Thursday 23 March 2023

ଓଡ଼ିଆ କବିତା "ଚାଲିଛି ସଂସାର ପଥେ" / TRANSLATED POEM "WALKING ON THE PATH OF LIFE"

 


ଚାଲିଛି ସଂସାର ପଥେ.......

ମହଣ ମହଣ
ଦୁଃଖ କୁ ବହି ମୁଁ
ଚାଲିଛି ସଂସାର-ପଥେ,
ତଥାପି ସୁଖୀ ମୁଁ
ଜଗତର ନାଥ
ଅଛନ୍ତି ମୋ ତନୁରଥେ ।।

ଆଞ୍ଜୁଳା ଆଞ୍ଜୁଳା
ସପନ ସାଉଁଟି
ଥୋଇଛି ହୃଦୟ-ପାତ୍ରେ,
ବାସ୍ତବତାର
ରୂପ ଦେବାପାଇଁ
ଯୁଝୁଛି ସଂସାର-କ୍ଷେତ୍ରେ।।

ସରିନାହିଁ ମୋର
ଜୀବନ ଯାତ୍ରା
ଅଛି ବହୁଦୂର ବାକି,
ମରିଯାଇ ନାହିଁ
ସ୍ବପ୍ନ-ଆଖି ରୁ
ପଡ଼ିନାହିଁ ମୁଁ ଯେ ଥକି।।

ପ୍ରତି ପଦ-ପାତେ
ସପ୍ତଫେଣୀ ର
କଣ୍ଟାରେ ଫୁଟେ ପାଦ,
ବ୍ୟକ୍ତ କରିନି
ହୃଦୟ-ବ୍ୟଥାର
ଅସ୍ଫୁଟ ଆର୍ତ୍ତନାଦ।।

ଆଖିତଳ ଲୁହ
ପିଇଯାଏ ଓଠ
ନୀରବ ଅନ୍ଧକାରେ,
ଶୂନ୍ୟେ ମିଳାଏ
ଛାତି ତଳ କୋହ
ଅଦୃଶ୍ୟ ଅଜ୍ଞାତରେ।।

ତଥାପି ଚାଲିଛି
ଶ୍ବାପଦ-ଶଙ୍କୁଳ
ନିର୍ଜନ-ଜନ-ପଥେ,
ବିଶ୍ବାସ-ବଳ
ବିଶ୍ବ ମଙ୍ଗଳ
ଅଛନ୍ତି ମୋ ତନୁ-ରଥେ।।


Copyright: କୈଳାସ ଚ଼ନ୍ଦ୍ର ପାଢ଼ୀ, କୁମାର ପୁର।ଅନନ୍ତ ପୁର।
ବାସୁଦେବ ପୁର।ଭଦ୍ରକ ।

WALKING ON THE PATH OF LIFE.....

Oh! Shouldering like Hercules
The mountains of woes and sorrows,
I'm still marching gaily along life's zigzag ways,
For, the Lord of the Universe is with me always!

Oh! I've been collecting each instant
Handfuls of dreams and treasuring
Them in the receptacle of my heart,
And striving hard so that they can blossom
As flowers in the world 's heavenly garden!

No, my life's journey hasn't yet come to an end;
For, I've still to travel miles and miles,
The blooms of my dreams haven't yet faded
And my dreaming eyes haven't yet been tired ........!

Ah! The sharp thorns of adversity
Pierce my bleeding feet every step!
Still, I'm silent; not a single word of resentment
Have I ever raised to yell out the unbearable throes of my heart!

Oh! Lips soak the bitter tears silently in the dark
That drain the eyes ceaselessly;
The irresistible and soundless groans beneath the heart
Invisibly and obtrusively mingle with the hollowness as smoke......!

Notwithstanding, I've kept walking
On the slippery paths of turbulences.......
For, I am propelled by my vim and self-confidence
And protected by a philanthropist constantly fostered in me....


Copyright: Dr. Shankar D Mishra, Bhubaneswar, Odisha, India 20.04.2023

Image courtesy: Alamy

N.B. – The above poem is the English version of an original Odia poem “CHALICHHI SANSARA PATHE", written by Kailash Chandra Padhi, Bhadrak, Odisha.

ବି. ଦ୍ର. :- ଯେଉଁ ଓଡ଼ିଆ କବି ମାନେ ସେମାନଙ୍କ ଓଡ଼ିଆ ରଚନା ର ଇଂଲିଶ ରୂପାନ୍ତର ଡ଼. ମିଶ୍ରଙ୍କ ଦ୍ୱାରା କରେଇବା ପାଇଁ ଇଛୁକ, ସେମାନେ ଏହି Whatsapp ନୁମ୍ବର ରେ ଯୋଗାଯୋଗ କରିପାରିବେ l (8249297412)

Please share this poem to your friends to enjoy reading it. Thank you. 🌹❤️❤️🙏

ଦୟାକରି ଏହି କବିତା ଟି ଆପଣଙ୍କ Whatsapp ଓ Facebook ସାଙ୍ଗ ମାନଙ୍କୁ share କରି ସେମାନଙ୍କୁ ମଧ୍ୟ ଏହାକୁ ପଢି ଉପଭୋଗ କରିବାକୁ ସୁଯୋଗ ଦିଅନ୍ତୁ l ଧନ୍ୟବାଦ 🙏❤️🌹🙏

No comments:

Post a Comment