Sunday 19 February 2023

ମହାଶିବ ରାତ୍ରି ର ଅର୍ଥ

 ମହାଶିବରାତ୍ରି


 ଶିବ ରାତ୍ରି ର ଅର୍ଥ କଣ ?

➖➖➖➖➖➖➖➖

 ଦେବାଧି ଦେବ ମହାଦେବ ଏକ ଏପରି ଦେବତା ଯାହାଙ୍କୁ କି ଦେବ ଦୈତ୍ୟ ରାକ୍ଷଷ ଗନ୍ଧର୍ବ କିନ୍ନର ଠୁ ନେଇ ମାନବ ଯାଏଁ ସଭିଁଏ ପୁଜା ଓ ଭକ୍ତି କରନ୍ତି . 


 ଶିବ ରାତ୍ରି ର ଅର୍ଥ ଶିବ ଙ୍କ ଉଦେଶ୍ୟ ରେ ରାତିଟିଏ ଉଜାଗର .

 

ପ୍ରତିବର୍ଷକରେ ୧୨ଟି ଶିବରାତ୍ରି ପଡେ . କିନ୍ତୁ ଫାଲ୍ଗୁନ ମାସ ର କୃଷ୍ଣ ପକ୍ଷ ରେ ଯେଉଁ ଚତୁର୍ଦଶୀ ପଡେ ତାହାକୁ ମହାଶିବ ରାତ୍ରି କୁହାଯାଏ . 


 ମହାଶିବ ରାତ୍ରି କାହିଁକି ପାଳନ କରାଯାଏ ?

➖➖➖➖➖➖➖➖➖➖➖➖


☆ ମହାଶିବରାତ୍ରି ଓ ଜାଗର ଭିନ୍ନ ଭିନ୍ନ ବହୁ କିମ୍ବଦନ୍ତି ରହିଛି-


 ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦଶୀ ତିଥିରେ ଦେବାଧିଦେବ ମହାଦେବ ବହୁ ପୁର୍ବରୁ ତପସ୍ୟା ରତ ପ୍ରାୟ ୧୪ ହଜାର ବର୍ଷ ତପସ୍ୟା ପରେ ପ୍ରସନ୍ନ ହୋଇ ମହାଦେବ ମାତା ପାର୍ବତି ଙ୍କୁ ବିବାହ କରିଥିଲେ .ଏହି ବୈବାହିକ ସମାରୋହ ରେ ବହୁ ଦେବାଦେବି ସମେତ ସମସ୍ତ ଯକ୍ଷ ,କିନ୍ନର ,ରାକ୍ଷସ ମାନେ ଯୋଗଦେଇ ଚତ୍ତୁର୍ପାଶ୍ବରେ ଆଲୋକ ଦୀପ ଜାଳି ସାରାରାତି ବିବାହ ର କର୍ମ ସମାପନ କରିଥିଲେ . ତେଣୁ ଜୀବ ଲୋକ ରେ ଆଜିବି ଫାଲ୍ଗୁନ କୃଷ୍ଣପକ୍ଷ ଚତୁର୍ଦଶୀ ରେ ଲୋକ ରାତି ରେ ଜାଗ ର ରହି ପ୍ରଭୁଙ୍କ ବାହାଘର ର ଉପୋଭଗ କରନ୍ତି.


ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦଶୀ ରେ ଦେବାଧିଦେବ ମହାଦେବ ତାଣ୍ଡବ ନୃତ୍ୟ କରିଥିଲେ . ଯାହାଫଳରେ ସମଗ୍ର ସୌର ମଣ୍ଡଳ ଓ ଜୀବଜଗତ ଧ୍ବଂସ ହେବାଭିମୁଖି ପରିସ୍ଥିତି ହୋଇଥିଲା ଏହି ସମୟ ରେ ସମସ୍ତ ଦେବ ଙ୍କ ଠୁ ନେଇ ଗନ୍ଧର୍ବ ଯକ୍ଷ ରାକ୍ଷାସ ସବୁ ମିଳିତ ଭାବ ରେ ଦୀପ ପ୍ରଜ୍ବଳନ କରି ପ୍ରାଥନା ପୁର୍ବକ ମହାଦେବ ଙ୍କୁ ସନ୍ତୁଷ୍ଟ କରିଥିଲେ . ତେଣୁ ଏହି ଦିନ ରାତ୍ରି ରେ ଜାଗର ରହି ପ୍ରଦିପ ପ୍ରଜ୍ବଳନ କରାଯାଏ.

 

● ସମୁଦ୍ର ମନ୍ଥନ ସମୟ ରେ ଯେତେ ମୁଲ୍ୟବାନ ପ୍ରଦାର୍ଥ ଜାତ ହେଲା ସବୁ ଦେବତା ଓ ଅସୁର ମାନେ ବାଣ୍ଟି ବାକୁ ସ୍ଥିର କଲେ .ମହାଲକ୍ଷ୍ମି , ଚନ୍ଦ୍ର, ଓ ଏୈରାବତ ହସ୍ତି ପରି ବହୁ ମୁଲ୍ୟବାନ ପଦାର୍ଥ ଦେବତା ମାନେ ରଖିଲେ . ଦାନବ କୁଳ ବି କିଛି ମୁଲ୍ୟବାନ ପଦାର୍ଥ ପାଇଲେ . ଶେଷରେ ଏକ ମହା ହଳାହଳ ବିଷ କଳସ ବାହାରିଲା . ଯାହାକି ସମଗ୍ର ଜଗତ କୁ ନଷ୍ଟ କରିବାର କ୍ଷମତା ଥିଲା ସେହି ବିଷ ଗୋଟିଏ ବୁନ୍ଦା ର .


କୌଣସି ଦେବତା କି ଦାନବ ବୀଷ ଗ୍ରହଣ କରିବା କୁ ରାଜିହେଲେନି . ସମସ୍ତେ ମିଳିତ ଭାବରେ ମହାଦେବ ଙ୍କୁ ସ୍ମମରଣ କଲେ . ସେ ତ ଭୋଳାଶଙ୍କର . ଭକ୍ତଙ୍କ ଆତୁର ସହିନପାରି ଦେବାଧିଦେବ ଅଷ୍ଟଯୋଗାଧିପତି ମହା ମୃତ୍ୟୁଞ୍ଜୟ ଭଳାଶଙ୍କର ସେହା ହଳାହଳ ବିଷ କୁ ପାନ କରିଦେଲେ ଏବଂ ବିଷ ର ପ୍ରକୋପ ଏତେ ଥିଲା ଯେ ମହାଦେବ ମୁର୍ଛିତ ହୋଇଗଲେ . ମହାଦେବୀ ଆଦିଶକ୍ତି ମାତା ପାର୍ବତି ଏହା ଦେଖି ଦୌଡି ଆସି ପ୍ରଭୁଙ୍କୁ ତୋଳି ଧରିଲେ . ବିଷ ଯେମିତି ପେଟକୁ ନ ଜିବ ସେଥିପାଇଁ ସେ ଦୁଇ ହାତରେ ଶିବ ଙ୍କ ଗଳା କୁ ଯାବୁଡି ଧରିଲେ ଯାହାଫଳରେ କଣ୍ଠ ଦେଶରେ ବିଷ ଅଟକି ରହିଲା ମହା ଦେବ ଙ୍କ ଅନ୍ୟନାମ " ବିଷକଣ୍ଠ" ନାମକରଣ ହେଲା . ବିଷ କଣ୍ଠ ଦେଶରେ ରହିବା ଫଳରେ କଣ୍ଠ ନୀଳ ପଡିଗଲା ତେଣୁ ପ୍ରଭୁଙ୍କ ଅନ୍ୟୟନାମ " ନୀଳକଣ୍ଠ " ନାମିତ ହେଲା . 


 ବିଷ ମଧ୍ୟ କଣ୍ଠ ଦେଶରେ ଥାଇ ଶିବ ଙ୍କ ଉଦର କୁ ଯେତେବେଳେ ଦେଖିଲା ସମଗ୍ର ବ୍ରହ୍ମାଣ୍ଡ ଞ୍କାନ ,ବିଞ୍କାନ ମହାଦେବଙ୍କ ଉଦର ରେ ଅବସ୍ଥିତ ବିଷ ଆବାକ ହୋଇଗଲା ବିଷ ଭାବିଲା ମୁ ମୋର ଅପକର୍ମ ପାଇଁ ଏ ଅଭିଶପ୍ତ ଜୀବନ ପାଇଛି କିନ୍ତୁ ମହାଦେବ ଙ୍କ ଉଦରକୁ (ପେଟକୁ) ଯାଇ ସମଗ୍ର ଜଗତକୁ ଆଉ ନଷ୍ଟ କରି ଅଧିକା ପାପ କରିବିନି ଭାବି ମହାଦେବ ଙ୍କ କଣ୍ଠ ରେ ଅଟକି ଗଲା...


ବିଷ ର ଜ୍ବଳା କୁ ଶାନ୍ତ କରିବା ପାଇଁ ମଣିନାଗ ମହାଦେବ ଙ୍କ ଗଳା ରେ ଗୋଡେଇ ହୋଇ ରହିଲେ " ସର୍ପେସ୍ବର " ନାମକରଣ ହେଲା . ସର୍ପ ଗଳା ରେ ରହିବା ଫଳରେ ସାମାନ୍ୟ ଶିତଳ ଅନୁଭବ କଲେ ମହାଦେବ ନାମ " ଶିତକଣ୍ଠ " ନାମିତ ହେଲେ....


 ମହାଦେବ ଙ୍କୁ ଶୀତଳ ପ୍ରଦାନ ପାଇଁ ଚନ୍ଦ୍ରମା କୁ ମସ୍ତକ ରେ ଧାରଣ କଲେ . ନାମ " ଚନ୍ଦ୍ର କଳ୍ପେଶ୍ବର " ନାମକରଣ ହେଲା ପରେ ଗଙ୍ଗା ମାତା ଶିବ ଙ୍କ ମସ୍ତକରେ ରହିଲେ"ଗଙ୍ଗାଧରେଶ୍ବର" ନାମ କରଣ ହେଲା....


ମହାଦେବ ଙ୍କୁ ଶିତଳ ଲାଗିଲା ବିଷ ର ଜ୍ବଳା କମିଲା ମହାଦେବ ଙ୍କ ଆରଗ୍ୟ କାମନା ପାଇଁ ଦେବ ଠୁ ଦାନବ ଯାଏ ସବୁ ପ୍ରଦିପ ପ୍ରଜ୍ବଳନ କରି ମହାହେବ ଙ୍କ ଚେତା ଆସିବା ଯାଏ ଜଗି ରହିଥିଲେ . 

 


☆ ମହାଦେବ ଙ୍କ ପୁଜା ନିମନ୍ତେ ଦ୍ରବ୍ୟ :-

➖➖➖➖➖➖➖➖➖➖➖

● ମହାଦେବ ଙ୍କ ଶିତଳତା ନିମନ୍ତେ - ଜଳ ,ପଇଡ ଜଳ , କ୍ଷୀର ,ମହୁ ,ଦହି , ଆଖୁରସ , ମିଶ୍ରୀ , ଘିଅ ,ବେଲ ପତ୍ର , ପାଚିଳା ଫଳ ଆଦି ଶିବ ଙ୍କୁ ଅର୍ପଣ କରିବା ଉଚିତ୍ . ଯାହା ଫଳରେ ମହାଦେବ ସନ୍ତୋଷ ହୋଇ ବହୁ ଆଶ୍ରୀବାଦ ଫଳ ଦିଅନ୍ତି .

● ମହାଦେବ ଜନ୍ମ ମ୍ରୁତ୍ୟୁ ଓ ଭାଗ୍ୟ ବୈରାଗ୍ୟ ଓ ଅସାଧ୍ୟ କୁ ସାଧ୍ୟ କରାଇବା ଦେବତା . ଭାଗ୍ୟ ରେ ନଥିଲେ ମଧ୍ୟ ଯେ ଫଳ ପ୍ରଦାନ କରନ୍ତି ସେ ହେଉଛନ୍ତି ଭୋଳାନାଥ .


☆ କେଉଁ ପୁଷ୍ପ ରେ ପୁଜାକରିବା ଉଚ୍ଚିତ୍

➖➖➖➖➖➖➖➖➖➖➖➖

 ● ମହା ଶିବ ରାତ୍ରି ରେ ମହାଦେବ ଙ୍କୁ 

ଦୁଦୁରା, ଗୟସ, ଚମ୍ପା, କଇଁ, ଶ୍ବେତ ଅରଖ, ଏବଂ ଯେ କୌଣସି ଧଳା ରଙ୍ଗ ର ପୁଷ୍ପ ମହାଦେବ ଙ୍କ ପୁଜା ରେ ଲାଗିବ 


☆ କେଉଁ ରଂଗ ର ପୋଷାକ ପିନ୍ଧିବା ଉଚିତ୍

➖➖➖➖➖➖➖➖➖➖➖➖

● ମହାଦେବ ଙ୍କ ପ୍ରିୟ ରଂଗ ସବୁଜ , ଲାଲ୍ , ହଳଦିଆ ,ନାରଙ୍ଗୀ , ଧଳା ,ଗୋଲାପି ଆଦି ରଙ୍ଗ ର ପୋଷାକ ପରିଧାନ କରିବା ଉଚିତ୍ .


☆ କେଉଁ ମନ୍ତ୍ର ରେ ଜଳ ଦାନ କରିବା ଉଚିତ୍ 

➖➖➖➖➖➖➖➖➖➖➖➖

● ମହା ମ୍ରୁତ୍ୟୁଞ୍ଜୟ ମନ୍ତ୍ର ରେ ଜଳଦାନ.

● ଓଁ ନମଃ ଶିବାୟ ମନ୍ତ୍ର ଜପ .

● ରୁଦ୍ର ଗାୟତ୍ରି ମନ୍ତ୍ର ପାଠ . 

● ଶିବ ଦ୍ବାଦଶ ନାମ ଜପ 

● ଦ୍ବାଦଶ ଜ୍ୟୋତିଲିଙ୍ଗ ମନ୍ତ୍ର ଜପ .

No comments:

Post a Comment