Thursday 23 March 2023

ଓଡ଼ିଆ କବିତା "ମାଆ" / TRANSLATED ENGLISH POEM "MOTHER "

 

ମାଆ

******
ଦେଖି ପାରିଲିନି ଦିନେ

ତାକୁ କେତେବେଳେ ଭୋକ ଲାଗେ
ସେ କିନ୍ତୁ ଜାଣେ

ମୋତେ କଣ ଭଲଲାଗେ

ପଖାଳ କଂସା
କାଠଚୁଲି ପୋଡ଼ା ବଡ଼ିଚୁରା 
ଖଟା ତରକାରି ବେସର ବଟା
ରାଶି ଲଡ଼ୁ ପୁଣି କାକରା ପିଠା !

କେବେ ତ କାହିଁ ଦେଖିନି

ତା ପଣତରେ ବି ଲୁଚିଲୁଚି ଶୁଖେ ଲୁହର ନଇଟେ 

ହେଲେ ଝାଳ ବିନ୍ଦୁଏ କପାଳରେ

ମୋର ତାକୁ ଅସହ୍ୟ l


ତା ମୁହଁ କେତେ ଶିଝେ ଆମ ଅଳି ଅଝଟରେ 

ପରବାୟ ତାର ଥାଏ ନା କାହାର

ହେଲେ ତାକୁ ବାଧେ 

ରୁଟି କେଇଖଣ୍ତ ସେକି ମୋ ମୁହଁ ଲାଲ୍ ପଡ଼ିଯାଏ ବୋଲି ଲ

ସେ ତ ଅହରହ ବିଂଚଣା ହେଇ ବିଂଚୁଥାଏ ଖରାକୁ 

ପଣତରେ ପୋଛୁଥାଏ ମୋ ଆଖି ବର୍ଷାକୁ l


ଦଶହରା ପଡ଼ିଆର ଚକିରି କି ଫୁଲଦୋଳି ବୋଧେ ମାଆ ,


ଅହରହ ଘୁରୁଥାଏ ଘରକରଣା ଖୁଣ୍ଟିରେ

ତାର ଏମିତି କି ଆଖି ଯେ

ତାକୁ ସବୁ ଦିଶେ ମୋର ଯାବତୀୟ କଥା l


ହେଲେ ଦିଶେନି ନିଜର ଚିରାପଣତ କି ଅଣ୍ଟା ବ୍ୟଥା l         

ମାଆ ଲୋ ତୁ ନିଜେ ଏକ କବିତା !! 


 

MOTHER

Never have I seen Her feeling hungry!

But, She, like a demi-goddess,

Ever can feel without fail what I like most –

A bowl watered rice,

Roasted power of ‘Badi’,

Made from black grams,

Last nights’ stale curry

Made with the mustard and red chili paste,

Rashi laddu and kakara pitha – a typical Odia sweet dish!


Yes, have I never seen the firkis of her tears

Drying unnoticed in the sorrow absorbing helms

Of Her rich inexpensive sarees’

A drop of salty sweat on my tender brow

Is ever unthinkable and intolerable to Her!

 

The moony face of hers ever gets singed

In the fires of our indignant obstinacy,

Uncountable, unattainable and annoying demands

But, neither she nor anyone else cares to pay heed to that….

But, it hurts Her unbearably whenever She happens to see

My reddened features if ever time forces me to bake bread!


She always fans the heat of the sweltering Sun

And keeps wiping my tears with her sarees’ hems….

 

Mother is perhaps the ‘Merry go rounds’ or Flower swings

Exhibited for the boundless joys of the children….

She ever revolves round the hinges of household liabilities.

Oh! She has been gifted with such omniscient divine eyes

That They can see all my untold needs and suppressed griefs!


O my goodness! No one has ever seen

Her  ragged, torn sarees’ helms or  Her woes…

O my Mother You are a Verse in Yourself.

Yes, You are a Verse in Yourself……

 

Copyright: Dr. Shankar D Mishra, Bhubaneswar, Odisha, India 22.03.2023

N.B. – The above poem, posted on Facebook, is the English version of an Odia poem “MAA” written by LIPI


 Image credit: Google

ବି. ଦ୍ର. :- ଯେଉଁ ଓଡ଼ିଆ କବି ମାନେ ସେମାନଙ୍କ ଓଡ଼ିଆ ରଚନା ଇଂଲିଶ ରୂପାନ୍ତର ଡ଼. ମିଶ୍ରଙ୍କ ଦ୍ୱାରା କରେଇବା ପାଇଁ ଇଛୁକ, ସେମାନେ ଏହି Whatsapp ନୁମ୍ବର ରେ ଯୋଗାଯୋଗ କରିପାରିବେ l (8249297412)

Please share this poem to your friends to enjoy reading it. Thank you. 🌹️🙏

ଦୟାକରି ଏହି କବିତା ଟି ଆପଣଙ୍କ ସାଙ୍ଗ ମାନଙ୍କୁ share କରି ସେମାନଙ୍କୁ ମଧ୍ୟ ଏହାକୁ ପଢି ଉପଭୋଗ କରିବାକୁ ସୁଯୋଗ ଦିଅନ୍ତୁ l ଧନ୍ୟବାଦ 🙏️🌹🙏

     

        

1 comment: