ପ୍ରଣୟଅମୃତ-୪୪
~~~~~~~~~~~
ବିନା କଟାକ୍ଷର ଆଖି ଲୁହ ଧାର
ନିରିହ ନିଜର ସ୍ମୃତି
ପ୍ରିୟା ବିନା ବିତେ ସପନ ଯେ କେତେ
ନିରାଶରେ ଯାଏ ରାତି॥୧॥
ସମୟ ସରିତଦେଉଛି ସଂଙ୍କେତ
ମନର ବ୍ୟଗ୍ରତା ଜାଣି
ସପନ ସାରଣୀ ହୋଇଲାଣୀ ମ୍ଳାନୀ
ତୁମ ସ୍ମୃତି ଭଣି ଭଣି॥୨॥
ସରସ ନିର୍ଝର ପ୍ରୀତିର ଆଧାର
ସପନ ସୁନ୍ଦର ପ୍ରୀତି
ମନ ଅଙ୍ଗନରେ ତୁମରି ସ୍ମୃତିରେ
ଜାଳେ ହୃଦୟରେ ବତି॥୩॥
ଦିବସ ସର୍ବରୀ ଖୋଜୁଛି ସବାରୀ
ଭେଟିବି ତୁମକୁ ବୋଲି
ଖୋଜିଲି ବନରେ ଗୀରି କାନନରେ
ବିକଳ ସ୍ମୃତିରେ ଖାଲି॥୪॥
~~~~ ଜାନକୀ ବଲ୍ଲଭ ଦାଶ ~~ ୧୬.୩.୨୨
3am

No comments:
Post a Comment