Thursday 23 March 2023

ଓଡ଼ିଆ କବିତା "ଏକା ତୁମେ ନ ଥିଲ " / TRANSLATED ENGLISH POEM "ONLY YOU WERE NOT THERE. "

 



 ଏକା ତୁମେ ନ ଥିଲ

ଏଠି ସବୁ ଥିଲା

ଆକାଶରେ ବାଦଲ,

ବାଦଲ ଫାଙ୍କରୁ

ଫାଳିକିଆ ଜହ୍ନ ହସୁ ଥିଲା,

ଜହ୍ନରେ ଜୋଝନା,

ଜୋଛନାରେ ଶିତଳତା,

ଆଉ ସେଇ ଶିତଳତାରେ

ପ୍ରେମିକର ମନ ଜାଳିବାକୁ

ବାରୁଦରେ ନିଆଁ ଭରୁ ଥିଲା


 ONLY YOU WERE NOT THERE.....!


There was everything here -

Clouds in the sky,

The crescent Moon was laughing

Through the fissures of the clouds

Shine in the Moon

Coolness in the sheen

And, alas! In the same coolness 

The fire of rage was being rekindled

With the inflammable powders of jealousy

So as to char and mar the lover's sentiments!

 

ସବୁ ଥିଲା,

ଶିରି ଶିରି ମଳୟ ପବନ

ପବନରେ ଚନ୍ଦନର ଶିତଳତା

ବୋଳି ଦେଉ ଥିଲା

ସେଇ ଶିତଳତାରେ କସ୍ତୁରୀ ମହକ

ମହକରେ ଫୁଲର ସୁଗନ୍ଧ

ସୁଗନ୍ଧରେ ବସନ୍ତର ଚଞ୍ଚଳତା,

ମଳୟର ପରଶ, ପ୍ରେମିକ ମନରେ

ପ୍ରଣୟର ରଙ୍ଗ ଭରୁ ଥିଲା

 

There was also everything –

Slow and soothing vernal breeze

As if the coolness of sandal was applied in the breeze!

Aroma of musk in that coolness

Fragrance of flowers in that aroma

The agility and alacrity of the spring in that fragrance,

The vernal touch was painting the caprices of the lover

With the amorous hues of romance…..!

 

ସବୁ ଥିଲା,

ରଙ୍ଗରେ ଚମକ ଥିଲା,

ରଙ୍ଗ ବୋଳା ଫୁଲ ଗହଣରେ

ଉପବନ ଖିଲି ଖିଲି ହସୁ ଥିଲା

ଇନ୍ଦ୍ରଧନୁର ସାତରଙ୍ଗି ଛଟା

ଚଉଦିଗେ ବିଛାଡି ଦେଇ

ଦିଗନ୍ତରୁ ଦିଗନ୍ତ ପର୍ଯ୍ୟନ୍ତ

ବନେ, ଉପବନେ,

ସବୁ କିଛି ରଙ୍ଗୀନ କରି

ପ୍ରେମିକ ମନରେ ରଙ୍ଗ ଭରୁ ଥିଲା

 

Everything was, indeed, there –

There was radiance in the colours

The garden laughed rising and falling .

The rainbow toned the four directions

In the rapturous woods

From the horizons to the horizons

With its dazzling multi colours

So that everything seemed lively and vibrant

And the lover could fly like a colourful and animated kite….

  

କୋଇଲି ଥିଲା,

ଗୁଣୁ ଗୁଣ ଭ୍ରମର ବି,

ଫୁଲରୁ ରଙ୍ଗ ନେଇ ରଙ୍ଗୀନ ପଜାପତି

ଫୁଲରୁ ଫୁଲକୁ ଉଡି

ପ୍ରଣୟର ସନ୍ଦେଶ ଦେଉ ଥିଲା

କୋଇଲିର କୁହୁ ତାନ ଭ୍ରମର କାନରେ

ପ୍ରଣୟର ଗୀତ ଗାଉ ଥିଲା,

ମଥା ଦୋହଲାଇ ଉପବନ ନାଚୁ ଥିଲା

There was the cuckoo too –

The buzzing rumble bees too,

Importing colours from the blossoms,

The butterfly fluttering from flowers to flowers

Was heralding the message of wooing.

The cuckoo was crooning in the ears of the rumble bess

The verses of everlasting love!

 

ସବୁ କିଛି, ଏଇଠି ଥିଲା,

କେବଳ ତୁମେ ମୋ ସାଥେ ନଥିଲ,

ତୁମ ବିନା,

ଜୋଛନାରେ ଜଳି ଗଲା ମନ,

ମଳୟର ମୃଦୁସ୍ପର୍ଶେ

ଝାଉଳି ଗଲା ପ୍ରେମ,

ରଙ୍ଗ ସବୁ ବେରଙ୍ଗ ଲାଗୁ ଥିଲା,

କାରଣ, ଆଖିରେ ମୋର,

କେବଳ, ତୁମ ରୂପ ଲାଖି ରହି ଥିଲା

 

Yes, there was everything here,

Only you were not there.

And, alas! without you:

The shine scorched the emotions,

The gentle vernal touch withered the buds of love,

For, your inseparable image alone got glued to my eyes…!

 

 

Copyright: Dr. Shankar D Mishra, Bhubaneswar, Odisha, India 23.03.2023

 

N.B. – The above poem is the English version of an Odia poem “EKA TUME NATHILA” written by Mr. Binay Mohapatra.

 

Image credit: Google

ବି. ଦ୍ର. :- ଯେଉଁ ଓଡ଼ିଆ କବି ମାନେ ସେମାନଙ୍କ ଓଡ଼ିଆ ରଚନା ଇଂଲିଶ ରୂପାନ୍ତର ଡ଼. ମିଶ୍ରଙ୍କ ଦ୍ୱାରା କରେଇବା ପାଇଁ ଇଛୁକ, ସେମାନେ ଏହି Whatsapp ନୁମ୍ବର ରେ ଯୋଗାଯୋଗ କରିପାରିବେ l (8249297412)

Please share this poem to your friends to enjoy reading it. Thank you. 🌹️🙏

ଦୟାକରି ଏହି କବିତା ଟି ଆପଣଙ୍କ ସାଙ୍ଗ ମାନଙ୍କୁ share କରି ସେମାନଙ୍କୁ ମଧ୍ୟ ଏହାକୁ ପଢି ଉପଭୋଗ କରିବାକୁ ସୁଯୋଗ ଦିଅନ୍ତୁ l ଧନ୍ୟବାଦ 🙏️🌹🙏


1 comment:

  1. ଖୁବ୍ ସୁନ୍ଦର କବିତା,ଅନୁସୃଜନ ବି ଅନନ୍ୟ, ଉଭୟଙ୍କୁ ଅଭିନନ୍ଦନ

    ReplyDelete