବରଷା
ସାରା ସଂସାରର ସାହା ଭରଷା
ବଣ ତରୁଲତା ସୁନେଲି କ୍ଷେତ
ତାଲାଗି ଉଡାନ୍ତି ସବୁଜ ନେତ
      ସବୁଠାରେ ତା'ର ଘର
         ସାରା ମୁଲକକୁ
        କୋଳରେ ପୂରାଏ
   ଭାବେନି ଆପଣା ପର ।୨।

କହେନି କାହାକୁ ମନର ଖେଦ
ପରଖିଲେ ସୁଧା ନମିଳେ ଖାଦ
ସୁନା ରୂପା ଟଙ୍କା ହେବନି ସରି
ସରି ହେବନାହିଁ ସରଗ ପରୀ
     ଯୋଗାଏ ଆହାର ଜଳ
        ତୋଳିନିଏ ଯେତେ
          ନାଳ ନରଦ୍ଦମା
      ମଇଳା ଅସନା ମଳ ।୩।

ପ୍ରପାତ ଝରଣା ନଈ ପୋଖରୀ
ତା' ଦେହ ମାଉଁସ ଦିଅନ୍ତି କୋରି
ନିଜ ଲାଭ ପାଇଁଁ ହୀନ ମଣିଷ
ତା ଦେହେ ମିଶାଏ ଅସଲ ବିଷ 
    ତଥାପି ଖୋଲେନି ପାଟି 
         ଝାଞ୍ଜି ଖରା ବାଜି
        ତା' କୋମଳ ଦେହ
      ଶୁଖି ଶୁଖି ଯାଏ ଫାଟି ।୪।

ଗଇଁଚି ଶାବଳ କୋଡ଼ି କୋଦାଳ
ତା ଦେହକୁ ହାଣି କରନ୍ତି ଫାଳ
କୀଟ ସରିସୃପ ଦେହକୁ ତାଡି
ପେଟରୁ ମାଉଁସ ଦିଅନ୍ତି କାଢି
     ଛାତିରେ ବାନ୍ଧନ୍ତି ବସା
        ତା' ଦରଦ ଟିକେ
         ନମିଳିବ ଯଦି
   ମସୀହ ହୋଇବେ ମଶା ।୫।

ଉଠିବନି ଗଛ ଢାଳିଲେ ଜଳ
ଫୁଟିବନି କେବେ ଫୁଲକି ଫଳ
ନଥିବ ଗହମ ଚାଉଳ ଧାନ    
ସେ ପରା ସଂସାର ଅମୂଲ୍ୟ ଦାନ
     ମାଆଟି ସିନା ଏ 'ମାଟି'
         ନରହିଲେ ସିଏ
         ବୃଥା ହୋଇଯିବ
  ଯେତେ ଥିଲେ ମାଣ ବାଟି ।୬।

                  ◼️
         

  ପ୍ରସନ୍ନ ମଣ୍ଡଳ
କୋଟପଲ୍ଲା, ସିମୋର, ଖୋର୍ଦ୍ଧା

ଏମିତି ଋପରେ କିଆଁ ଆସୁଛୁ?
:::::::::::::::::::::::::::::::::::::::::::::::::::::

ରେ ସମୟ.........ରେ ସମୟ....
ଏମିତି ଋପରେ କିଆଁ ଆସୁଛୁ...

କେବେ କାଳ ବଇଶାଖୀ
ବଇରୀ ବତାସୀ ଝଡ
ଅଦିନ ଅଶୁଭ ଲୁହ
ଉଦାସୀ କପୋତୀ ନୀଡ଼
କେବେ ଫଗୁଣ ଅବିର ବାସୁଛୁ
ଏମିତି ଋପରେ କିଆଁ ଆସୁଛୁ.....
ରେ ସମୟ......ରେ ସମୟ (୧)

କେବେ ଭରା ମଉସୁମୀ 
ଶୀତଳ ଶ୍ରାବଣୀ ଧରା
ଗ୍ରୀଷମ ଉତ୍ତାପ ଝାଞ୍ଜି  
ବିଷମ ଡହକ ଖରା
ଯାତନା ଜ୍ୟାମିତି ଅଙ୍କ କଷୁଛୁ
ଏମିତି ଋପରେ କିଆଁ ଆସୁଛୁ....
ରେ ସମୟ.......ରେ ସମୟ (୨)

କେବେ ଯଉଘର ନିଆଁ
ବିରହ ବିଚ୍ଛେଦ ତାତି
କେବେ ମିଳନ ଆସର
ପ୍ରଣୟ ବାସର ରାତି
ଛଳନା ନିଆଁରେ କେବେ ନାଶୁଛୁ 
ଏମିତି ରୂପରେ କିଆଁ ଆସୁଛୁ....
ରେ ସମୟ......ରେ ସମୟ (୩)

କେବେ ସୁନା ତାରକଷି
ଚୁନାଚୁନା ଝରାଫୁଲ
କେବେ ମରଣ ବିଳାପ
ମଶାଣି ର ନିଆଁଝୁଲ
ମାୟା ମରିଚିକା ହୋଇ ଗ୍ରାସୁଛୁ
ଏମିତି ଋପରେ କିଆଁ ଆସୁଛୁ.....
ରେ ସମୟ......ରେ ସମୟ (୪)

ପ୍ରସନ୍ନ ଭାବୁଛି ତୋତେ
ବୁଝିବା ସହଜ ନୁହଁ
ପରଖି ହେଉନି ଭାବ
ନିରେଖି ଦେଖି ତୋ ମୁହଁ
ଏତେ କଷଟିରେ କିଆଁ ଘଷୁଛୁ
ଏମିତି ଋପରେ କିଆଁ ଆସୁଛୁ.....
ରେ ସମୟ......ରେ ସମୟ (୫)

:::::::::::::::::::::::::::::::::::::::::::::::::::::
                   ◼️
             ପ୍ରସନ୍ନ ମଣ୍ଡଳ
  କୋଟପଲ୍ଲା, ସିମୋର, ଖୋର୍ଦ୍ଧା


ମୋ ଗାଆଁରେ ସଞ୍ଜ 
🌿🌿🌿🌿🌿🌿

ବେଳ ବୁଡୁବୁଡୁ
ଦଳଦଳ ପକ୍ଷୀ
            ବସାକୁ ଆସନ୍ତି ଫେରି
ଗପ ଶୁଣିବାକୁ
କୁନା ମୁନା ଆସି
         ଆଈକି ଯାଆନ୍ତି ଘେରି ।                  

ସାହି ଶେଷ ମୁଣ୍ଡ
କାଳିକା ମନ୍ଦିର
          ଚାନ୍ଦିନୀରେ ପଡେ ପଟି
କେତେ ଗୁଲିଗପ
ଇଙ୍ଗିତି ରହସ୍ୟ
           ସାଙ୍ଗସାଥୀ ଙ୍କର ଖଟି ।

ଚଉରା ମୂଳରେ
ସଞ୍ଜ ଦୀପ ଜଳେ
             ବଟା ହୁଏ ମଞ୍ଜୁଆତି
ବଟୁଆ ଖୋଲିକି
ଅଜା ସଜାଡନ୍ତି
           ପାନଛେଚା ଗୁଆକାତି ।
          
ଦେଉଳ ବେଢାକୁ         
ଧାଡ଼ି ଲାଗିଯାଏ
             ବାଜେ ଭଳିଭଳି ଗୀତ
ସଞ୍ଜ ହେଉ ହେଉ
ବଢିଯାଏ ଥଣ୍ଡା
         କୋହଲା ପାଗକୁ ଶୀତ ।

ବୋଉ କରେ ରୁଟି
ସନ୍ତୁଳା ଡାଲେମା
             ବାପା ସଜାଡନ୍ତି ଥାକ
ପିଣ୍ଡାତଳ ଘସି
ମଶାଧୂଆଁ ସୁଙ୍ଘି
       ନୂଆବୋହୁ ଟେକେ ନାକ ।

ଦୋକାନ ଦୁଆରେ
ସଉଦା ପାଇଁକି
            ବଢିଯାଏ ଲୋକ ଭିଡ
ଧଳା ବାଟହୁଡା଼
ଦେଖାଯାଏ ଖାଲି
           ଦିଶେ ନାହିଁ ପଗି ହିଡ ।

ପେଟେ ମଦ ପିଇ
ପଦିଆ ନାହାକ
          ଗାଆଁମୁଣ୍ଡେ କରେ ପାଟି
ଭଙ୍ଗା ଉଠାଚୂଲି
ସଜାଡେ ଜେଜେମା
        ଝିଙ୍କାରେ ଲେସିକି ମାଟି ।

ଘଷାହୁଏ ତେଲ
କଅଁଳ ଦେହରେ
           ଶୁଭେ କୁଆଁ କୁଆଁ କାନ୍ଦ
ଘୋଷାଘର ବୁଢ଼ା
ପୋଷା କୁକୁରଟା
       ପଢେ କେତେ ଚମ୍ପୁ ଛାନ୍ଦ ।

ପଢ଼ିବା ନାଆଁରେ
ଟିଭି ପାଖେ ବସି
        ମାମା କରେ କେତେ ଆଲି
କାମସାରି ବାପା
ତା' ସାଙ୍ଗରେ ବସି
            ସଜାଡନ୍ତି ଲୁଡୁ ପାଲି ।

ସଜହୁଏ ବଧି
ଡିବି ନଲଠଣ
          ଜେଜେଙ୍କ ମଶାରୀ ଖଟ
ସଞହେଲେ ଏଠି
ଘରେ ଘରେ ଚାଲେ
         ଏମିତିକା କେତେ ନାଟ ।

ମୋ ଗାଆଁରେ ସଞ୍ଜ 
ବିତେଇଛି ଯିଏ
             ବୁଝିଛି ତାହାର ଭେଦ
ନକହୁ ପଛକେ
ମୋ ଗାଆଁର କଥା
         ଗୀତା ଭାଗବତ ବେଦ ।


................................................
           

କାଗଜ ଫୁଲ
""""'''''''''''"'"'""''"""""""""""""""""""”""""""""""""""

ବରଷା ବତାସ 
ପବନ ଆସିଲେ
               ପକ୍ଷୀକି ଲାଗୁଛି ଡର
ଭସା ବଉଦକୁ
ବସାରୁ ଦେଖିକି
              ଥରିବ ପାଇଛି ବର ।

ହାତଧରି ବାଟ
କଢେଇବ ଯିଏ
              ପାଖରୁ ଯାଉଛି ଉଡ଼ି
ଆଲୁଅରେ ମୁହଁ
ଚିହ୍ନିବ କେମିତି
              ସୂରୁଜ ଗଲାଣି ବୁଡି ।

କିଏ ଏଠି ପର 
କିଏ ଆପଣାର
                ଚିହ୍ନିବା ସହଜ ନୁହଁ
ଚିହ୍ନି ନପାରିଲେ
ନିଜର ଲାଗୁଛି
             ସବୁ ଆଖି ସବୁ ମୁହଁ ।

କେଉଁ ଠିକଣାରେ
ହଜିଯାଏ କିଏ
         ଖୋଜୁଖୋଜୁ ନିଜ ବାଟ
ଯେତେ ସଳଖିଲେ
ବୁଲେନାହିଁ ମଙ୍ଗ
           କେମିତି ଛୁଇଁବୁ ଘାଟ ।

ମହଣ ମହଣ
ଲୁହ ଜାଚିଲେ ବି 
         ମିଳେନି ଟୋପାଏ ଲହୁ
ସବୁ ଫୁଲ ଏଠି
କାଗଜ ତିଆରି
           ଝରିବ କେମିତି ମହୁ ।

""""""""""”"""""""""""""""""""""""""""""'""""""""

            ପ୍ରସନ୍ନ ମଣ୍ଡଳ
        କୋଟପଲ୍ଲା, ଖୋର୍ଦ୍ଧା



*ସୁଧୁରିଯା' ଅଛି ବେଳ* 
:::::::::::::::::::::::::::::::::::::::::::::::::::::::

ଲଗେଇନୁ ଦିନେ ଗୋଟାଏ ଗଛ
ଫଟୋ ଉଠେଇକି ଲେଖୁଛୁ ମିଛ
କେମରା ଆଗରେ ଧରୁଛୁ କୋଡ଼ି
ଡାହା ମିଛ ଗପ ଦେଉଛୁ ‌ଯୋଡି
      ଜଙ୍ଗଲ କଲୁଣି ଲଣ୍ଡା
        ବଡ଼ଦାଣ୍ଡେ ଗିନା 
         ତାଟିଆ ଧରିକି
   ବୁଲିବେ ସାନ୍ତାଳୀ ବଣ୍ଡା ।୧।

ବ୍ୟାନର ଟାଣିକି କରୁଛୁ ଭୋଜି
ବାଛି ବାଛି ଗଛ ଆଣୁଛୁ ଖୋଜି
ଲେଖୁଛୁ କବିତା ଗାଉଛୁ ଗୀତ
ଖୁଆଉଛୁ ବନ୍ଧୁ ସଙ୍ଗାତ ମିତ
      ପୋତିକି ଛିଞ୍ଚୁଛୁ ପାଣି
        ନିଜ ହାତେ ଜାଳି
         ପାଉଁଶ କରୁଛୁ
     କେମିତି ପାରୁନୁ ଜାଣି ।୨।

ଯିଏ ଯୋଗାଉଛି ପାଣି ପବନ
ଜାଣିଶୁଣି ନେଉ ତା'ର ଜୀବନ
ପଶୁପକ୍ଷୀ ସବୁ ଜଙ୍ଗଲ ‌ ଛାଡ଼ି
ଗାଆଁ ସହରକୁ ଲଗାନ୍ତି ଧାଡି
       ପଡିବ ମାରକ ଦଶା
           ପବନ ପୁଡିଆ 
         ପିଠିରେ ବାନ୍ଧିକି
   ହେବୁ ଦିନେ ଲୋକହସା ।୩।

ଚାରିଆଡେ ଖାଲି ଜଳୁଛି ନିଆଁ
ବଣ ପାହାଡରୁ ଉଠୁଛି ଧୁଆଁ
ଏସିରେ ଶୋଇକି ମାରୁଛୁ ମଜା
ଟଙ୍କା କମେଇକି ସାଜିଛୁ ରଜା
      ମିଛରେ ମୋଡୁଛୁ ନିଶ
         ଉପରେ ଢାଳୁଛୁ
          କ୍ଷୀର ସରପୁଳି
     ଭିତରେ ଗୋଳୁଛୁ ବିଷ ।୪।

ବାଜା ବଜେଇକି ନାଚିଲେ ଖାଲି
କିହେବ କରିଲେ ମିଟିଙ୍ଗି ରାଲି
ଗଛ କଥା କହି ମାରିଛୁ ତାଳି
ପଛରେ ଗଛକୁ ଦେଉଛୁ ଜାଳି
     'ସୁଧୁରିଯା ଅଛି ବେଳ' 
        ନହେଲେ ଆଗକୁ
        ବାଘ ଭାଲୁ ହାତୀ
   ଦାଣ୍ଡରେ ହୋଇବେ ମେଳ ।୫।

ନିଜ ହାତେ ନିଜେ କାଟୁଛୁ ବେକ
ମିଛ ଭାଷଣରେ ରଖୁଛୁ ଟେକ
ସଜାଡିଦେ ବାରି ବଗିଚା ତୋଟା
ନମିଳୁ ପଛକେ ଦରମା କୋଟା
      ଦରମରା ହେବୁ କିଆଁ
        ଘର ବନ୍ଧାଦେଇ
          ପବନ କିଣିବୁ
    ଯେମିତି ଜାଳୁଛୁ ନିଆଁ ।୬।

::::::::::::::::::::::::::::::::::::::::::::::::::::::

            ପ୍ରସନ୍ନ ମଣ୍ଡଳ
 କୋଟପଲ୍ଲା, ବାଘମାରି, ଖୋର୍ଦ୍ଧା



🌿🌿🌿🌿🌿🌿🌿🌿🌿

ଶରତ ସମ୍ଭାର

ଦିବ୍ୟ  ବିଶ୍ବକେତୁ

ଆବୃତ  ଅବନୀ

               ନବ ବିଶ୍ବମ୍ଭରା ବେଶ

ମୃଦୁ  ପ୍ରଭଞ୍ଜନ

ଅମୃତ  ପ୍ରବାହେ

           ବିଲୁପ୍ତ  ନିଦାଘ କ୍ଳେଶ ।


ପୂର୍ଣ୍ଣ  ବିଷ୍ଣୁପଦୀ

ବିଷୁବ  ବର୍ଣ୍ଣାଳି

               ବିସ୍ତୃତ  ଅଟବୀ ତନୁ

ପୁଣ୍ୟ  ସ୍ଵର୍ଣ୍ଣପ୍ରସୁ

ସବୁଜ  ବଳୟ

         ଦୀପ୍ତ  ଉଦ୍ଭାଷିତ  ଭାନୁ ।


ସହସ୍ରାକ୍ଷ  ବର

ହୀରକ  ସମ୍ବର

         ସରସୀ ସରୋଜ  ଶୋଭା

ଶୁଭ୍ର  କାଶତଣ୍ଡୀ

ଶୁଭ୍ରାଂଶୁ  ସମ୍ଭ୍ରମ

          ଦୀପ୍ତ  ଦିଗ୍ବଳୟ ଆଭା ।


ମୃଡାନୀ  ମଣ୍ଡପ

ବିମଣ୍ଡିତ   ମର୍ତ୍ତ୍ଯ

             ଅମର୍ତ୍ତ୍ଯ  ମୃଣ୍ମୟୀ ବାସ

ସୁମନ  ମଞ୍ଜୁଳ

ସୁଶୋଭିତ ଚୂଳ

           ଭ୍ରମର  ଅନିତ୍ଯ ରାସ ।


ଶୈବଳିନୀ  ତଟ

ସବୁଜ ସୁଷମା

            ଶୁକ୍ଳ  କାଶତଣ୍ଡି  ରେଖା

ପଲ୍ଲବିତ  ବୃକ୍ଷ

ନବୀନ  ପୁଲକ 

            ଅଫୂର୍ବ  ସବୁଜ ଶାଖା ।


ସୁବର୍ଣ୍ଣ   ଶଶାଙ୍କ

ଶର୍ବରୀଶ  ଅଙ୍କ

              କୁମୁଦ ଅନଙ୍ଗ  ପ୍ରୀତି

ସାନ୍ଧ୍ଯ  ପ୍ରତ୍ୟାବର୍ତ୍ତୀ 

ଶକୁନ୍ତ   ଆସର

           ଅଭ୍ର  ଅସ୍ତାଚଳ  ଗୀତି ।


କୃଷ୍ଣସାର  ପୃଷ୍ଠ

ପୁଷ୍ପକ  ସମ୍ଭାର

           ଲତା  ବିରାଜିତ ଶୋଭା

ସୁମଞ୍ଜୁଳ  ତଟ

ଉଚ୍ଚାଟ  ତଟିନୀ

           ରକ୍ତିମ  ପୁଷ୍କର  ଆଭା ।


ଆବୃତ   ଅମ୍ବର

ଧୂମଯୋନି  ବୃତ୍ତ

               ପୂର୍ଣ୍ଣ  ଦ୍ବିପବତୀ ଧାର

ସୁରଭିତ  ସୁର

ଶାସ୍ଵତ  ନିଧାନ

            ଧରା ବିଭୂଷିତ  ହାର ।


ଶରତ  ସମ୍ଭାର

ସମ୍ଭାବନା  ସିକ୍ତ

            ଧରିତ୍ରୀ  ମାତୃକା ପ୍ରୀତି   

ଶତଦଳ  ଶୋଭା

ଶୀତଳ  ଅନ୍ତର

          ମର୍ତ୍ତ୍ଯ  ବିରଚିତ  ଗୀତି ।

...............................................


      ‌ ‌    ପ୍ରସନ୍ନ  ମଣ୍ଡଳ

        କୋଟପଲ୍ଲା, ଖୋର୍ଦ୍ଧା
































ଓଡ଼ିଆ କବିତା "ସୁନା ସିନ୍ଦୁକରେ ସାପ"

 *ସୁନା ସିନ୍ଦୁକରେ ସାପ*

"""""""""""""""""""""""""""""""""""""""""""""""" 

 ( ଗୋଟିଏ ସୁନ୍ଦର ମଣିଷ ଭିତରେ ବିକୃତ ଘୃଣ୍ୟ ମାନସିକତା, ବିଷାକ୍ତ ସର୍ପ ପରି ଭୟଙ୍କର )


ସୁନା ସିନ୍ଧୁକ ରେ

ଅହିରାଜ ନାଗ

             ଅଜଗର ଯଦି ରହିବେ

ରଜାଘର ସୁନା

ସିନ୍ଧୁକ ହେଲେ ବି

         ପରଜା କି ଭଲ କହିବେ

ଉପରେ ମାରିଲେ

ହାତୀଦାନ୍ତ ପଟି

            ସୁନାଫୁଲ ରୂପା ପତର

ରେଶମ କପଡା 

ଖୋଳପା ବାନ୍ଧିକି

           


ଛିଞ୍ଚିଲେବି ଦାମି ଅତର


        ଲୋକହସା ସାର ହୋଇବ

            ସେଉ ନାସପାତି 

            ତୋଳିବାକୁ ଯିଏ

     ତୁଛା ବାଇଡଙ୍କ ରୋଇବ ।


କାଗଜ ବିଲରେ

ଚିଲ କି ଶାଗୁଣା

         ବିଲୁଆଆ ଗଧିଆ ରହନ୍ତି

ଗିଲକଣ୍ଟା ଦୁବ

ଅଙ୍କରାନ୍ତି ବେଣା

          ପୋଇନଖା ଭଲ କହନ୍ତି


    ବିଲ ହେଲେ ହେଉ ଅଜରା

       ଖୋଷା ଦେଖେଇକି

          ବୁଲନ୍ତି ବିଲୁଆ

    ବାନ୍ଧିଦେଲେ ଫୁଲ ଗଜରା ।

           

   

ବେକ ଠାରୁ ମୁଣ୍ଡ

ଠେକିରେ ବିଲେଇ

           ପାଦରେ ପିନ୍ଧନ୍ତି କଠଉ

ପିଠି କରି ଟିକେ

ଠିଆ ହୋଇଗଲେ

        ପିଠା ହୋଇଯାଏ ପିଠଉ

ଆଣ୍ଠୁଏ ବହଳ

ମଳି ବସିଲେ ବି

           ବାସୁଥିଲେ ଭାବ ବଳିବ

ବାସି କାଞ୍ଜିପାଣି

ବିଷ ହୋଇଲେ ବି

          ଝାଞ୍ଜିବଜା କହେ ଚଳିବ


         ନମିଶୁ ପାଞ୍ଜିକି ଜାତକ

            ଧରମ ପଲାରେ  

           ଭଙ୍ଗା କୋଣାରକ

 (ଏଠି)ଧରମା କିଣନ୍ତି ପାତକ ।


ଧାର୍ ମିଳେ ଏଠି

ମାନ ସନମାନ

          କିସ୍ତିରେ ମିଳୁଛି କୀରତ୍ତି

ଦାଣ୍ଡରେ ଘାଟରେ 

ବିକାହୁଏ ଯଶ

            ଗୁଣ ଗଉରବ ପୀରତି

ଗୁଗଲ୍ ପେଏରେ

ବଣ୍ଟା ହୁଏ ପ୍ରେମ

       ମିଳେ ଫୁଲମାଳ କାଗଜ 

ମାନ ସନମାନ

ମୋହରେ ମଣିଷ

            ବନ୍ଧା ରଖିଦିଏ ମଗଜ


          ରନ୍ଧା ଅଧାରନ୍ଧା ଖାରିଆ

             ଗେଫିବାକୁ ଏଠି

             ସାଉକାର ପାଇଁ

         ମିଳନ୍ତି ଭଗଆ ସାରିଆ ।


""""""""""""""""""""""""""""""""""""""''''"''''"""""'

             ପ୍ରସନ୍ନ ମଣ୍ଡଳ

  କୋଟପଲ୍ଲା, ସିମୋର, ଖୋର୍ଦ୍ଧା

ଓଡ଼ିଆ କବିତା "ଲାଗୁଛି ଯେମିତି କାଲି " /

 


ଲାଗୁଛି ଯେମିତି କାଲି 

-------------------------------------------------


ଭୁଲି ହେବନାହିଁ

ସେଦିନର କଥା

             ଯାହାବି ଯାଇଛି ଚାଲି

ତେଇଶି ବରଷ

ବିତିଲାଣି ସିନା

         ଲାଗୁଛି ଯେମିତି କାଲି ।


ଭାସିଗଲା କେତେ

ସୁନାର ସଂସାର

              ସମୂଦ୍ର ଆସିଲା ମାଡ଼ି

କୂଳରେ ଦିଶିଲା

କୁଢକୁଢ ଶବ

           ଚିଲ ଶାଗୁଣା ଙ୍କ ଧାଡ଼ି ।


ବୁଢ଼ା ବାପା ହାତ

ଛାଡିଦେଇ କେତେ

          ଭେଣ୍ଡାପୁଅ ଗଲେ ଭାସି

ଗଛରେ ବାଡ଼ରେ

କୁଢକୁଢ ମଢ

         ମୁରଦାର ହେଲା ବାସି ।


ଚିହ୍ନି ପାରିଲେନି

ପ୍ରିୟ ପରିଜନ

         ଖୋଜିଖୋଜି ନିଜ ଲୋକ

ଜାଣିବା ଆଗରୁ

ଝୁଣିଦେଲେ ହାଡ

         ବିଲୁଆ ଶାଗୁଣା ପୋକ ।


ଉପୁଡ଼ି ପଡିଲା

ମହାମହା ଦୃମ

           ପଡିଆ ହୋଇଲା ଗାଆଁ

ଦିଶିଲାନି ଆଉ

ସୀମା ସରହଦ

           ଛପିଗଲା ସବୁ ନାଆଁ ।


ମାଆ ହାତ ଛାଡି

ଭାସିଗଲେ ପୁଅ

         କୋଳ ହୋଇଗଲା ଖାଲି

ଗାଆଁ ଦାଣ୍ଡ ବାରି

ବାରି ହେଲା ନାହିଁ

         ଚାରିଆଡେ ଖାଲି ବାଲି ।


ଲିଭିଗଲା କେତେ

ମଥାର ସିନ୍ଦୁର

           ଖାଲି ହୋଇଗଲା ଘର

ଦାଣ୍ଡରେ ଜଳିଲା

ଶହ ଶହ ଜୁଇ

           ସଞ୍ଜରୁ ଲାଗିଲା ଡର ।


ଟିଭି ରେଡିଓରେ

ଖବର ଶୁଣିକି

          ଲୋକେ ଯାଉଛନ୍ତି ଡରି

ଅକ୍ଟୋବର ହେଲେ

ସଜାଡି ରଖନ୍ତି

             ତମ୍ବୁ ସତରଞ୍ଜି ଜରି ।


ନଆସୁ ଏମିତି

ଘୁର୍ଣ୍ଣି ମହାବାତ୍ଯା

               ନରଚୁ ପ୍ରଳୟ ଆଉ

ମୋର ଗାଆଁଗଣ୍ଡା

ସହର ବଜାର

         ସେମିତି ଭଲରେ ଥାଉ ।


-------------------------------------------------

          ପ୍ରସନ୍ନ ମଣ୍ଡଳ  

       କୋଟପଲ୍ଲା, ଖୋର୍ଦ୍ଧା

ଓଡ଼ିଆ କବିତା "ଅସୁରଠୁ ହେଲୁ ହୀନ* ( ନରରାକ୍ଷସ )" /

 


*ଅସୁରଠୁ ହେଲୁ ହୀନ* 

      ( ନରରାକ୍ଷସ )

""""""""''''""''''''''"""""""""""''''''""""''''"""""""''''''''''''''


ଧରମ ମାସରେ

ଉପାସ କରିଲୁ

             ଧରିଲୁନି ଫାଶି ଜାଲ

ହୁଡା ବାଡ଼ ବୁଲି

ଖୋଜିଲୁନି ମାଛ

         ଫେର କି ଚବକା ଖାଲ ।


ନିଇତି ଖାଇଲୁ

ଅରୁଆ ଡାଲେମା

           ପିନ୍ଧିଲୁ ଗେରୁଆ ଧୋତି

ଦାଣ୍ଡରେ ଦେଖିକି

ବଳଦ କି ଷଣ୍ଢ

      ତେଣ୍ଡେଇଲୁ କୁଣ୍ଡା ବୋତି ।

       

ଗିନି ଖୋଳ ଧରି

ସକାଳୁ ସକାଳୁ

               ଚନ୍ଦନ ତିଳକ ନାଇ

କାଳି ଅନ୍ଧାରରୁ

ଗଳିରେ ବୁଲିଲୁ

            ହରି ନାମ ଗାଇ ଗାଇ।

 

ନିରାମିଷ ସାଧା

ପଙ୍ଗତ ପାଇଁକି 

              ପରିବା କିଣିଲୁ ବାଛି     

ଜୀବେ ଦୟାବହି

ମାସଟି କାଟିଲୁ

           ମାରିଲୁନି ସିନା ମାଛି ।

 

କୁଣ୍ଡରେ ପୋଷିଲୁ

ମାଗୁର ଶେଉଳ

              ପାଳିବାକୁ ଛାଡଖାଇ

ଭୋଜିଭାତ ଖଟି

ପାଇଁକି ବିକିଲୁ

           ପଠାଣକୁ ଛଡା ଗାଈ ।


ଶହେ ମେଣ୍ଢା ଛେଳି

କୁକୁଡ଼ା ମାରିକି

           କରୁ ଛାଡଖାଇ ମଜା

ମିଛରେ ଧରମ

କରୁଛୁ ଭାବିକି

        ମନେ ମନେ ଖାଉ ଖଜା ।


ପାଟି ଚିପି ଚିପି

ଚାହିଁକି ରହିଲୁ

              କେମିତି ସରିବ ଦିନ

ଏତେ ଉପବାସ

ବରତ କରିକି

          ଅସୁରଠୁ ହେଲୁ ହୀନ ।


ଯେଉଁ ପାଟିରେ ତୁ

ନିତି ପଢୁଥିଲୁ

            ବେଦ ଭାଗବତ ଗୀତା

ସେ ପାଟିକି ମଦ

ମାଉଁସ ଛାଡ଼ିକି

          ସବୁ ହୋଇଗଲା ପିତା ।


ମଣିଷ ହୋଇକି

ପଶୁ ପାଲଟିଲୁ

                ଭୁଲିଗଲୁ ଭଲମନ୍ଦ

ଚୂଲିକି ଯାଉ ତୋ

ଚିତା ଚଇତନ

         ପେଟ ପାଇଁ ହେଲୁ ଅନ୍ଧ ।


ବଜାର ହାଟରେ

ଛାଲ ଉତାରିକି

        ଟଙ୍ଗାହେଲେ ମେଣ୍ଢା ଖାସି

ପୋକ ଡାଉଁଡାଉଁ

ମାଉଁସ କିଣିଲୁ

        ହେଉ ପୋଚରା କି ବାସି ।


ଚିକେନ୍ ମର୍ଟନ

ଖାଇବା ପାଇଁକି 

            ଏତେ ହାଇଁପାଇଁ କିଆଁ

ଛହାତେ ମାଟିରେ

ଜଳୁଥିବ ଦିନେ

         ତୋ ହାଡ ମାଉଁସ ନିଆଁ ।


କଙ୍କିଟିଏ ପାଇଁ

ଉହୁଙ୍କି ଉଠୁଛୁ

             ଗିଳିଲାଣି ପରା ସାପ

ପଶୁ ପକ୍ଷୀ ମାରି

ରେ ନର ରାକ୍ଷସ

           କାହିଁକି କରୁଛୁ ପାପ ।


""""""""""""""""""""""""""""""""""'"'""""""""""""

          ପ୍ରସନ୍ନ ମଣ୍ଡଳ 

       କୋଟପଲ୍ଲା, ଖୋର୍ଦ୍ଧା

ଓଡ଼ିଆ କବିତା "ସପନ ବଣିକ" /


 *ସପନ ବଣିକ*

...............................................


ଆଖି ଆଇନାରେ

ବଇନା ଦେଇକି

                ମରମକୁ ନିଏ କିଣି

ଅସରା ଅସରା

ଲୁହ‌ ଲଗାଣକୁ

         ‌ ଭରସାରେ ଯାଏ ଜିଣି ।


ବୁଣିଦିଏ ମନେ

ସପନ କଣିକା

              ଶହେ ଫଗୁଣର ଫୁଲ

ସାତରଙ୍ଗ ଫଗୁ

ସତର ବସନ୍ତ

            ଅସରନ୍ତି ପ୍ରୀତି ମୂଲ ।


ହାଣିଦିଏ ଛାତି

ଜାଣିଦିଏ ରାତି

              ଉତଲା ମନର ଆଶା

ତାଳୁରୁ ତଳିପା

ତତଲା ଦେହର

           ଡହକ ଅନ୍ତର ଭାଷା ।


ବାନ୍ଧିପାରେ ଭାବ

ଅତୁଟ ବନ୍ଧନ

             ବିନ୍ଧିପାରେ ସବୁ ଭେଦ

ସହିପାରେ କୋହ

ଲୁହର ଓଜନ  

          ବହିପାରେ ସବୁ ଖେଦ ।


ଟପିପାରେ ସୀମା

ସମୟ ବାଟିକା

               ବିଷ ବିସମ୍ବାଦ ସେତୁ

କାଟିପେରେ ପ୍ରେମ

ପ୍ରଣୟ ପଞ୍ଜିକା

           ଗ୍ରହ ଶନି ରାହୁ କେତୁ ।


ମାପି ପାରେ ଲୁହ

ଲହୁର ଟିପଣି 

             ବିରହ ବେଦନା ତାତି

ଟପିପାରେ ଯେତେ

ଜଉବନ ନିଆଁ 

             ବିଷମ ଛଳନା ରାତି ।


ମୋହିପାରେ ଚିତ୍ତ

ହୋଇପାରେ ମିତ

                ଦହିଦିଏ ମନ ପ୍ରାଣ

କଥା କୁହୁକରେ

ମହକ ବିତରି

          ଭିତରକୁ ମାରେ ବାଣ ।


କିଣିନିଏ ମୁଣି

ପରାଣ ବିପଣି

               ମୁକୁଟ ମରଣ ବାଜି

ହୋଇଯାଏ ଦିନେ

ଶମଶାନ ଭୁଇଁ

            ଶେଷ ଶମନକୁ ରାଜି ।


ଖୋଲିଦିଏ ଗଣ୍ଠି

ଖାଲିକରେ ଅଣ୍ଟି

            କାଟିଦିଏ ପ୍ରେମ ଫାନ୍ଦ

*ସପନ ବଣିକ* 

ସାତ ଜନମକୁ

            କିଣିଦିଏ ସୁନା ଚାନ୍ଦ ।

...............................................

          ପ୍ରସନ୍ନ ମଣ୍ଡଳ

       କୋଟପଲ୍ଲା, ଖୋର୍ଦ୍ଧା

ଓଡ଼ିଆ କବିତା "ମାଟି " /

 :


::::::::::::::::: ମାଟି :::::::::::::::


ସୁନା ରୂପା ହୀରା ମୋତି ମାଣିକ

ପେଡିରେ ସଞ୍ଚିଛି ପ୍ରୀତି ବଣିକ

ମେଲେଇ ଦେଇଛି ବିଶାଳ ଛାତି

ଖୋଜେନି ଧରମ ଜାତି ଅଜାତି

      ପାଦତଳେ ତା'ର ବାସ

         ରାଜା ମହାରାଜା

         ଧନୀ କି ଗରୀବ

     ସବୁ ତା'ର କିଣା ଦାସ ।୧।


ପଡ଼ିଥାଏ ସହି ଖରା ବରଷା

ସାରା ସଂସାରର ସାହା ଭରଷା

ବଣ ତରୁଲତା ସୁନେଲି କ୍ଷେତ

ତାଲାଗି ଉଡାନ୍ତି ସବୁଜ ନେତ

      ସବୁଠାରେ ତା'ର ଘର

         ସାରା ମୁଲକକୁ

        କୋଳରେ ପୂରାଏ

   ଭାବେନି ଆପଣା ପର ।୨।


କହେନି କାହାକୁ ମନର ଖେଦ

ପରଖିଲେ ସୁଧା ନମିଳେ ଖାଦ

ସୁନା ରୂପା ଟଙ୍କା ହେବନି ସରି

ସରି ହେବନାହିଁ ସରଗ ପରୀ

     ଯୋଗାଏ ଆହାର ଜଳ

        ତୋଳିନିଏ ଯେତେ

          ନାଳ ନରଦ୍ଦମା

      ମଇଳା ଅସନା ମଳ ।୩।


ପ୍ରପାତ ଝରଣା ନଈ ପୋଖରୀ

ତା' ଦେହ ମାଉଁସ ଦିଅନ୍ତି କୋରି

ନିଜ ଲାଭ ପାଇଁଁ ହୀନ ମଣିଷ

ତା ଦେହେ ମିଶାଏ ଅସଲ ବିଷ 

    ତଥାପି ଖୋଲେନି ପାଟି 

         ଝାଞ୍ଜି ଖରା ବାଜି

        ତା' କୋମଳ ଦେହ

      ଶୁଖି ଶୁଖି ଯାଏ ଫାଟି ।୪।


ଗଇଁଚି ଶାବଳ କୋଡ଼ି କୋଦାଳ

ତା ଦେହକୁ ହାଣି କରନ୍ତି ଫାଳ

କୀଟ ସରିସୃପ ଦେହକୁ ତାଡି

ପେଟରୁ ମାଉଁସ ଦିଅନ୍ତି କାଢି

     ଛାତିରେ ବାନ୍ଧନ୍ତି ବସା

        ତା' ଦରଦ ଟିକେ

         ନମିଳିବ ଯଦି

   ମସୀହ ହୋଇବେ ମଶା ।୫।


ଉଠିବନି ଗଛ ଢାଳିଲେ ଜଳ

ଫୁଟିବନି କେବେ ଫୁଲକି ଫଳ

ନଥିବ ଗହମ ଚାଉଳ ଧାନ    

ସେ ପରା ସଂସାର ଅମୂଲ୍ୟ ଦାନ

     ମାଆଟି ସିନା ଏ 'ମାଟି'

         ନରହିଲେ ସିଏ

         ବୃଥା ହୋଇଯିବ

  ଯେତେ ଥିଲେ ମାଣ ବାଟି ।୬।


                  ◼️

            ପ୍ରସନ୍ନ ମଣ୍ଡଳ

କୋଟପଲ୍ଲା, ସିମୋର, ଖୋର୍ଦ୍ଧା

ଓଡ଼ିଆ କବିତା "ଏମିତି ଋପରେ କିଆଁ ଆସୁଛୁ" /

 


ଏମିତି ଋପରେ କିଆଁ ଆସୁଛୁ 

:::::::::::::::::::::::::::::::::::::::::::::::::::::


ରେ ସମୟ.........ରେ ସମୟ....

ଏମିତି ଋପରେ କିଆଁ ଆସୁଛୁ...


କେବେ କାଳ ବଇଶାଖୀ

ବଇରୀ ବତାସୀ ଝଡ

ଅଦିନ ଅଶୁଭ ଲୁହ

ଉଦାସୀ କପୋତୀ ନୀଡ଼

କେବେ ଫଗୁଣ ଅବିର ବାସୁଛୁ

ଏମିତି ଋପରେ କିଆଁ ଆସୁଛୁ.....

ରେ ସମୟ......ରେ ସମୟ (୧)


କେବେ ଭରା ମଉସୁମୀ 

ଶୀତଳ ଶ୍ରାବଣୀ ଧରା

ଗ୍ରୀଷମ ଉତ୍ତାପ ଝାଞ୍ଜି  

ବିଷମ ଡହକ ଖରା

ଯାତନା ଜ୍ୟାମିତି ଅଙ୍କ କଷୁଛୁ

ଏମିତି ଋପରେ କିଆଁ ଆସୁଛୁ....

ରେ ସମୟ.......ରେ ସମୟ (୨)


କେବେ ଯଉଘର ନିଆଁ

ବିରହ ବିଚ୍ଛେଦ ତାତି

କେବେ ମିଳନ ଆସର

ପ୍ରଣୟ ବାସର ରାତି

ଛଳନା ନିଆଁରେ କେବେ ନାଶୁଛୁ 

ଏମିତି ରୂପରେ କିଆଁ ଆସୁଛୁ....

ରେ ସମୟ......ରେ ସମୟ (୩)


କେବେ ସୁନା ତାରକଷି

ଚୁନାଚୁନା ଝରାଫୁଲ

କେବେ ମରଣ ବିଳାପ

ମଶାଣି ର ନିଆଁଝୁଲ

ମାୟା ମରିଚିକା ହୋଇ ଗ୍ରାସୁଛୁ

ଏମିତି ଋପରେ କିଆଁ ଆସୁଛୁ.....

ରେ ସମୟ......ରେ ସମୟ (୪)


ପ୍ରସନ୍ନ ଭାବୁଛି ତୋତେ

ବୁଝିବା ସହଜ ନୁହଁ

ପରଖି ହେଉନି ଭାବ

ନିରେଖି ଦେଖି ତୋ ମୁହଁ

ଏତେ କଷଟିରେ କିଆଁ ଘଷୁଛୁ

ଏମିତି ଋପରେ କିଆଁ ଆସୁଛୁ.....

ରେ ସମୟ......ରେ ସମୟ (୫)


:::::::::::::::::::::::::::::::::::::::::::::::::::::

                   ◼️

             ପ୍ରସନ୍ନ ମଣ୍ଡଳ

  କୋଟପଲ୍ଲା, ସିମୋର, ଖୋର୍ଦ୍ଧା

ଓଡ଼ିଆ କବିତା "ମୋ ଗାଆଁରେ ସଞ୍ଜ" /

 


ମୋ  ଗାଆଁରେ  ସଞ୍ଜ 

🌿🌿🌿🌿🌿🌿


ବେଳ  ବୁଡୁବୁଡୁ

ଦଳଦଳ  ପକ୍ଷୀ

            ବସାକୁ  ଆସନ୍ତି ଫେରି

ଗପ  ଶୁଣିବାକୁ

କୁନା  ମୁନା  ଆସି

         ଆଈକି ଯାଆନ୍ତି  ଘେରି ।                  


ସାହି ଶେଷ ମୁଣ୍ଡ

କାଳିକା  ମନ୍ଦିର

          ଚାନ୍ଦିନୀରେ  ପଡେ ପଟି

କେତେ  ଗୁଲିଗପ

ଇଙ୍ଗିତି  ରହସ୍ୟ

           ସାଙ୍ଗସାଥୀ ଙ୍କର ଖଟି ।


ଚଉରା  ମୂଳରେ

ସଞ୍ଜ ଦୀପ ଜଳେ

             ବଟା ହୁଏ   ମଞ୍ଜୁଆତି

ବଟୁଆ  ଖୋଲିକି

ଅଜା  ସଜାଡନ୍ତି

           ପାନଛେଚା ଗୁଆକାତି ।

          

ଦେଉଳ ବେଢାକୁ         

ଧାଡ଼ି ଲାଗିଯାଏ

             ବାଜେ ଭଳିଭଳି ଗୀତ

ସଞ୍ଜ ହେଉ ହେଉ

ବଢିଯାଏ  ଥଣ୍ଡା

         କୋହଲା ପାଗକୁ ଶୀତ ।


ବୋଉ କରେ ରୁଟି

ସନ୍ତୁଳା  ଡାଲେମା

             ବାପା ସଜାଡନ୍ତି  ଥାକ

ପିଣ୍ଡାତଳ  ଘସି

ମଶାଧୂଆଁ  ସୁଙ୍ଘି

       ନୂଆବୋହୁ ଟେକେ ନାକ ।


ଦୋକାନ ଦୁଆରେ

ସଉଦା ପାଇଁକି

            ବଢିଯାଏ  ଲୋକ ଭିଡ

ଧଳା  ବାଟହୁଡା଼

ଦେଖାଯାଏ ଖାଲି

           ଦିଶେ ନାହିଁ ପଗି ହିଡ ।


ପେଟେ ମଦ ପିଇ

ପଦିଆ  ନାହାକ

          ଗାଆଁମୁଣ୍ଡେ  କରେ ପାଟି

ଭଙ୍ଗା  ଉଠାଚୂଲି

ସଜାଡେ  ଜେଜେମା

        ଝିଙ୍କାରେ  ଲେସିକି ମାଟି ।


ଘଷାହୁଏ  ତେଲ

କଅଁଳ  ଦେହରେ

           ଶୁଭେ  କୁଆଁ କୁଆଁ କାନ୍ଦ

ଘୋଷାଘର  ବୁଢ଼ା

ପୋଷା କୁକୁରଟା

       ପଢେ କେତେ ଚମ୍ପୁ ଛାନ୍ଦ ।


ପଢ଼ିବା  ନାଆଁରେ

ଟିଭି ପାଖେ ବସି

        ମାମା କରେ କେତେ ଆଲି

କାମସାରି  ବାପା

ତା' ସାଙ୍ଗରେ ବସି

            ସଜାଡନ୍ତି  ଲୁଡୁ ପାଲି ।


ସଜହୁଏ  ବଧି

ଡିବି  ନଲଠଣ

          ଜେଜେଙ୍କ  ମଶାରୀ ଖଟ

ସଞହେଲେ  ଏଠି

ଘରେ ଘରେ ଚାଲେ

         ଏମିତିକା  କେତେ ନାଟ ।


ମୋ ଗାଆଁରେ ସଞ୍ଜ 

ବିତେଇଛି  ଯିଏ

             ବୁଝିଛି  ତାହାର ଭେଦ

ନକହୁ  ପଛକେ

ମୋ ଗାଆଁର କଥା

         ଗୀତା  ଭାଗବତ ବେଦ ।


................................................

            ପ୍ରସନ୍ନ  ମଣ୍ଡଳ

         କୋଟପଲ୍ଲା, ଖୋର୍ଦ୍ଧା

I’M THE TREE SPEAKING…..


I’M THE TREE SPEAKING…..

 

I ‘ve ever been a spring of inspirations

Whether it’s the Summer or it’s the Rains;

Nonetheless, alas, the strangest creature called Man

Never feels my heart’s language, and its incisive pain!

 

Alas! I do drink toxins at dark nights,

Albeit, I offer life’s elixir during days’ lights,

Still, the hypocritical man slays us and as balloons boasts

Just as a wild lion kills deer; a tiger buffalos and a bear goats!

 

Alas! Shamelessly he forgets my selfless service

He ever ignores the environmentalists’ noble advice;

Maddened by material rise, he looks down upon my role

And sharpens the axes on the sole of insanity to end his soul!

 

Alas! Without a drop of mercy, he mutilates us and fells us

So that he can burn us as fuels, and make a million types of furniture;

He can erect mansions to live in, and build roads for train, tram and bus

He can create new towns, cities and markets for progress and rapture!

 

Alas! He torments his kind benefactor from dawn till dawn,

He pollutes lands, water and air by urbanizations and industrializations

He will soon pant for them in vain, for he invites sunstrokes and cyclones

And he chops his liver, and prepares his death bed with his hands own!

 

Hark! O the wisest fool on earth, do stop culling us anymore like chickens,

For the smooth cycles of the seasons with needful sun, shades and rains ,

To keep pollution giants at bay and live life free from diseases and pains,

Else, God’s creation will anon end, and convicted of murder you’ll be in chains!

 

N.B. – The above poem is the English version of an Odia poem “MU GACHHA KAHUCHHI” written by Mr. Prasanna Mandal, Kotpala, Khorda,  Odisha, India

Copyright: Dr. Shankar D Mishra 28.02.2023

Monday, 27 February 2023

ଓଡ଼ିଆ କବିତା "ସପନ ହାତରେ ଚିଠି ଟିଏ ଦେଲି l" ଓ ଅନ୍ୟାନ୍ୟ କବିତା / TRANSLATED POEM "HANDED OVER A LETTER TO DREAM."

 







ମୋନାଲିସା
-----------
ତମେ ଦେଇଥିବା ସବୁ ସ୍ମୃତି ଏବେ 
ସାଇତା ମୋ ଛାତି ତଳେ,
ନିଶାର୍ଦ୍ଧରେ ଲେଖା ଚିଠି ଯେତେସବୁ 
ଅଧା ଭିଜା ଆଖି ଜଳେ,
ଭାବୁଛି ତମରି କଥା,
ତମେ ମୋନାଲିସା କେଉଁଠି ରହିଲ 
ଦେଇ ମୋ ହୃଦୟେ ବ୍ୟଥା ?? ।।୦।।

ପ୍ରେମ ବୋଲି ଦିନେ ଯାହା ଦେଲ ତମେ,
ସାଉଁଟି ନେଲି ମୋ କୋଳେ,
ଏବେ ମୁଁ ଜଳୁଛି ପ୍ରେମ ନାମେ ସଦା
ପ୍ରତାରଣା ଦାବାନଳେ,
ଏ କି ଥିଲା ଆମ କଥା ??
ତମେ ମୋନାଲିସା କେଉଁଠି ରହିଲ
ଦେଇ ମୋ ହୃଦୟେ ବ୍ୟଥା ?? ।।୧।।

ଚମ୍ପକ ବରନା ଆଗୋ ପ୍ରିୟତମା
ବାସ୍ନାରେ ମୁଁ ମତୁଆଲା,
ପ୍ରିତିର ମଦିରା ତମ ସ୍ମିତ ହସ
ଓଠେ ମୋ କାମନା ପ୍ୟାଲା,
ନିଶାରେ ଘୁରୁଛି ମଥା,
ତମେ ମୋନାଲିସା କେଉଁଠି ରହିଲ
ଦେଇ ମୋ ହୃଦୟେ ବ୍ୟଥା ?? ।।୨।।

କୁହାଯାଏ ପରା ଯେଉଁ ଠାରେ ପ୍ରେମ
ସେଠି ଥାଏ ସମର୍ପଣ,
ହାରିବା ଜିତିବା ନଥାଏ ତ ଜମା
ଥାଏ ଖାଲି ବଳିଦାନ,
ଏବେ କିନ୍ତୁ ସବୁ ମିଥ୍ୟା
ତମେ ମୋନାଲିସା କେଉଁଠି ରହିଲ
ଦେଇ ମୋ ହୃଦୟେ ବ୍ୟଥା ?? ।।୩।।

ଏବେ ତମେ କାହା ଘରର ଘରଣୀ
ପାଟ ଓଢଣୀ ମଥାରେ,
ସକାଳ ଆଳତି ହାତେ ସଞ୍ଜବତୀ 
ଜାଳୁଛ କାହା ହତାରେ,
ଏଇ ଆମ ପ୍ରିତି ଗାଥା
ତମେ ମୋନାଲିସା କେଉଁଠି ରହିଲ
ଦେଇ ମୋ ହୃଦୟେ ବ୍ୟଥା ?? ।।୪।।

// ବିଦେଶୀ ନାୟକ, ବର୍ଣ୍ଣାଳୀ , ଦାରିଙ୍ଗବାଡି, କନ୍ଧମାଳ //
!! ୯୪୩୯୪୩୪୯୮୦/୬୩୭୧୫୮୭୫୬୨ !!

HARK! O MONA LISA

Hark! O Mona Lisa, all the memories gifted by you,
Are treasured as valuables under my bosom awake and sincere,
The missives written at midnights are half drenched by warm tear,
Mona Lisa, where you are now, leaving my heart bleeding, may I ask you?

O Mona Lisa! How much gay was I the day you bestowed upon me
Your so called rare Love! But, I'm charred now by the fire of your betrayal!
Where's your Love bird that once asserted, "I am yours only unique and new."
What forced you, do tell Mona Lisa, to leave my heart wounded, I ask you.

O Mona Lisa! The Champak incense of love has maddened me,
The Rhenish wine of love and the smiles of your lips have intoxicated me,
But, where's your Love bird that once sang, "I'm only yours unique and new."
And what forced you, do tell Mona Lisa, to leave my heart wounded, I ask you.

O Mona Lisa! It's widely said, "Where there is Love, there is Surrender,
There arises not the question of of win and victory, but Sacrifice matters more."
But, you, along with your unique love bird have proved this adage wrong,
Do tell Mona Lisa, what compelled you to leave your life's Hero unsung?

O Mona Lisa! Now you a veiled golden Queen to a hailed Monarch,
Whom you love and care from dawn to dusk as a sweetiful plant in your life's park;
Such was our love tale of the yesteryears, but why is cursed my Love pure?
And, why are you now a garland around other 's neck that cuts me as a shear?


N.B. – The above poem is the English version of an Odia poem “MONA LISA” written by Bideshi Nayak and posted on his Facebook Timeline.

Copyright: Dr. Shankar D Mishra, Bhubaneswar, Odisha, India 01.03.2023





HANDED OVER A LETTER TO DREAM.

 

After long parleys with the dream,

I handed over a letter to him

With an assurance that at any rate

He would keep the epistle a top secret.

But, alas, I was soon put to shame,

Because, the dream disclosed to all my name!

 

Nothing else, dear but a missive of love

Meant for none other than you in the globe;

But, the reliable betrayer made that public,

Thus, I was pushed to embarrassment chronic -

It’s without doubt that I am presently so bewildered,

That I’m unable to hit upon any idea fail-safe and concrete

Regarding what to do and how to face the inquiring world!

In fact, I wouldn’t have loved had I known about the end, Sweety.


N.B. – The above poem is the English version of an Odia poem “SAPANA HATARE CHITHITIE DELI” written by Mrs. Shanti Mishra, a facebook friend.

Copyright: Dr. Shankar D Mishra, Bhubaneswar, Odisha, India 01.03.2023

ମୋ ମ୍ଳାନ ମୁହୂର୍ତ୍ତର ମୂଲ୍ୟାଙ୍କନ
--------------------------

ତୁମବିନା ପ୍ରୀୟା ଚାଲିବା ଜାଣିନି
                           ତୁମେତ ପଡିଲ ଥକି
କେମିତି ଚାଲିବି ଆୟୁଷ ଅନ୍ଧାରେ
                            ଅଛି ଯେତେବାଟ ବାକି ?

ବହୁ କଳପନା ଅନେକ ସପନ
                            ବାଛିଛି ଯା' ଆଜି ଯାଏ
ମୋର ଚିନ୍ତନର ପ୍ରତିଟି ଛକରେ
                             ତୁମେ ବସିଥାଅ ପାଏ
ଆଗକୁ ବିଭୋରେ ଚାଲିବି ଚାହୁଁଛି
                              ତୁମେ କିଆଁ ଯାଅ ରୁକି

ଅବାରୀତ ପରା ଆଗେଇବା ଧାରା
                               ସମୟର ସରଣିରେ
କଥାଦେଇ ଥକି ବସିଲ କାହିଁକି
                                ଅପାରଗେ ଧରଣୀରେ
କାନ୍ଧେ ବୋହି ନେବି କହିଲି ତଥାପି
                                 ପ୍ରତିଜ୍ଞାକୁ ଦେଲ ଠକି

ଅଭୟ କାନ୍ତ ମହାନ୍ତି, ଫେସବୂକ

AN EVALUATION OF MY GLOOMY MOMENT

O my beloved! I know not, indeed, how to walk without you,
But, alas, you've grown fatigued and tired without expectation
Much before I reach the summits! Do tell me  how to trudge alone
Life's darkest paths, where no other reliable guide comes to view!

O my beloved! You've till date been a part integral and inseparable 
Of all my imaginations and dreams sweet, beautiful and incalculable;
And you are ever found seated as the loyal, sincere and relevant shadow,
In my life's every bus bay just to lead me with your beacon how to smoothly go!

O my beloved! It grieves me to see your snail like speed when time paces fast,
What pricks you to stop although you had vowed to travel with me till last,
Notwithstanding, I assured you to stand by you and shoulder till the night fell
But, you deceived and left me alone to grope 
ringing untimely your goodbye knell!

N. B. This poem is based on an Odia poem, posted on his Facebook Timeline "MO MLANA MUHURTA RA MULYANKANA" written by Abhayakanta Mohanty.

Copyright: Dr. Shankar D Mishra, Bhubaneswar, Odisha, India 01.03.2023




THE NOTEBOOK OF LIFE
 
Oh! In the notebook of life, wrote I down
All the accounts of my triumphs and defeats
Soon after the outcome of every fight;
But, the pages or Time has been so tatty and worn
That the more I cast my look in the broad day light
The less the words come to my seeking sight!
 
Oh! The margin lines of my age
Are almost on the verge of deletion;
The cover of my hope and aspiration
Have already started to slip off!
The grip pins of principles have been stained
The rigid grimes of cares have gradually gained!
 
Oh! The letters in the list that contained
The minute details of my incomes and expenditures
Almost illegible is the calculations of my tears and laughters;
 The statistics of the capitals, additions and subtractions
The actual value and relevance of emotions
Of that moment almost at present drained!
 
Oh! Once the pages are unstitched and littered
One by one on the floor of seventh stage
The lines of life will be completely obliterated;
None can tell the schedule of timings, and days
Of my meetings and with whom was slated!
 
 
N.B. – The above poem is the English version of an Odia poem “JEEBAN KHATA” written by Mr. Prasanna Mandal, Kotpala, Khorda, Odisha, India
 
Copyright: Dr. Shankar D Mishra 27.02.2023

Sunday, 26 February 2023

ସଂଜୁ ଆପଟଙ୍କ ଓଡ଼ିଆ କବିତା "ସାମାନ୍ୟ ମଣିଷଟେ ମୁଁ " / TRANSLATED POEM "I'M JUST AN ORDINARY MAN."





   

     I’M JUST AN ORDINARY PERSON.


No, I'm not the Earth. Then how can I bear with the intolerable pains,

That've been suppressed, since long, beneath my bruised and bleeding bosoms?

Alas! It’s something more like adding combustible fuels to the fiery fire,

Where the so called kith and kin deal with more coldly and callously than aliens!

 

No, I'm not at all a tree laden with sweet and succulent fruits,

 Then, how can I bear being pelted, for I’m only an ordinary person?

And how can I take on the worrisome burdens of the world,

For, my impoverished and infirm shoulders easily give in and groan?


No, I'm not so much adorable as a soft and coveted night Jasmine,

For, I am not blessed with its spell binding elegance and fragrance? 

I’m just a sombre and tedious Palash, sadly devoid of Rose's lustre,

Say, how can I spray around any enchanting and enlivening incense?


No, I’m neither the spacious sky nor gifted with its vastness and grandeur,

Then, how can I stretch myself so much that I can surround the entire Earth?

Yes, I’m endowed with a little warm, caring and affable Pallu,

So that I can use it to bind with love and affinity to eject mirth.

 

N.B. – The above poem is the English version of an Odia poem “SAMAANYA MANISATE MU” written by Mrs. Ranju Apat, Kamand, Keonjhar, Odisha, India

Copyright: Dr. Shankar D Mishra 27.02.2023

YES, BHARAT IS SOMETHING MORE…….



YES, BHARAT IS SOMETHING MORE…….

 

Yes, Bharat is not just a piece of land with a geographical identity –

Bharat is a home to Sanths, Sadhus, Munis, Rishis and Yogis.

Bharat is a home of love, affinity, positivity, fraternity and spirituality.

Bharat is a home to humanity, empathy, pity and all divine qualities. 

 

Yes, Bharat is not just a piece of land with a geographical identity –

Bharat is a model of kindness, respect, obedience and gratefulness.

Bharat is an emblem of patience, tolerance, co-operation and piety.

Bharat is a paragon of modesty, nobility, humility and truthfulness.

 

Yes, Bharat is not just a piece of land with a geographical identity –

Bharat is an inspiration to consider the whole world a single family.

Bharat is a motivation to practice peace, non-violence and purity.

Bharat is stimulation to live and let others live cordially and jovially.

 

Yes, Bharat is something more than just a piece of land with a geographical identity –

Bharat is Kali Yug’s heaven, Virtue Incarnate and symbolizes Immortality and Eternity…..

Copyright: Dr. Shankar D Mishra, 26.02.2023

Image Courtesy: Google 

Saturday, 25 February 2023

ଓଡ଼ିଆ କବିତା "କାହାଠୁ କଣ ଶିଖିବା?" / ENGLISH VERSION "WHAT DO THEY TEACH US?"

 


WHAT DO THEY TEACH US?


What does a dog teach us all?

We should listen to our Master and respond to his call.

We should ever be vigilant not to let him fall.

We should ever prove to him obedient, sincere and loyal.

 

What does an ant teach all of us?

We should ever be disciplined and industrious.

We should never be dampened by any frustrating test.

Under the trying conditions, we must needs exert our best.

 

What does a bee teach us, tell?

We must find out where our success nectar does dwell.

We must patiently fly from blossom to blossom without fail

Lest we should lag behind to collect the sweet honey-jewel.

 

What does a bee teach us, who can tell?

We must ever be punctual throughout the year.

We must be alert and accurate while walking on the time’s rail.

We must ever remember, ‘A shirker of duty is bound to go to hell.’ (3)

 

What does a parrot teach us without ambiguity?

We must plough our brain fields deeper for more impressive yields.

We must love to labour and yearn to learn to be adorned with win-gilds,

For honest toil breeds value, and sans it all other possessions equal futility.

 

What does a koyel teach us with its sweet tone and dark skin?

Sensible eyes lead to ecstasy while  gullible ones prone to sin.

So, we must stress emphasis on internal Beauty that lasts till eternity.

We must measure the worth of a thing not by its look but by its utility.

 

What does the vast sky teach us with its benign, protective hood?

We must come to be of some use for all with our contributions good.

We must prefer to give to take like most of the Nature’s benefactors.

We must leave the earth habitable for the succeeding unborn actors.

 

What does a black and harsh crow teach us every morn?

We must not wait for the reminders to accomplish our assignments.

We must keep our surroundings clean without a slight hesitation.

We must maintain a selfless unity, and save others from predicaments.

 

What does a tree – the Nature’s liver, teach its ingrate beneficiaries?

We must start to extract prosperity-oxygen from the adversity-carbon dioxide.

Harmed, we must avoid harming anyone, and give up disloyalty, cruelty and pride.

We must be useful to the society during life as well as after death like the trees.

 

What do the rivers, seas and the big hearted oceans teach us to practise?

We must flow like them to quench the throats parched or the roots dry.

We must never be narrow minded, greedy and think of our gains selfish.

We must be broad, benevolent and bountiful, or will like dead leaves lie.

 

And what does soil teach us, the sane fools, at last?

We must be as great as She is and must follow Her steps holy and laudable.

We must retain the rare quality to turn the dry deserts into lush fields fast.

We can, so that, make our birth meaningful and our deeds unforgettable.

 

must needs - must necessarily

N.B. – The above poem is inspired by an Odia poem “KAHATHU KAN SHIKHIBA?” written by Mr. Kanhu Charan Mishra, Tangi, Khorda,  Odisha, India, published in the E-Journal “SUNA KULEI” in the January Issue, 2022.

Copyright: Dr. Shankar D Mishra, Bhubaneswar, Odisha, India 26.02.2023