ନିରବତାର ଭାଷା
ଶବ୍ଦ ସହ ମିଛି ମିଛିକା ଖେଳ
ଖୁବ ହେଲା
ମୁଁ ତା ସଙ୍ଗେ ଲୁଚକାଳି ଖେଳି
ଖୁବ ହେଲିଣି ଘାଇଲା
ମୋ ହୃଦୟର କ୍ଷତ ଦେହରୁ ଏବେ
ରକ୍ତ ନୁହେଁ ଶବ୍ଦ ଝରୁଛି.
ଏବେ ଅକ୍ତିଆର କରିବାକୁ ହେବ
ନୀରବତାର ଭାଷାକୁ
ରାସ୍ତା ଉପରେ ଆଉ ଶବ୍ଦର ବୋମା
ବର୍ଷାଇ ଲାଭ କଣ
ଶବ୍ଦର ବାଣ ତ ସବୁଠି
ଢ଼ୋ ଢା ହେଇ ତାଳ ଫୋଟକା ଭଳି
ଫୁଟୁଛି.
କେଜାଣି କାହିଁକି ମୋର
ସବୁ କବିତାର ଧାଡି ଆସେ
ମୋ ପ୍ରିୟତମ ସ୍କୁଟି ଉପରେ
ଯୋଉଠି ମୁଁ ଲେଖିବାକୁ ଥିବି ନାଚାର
ଆସୁଥିବ ଶବ୍ଦ ସବୁ ମନକୁ ମନ
ଧାଡି କି ଧାଡି
ଆଉ ମୁଁ ଯାଉଥିବି ଅନ୍ୟ ମନସ୍କ
ଆଗକୁ ମାଡି
ମୋତେ ଛେକିବ ସେ କାଳୀ
ଟ୍ରାଫିକ ବାଲି ହାତ ମାରି
ଛେ ବେକାର ଗଲା ସବୁ ଆଜି
ଯେତେ ସବୁ ମୂଲ୍ୟବାନ
ଅନ୍ୟମନସ୍କତା.
ଆଜି ଗୋଟେ ଗଛକୁ ଆଉଜି
ତାର ସକାଳୁଆ କଅଁଳିଆ ଛାଇରେ
କବିତାଟିଏ ଲେଖିଦେବାକୁ
ଭାରୀ ଜୋର ଇଛା ହେଉଛି
ଅନେକ ଦିନ ପରେ ବୋଧେ
ଏକ ଅଦିନିଆ ମେଘ ରୁ
କେଇ ବୁନ୍ଦା ବର୍ଷା ଥିପୁଛି
ନଈଟିଏ ବାଡ଼ ବତା ନ ମାନି
ଆଗକୁ ଡେଇଁ
ଚାଲିଛି
କାଲି ରାତିରେ କେହି ଶୁଣିଛ
ଶୀତରେ ଠୂର ଠୂରେଇଲା ବେଳେ
ରେଲୱେ ପ୍ଲାଟ ଫର୍ମରେ ବୁଢ଼ୀ
ଭିକାରୁଣୀର ସେ ଓଠ ଥରା ଗୀତ
ଆଜି ସକାଳୁ ବିକାଶ ସ୍କୁଲର
ପିଲା ଭର୍ତି ବସର ସେ ଉଲ୍ଲାସଭରା
ସଂଗୀତ
ବୋଧେ ନାଁ
ସେ ସବୁ
କବିତା ନ
ଥିଲା.
ହଁ ମୁଁ ବି ଖୁବ ବିଡବିଡାଉ ଥିଲି
ରାତି ସାରା ଅନିଦ୍ରାରେ
ଯାକୁ ଉତାରି
ପାରି ନ
ଥିଲି କବିତାରେ.
ମୋର ଏବେ ବି ମନେ ଅଛି ସେ ଛଟପଟ
ଯାହା ପ୍ରତି ମୁହୂର୍ତ୍ତରେ ମୋ ହୃଦୟକୁ
ବିଦାରୁଥିଲା ରକ୍ତାକ୍ତ କରୁଥିଲା
ମୋ ରକ୍ତ ମାଗୁଥିଲା ଶବ୍ଦ
ମୋ କ୍ଷତକୁ ଆଉଁସିବାକୁ
କେହି ନ ଥିଲେ
କେବଳ ଆକାଶ ଭର୍ତ୍ତୀ ଅପହଂଚ
ତାରା ମାନଙ୍କ ଛଡ଼ା.
ଛାଡ଼ ଲେଖାଲେଖି କରି
ଅଧିକ ଟା କଣ ମିଳୁଛି
କେବଳ କ୍ଷତ ଛଡ଼ା
ଦୁଃଖ ଛଡ଼ା
ଆଉ ବେଶୀ ଦୁଃଖରେ ଘାଣ୍ଟି
ହେବାର ନାହିଁ
ଏବେ ମୋତେ ନୀରବ ରହିବାକୁ ହେବ
ଅକ୍ତିଆର କରିବାକୁହେବ
ନିରବତା ର
ଭାଷା.
ରୋହିତ କୁମାର ଦାଶ
ବଦ୍ରି ପ୍ରସାଦ ଆପାର୍ଟମେଣ୍ଟ
ଡି 210, ବରଗଡ଼
THE LANGUAGE OF
SILENCE
Oh!
It’s enough.
Too
many pretentious plays with the language!
I’m
much tired of playing hide and seek with her.
Instead
of blood, now bleed words
From
the unobtrusive wounds of my heart….!
Now, I must master the art,
How to speak the language of silence.
It’s futile to rain the word bombs on roads.
Lo! The deafening crackers of words are exploding all around.
It’s
strange indeed!
The
lines of all my poems start
While I'm on my beloved scooty,
Leaving
me helpless and enjoying sadistically,
Spontaneously
the words as the swarm of busy ants,
Lines
after lines come to me in a strict discipline,
And
I would be moving along absent minded
Alas!
Went in vain all my invaluable absentmindedness
For,
the dark skinned traffic lady police,
To stop
me from proceeding ahead
With
her distracting gesture stole my musings,
And
my mind was a hollow, useless cell!
This morning thoughts remembered me again
So, leaning against a huge tree,
In its gentle morning shade
I was irresistibly enthused enough to pen a poem;
Oh! After eons, perhaps a dry, thirsty river
Started rushing ahead blindly and proudly
Being fed with a few drops of rain
From an unseasonal passing shower!
Did anyone hear last night,
The song of an old woman on trembling lips
On the railway platform
In the spine shivering and freezing chill;
And the animated music of the school children
Sung in a chorus inside the Vikash school bus?
Perhaps, they were not poems at all.
Yes, I too was beating about the bushes
Throughout the sleepless night
For, I was unable to give voice to a poem with my words!
I still remember that unbearable pain
That was piercing my heart like an arrow
And leaving me bleeding me every instant.
My blood was asking for words,
There was none to take care of my wounds,
Excepting the countless unreachable stars!
Is there
any gain in writing?
Nothing
more barring the wounds and miseries.
No more
to get involved with the sorrows
Now, I have to master the language of silence….
N.B. – The above poem is the English version of an original Odia poem “ନୀରବତା ର ଭାଷା / THE LANGUAGE OF SILENCE” written by Mr. Rohit Dash, Bargarh, Odisha.
Image credit: Google
ବି. ଦ୍ର. :- ଯେଉଁ ଓଡ଼ିଆ କବି ମାନେ ସେମାନଙ୍କ ଓଡ଼ିଆ ରଚନା ର ଇଂଲିଶ ରୂପାନ୍ତର ଡ଼. ମିଶ୍ରଙ୍କ ଦ୍ୱାରା କରେଇବା ପାଇଁ ଇଛୁକ, ସେମାନେ ଏହି Whatsapp ନୁମ୍ବର ରେ ଯୋଗାଯୋଗ କରିପାରିବେ l (8249297412)
Please share this poem to your friends to enjoy reading it. Thank you. 🌹❤️❤️🙏
ଦୟାକରି ଏହି କବିତା ଟି ଆପଣଙ୍କ ସାଙ୍ଗ ମାନଙ୍କୁ share କରି ସେମାନଙ୍କୁ ମଧ୍ୟ ଏହାକୁ ପଢି ଉପଭୋଗ କରିବାକୁ ସୁଯୋଗ ଦିଅନ୍ତୁ l ଧନ୍ୟବାଦ 🙏❤️🌹🙏
No comments:
Post a Comment