Saturday 25 March 2023

ଓଡ଼ିଆ କବିତା "ତୁମେ " / TRANSLATED POEM "YOU"

 ତୁମେ (କ୍ରମଶଃ )

*************

ତୁମେ ତ ମୋହର ରଜନୀଗନ୍ଧା

     ଅଟ ତୁମେ ପ୍ରୀତିଛନ୍ଦା ,

ପ୍ରୀତି ମଦମତ୍ତ ମୃଗ ନୟନୀ ଗୋ

     ତୁମ ପ୍ରେମେ ମୁହିଁ ବନ୍ଧା ।1।


ତୁମେ ଯୌବନର ପୂର୍ବରାଗ ମୋର

      ହେବ ଦିନେ ଅସ୍ତରାଗ ,

ତୁମେ ସୋହାଗିନୀ ପ୍ରୀତି ମନ୍ଦାକିନୀ

      ଭରିଅଛ ଅନୁରାଗ ।2।


ତୁମେ ମୋ' ଚକୋରି ହୁଏ କେତେ ଝୁରି

     ମୁହିଁ ବିହ୍ଵଳ ଚକୋର ,

ତୁମେ ମୋ'ସପନ ବର୍ଣ୍ଣିଳ ସପନ

      ଭାବରେ ହୁଏ ବିଭୋର ।3।


ତୁମ ପାଇଁ ମୁହିଁ କଳାର ସାଧକ

      ସୃଜନଶୀଳ ମୋ' ମନ ,

କିଏ ସନମାନ ଦେଉ କି ନଦେଉ

      ଆନନ୍ଦେ ହୁଏ ମଗନ ।4।


ତୁମେ ହିଁ ତ ମୋ'ର ପ୍ରଥମ ପାଠକ

     ତୁମେ ମୋ'କାବ୍ୟ ନାୟିକା ,

ବିଦଗ୍ଧ।ପ୍ରାଣର ଅଧିଷ୍ଠାତ୍ରୀ ଦେବୀ

     ତୁମେ ମୋ' ସଖୀ ସେବିକା ।5।

***********************

ବସନ୍ତ କୁମାର ପ୍ରଧାନ

ହରିହରପୁର,ଛେଣ୍ଡିପଦା,ଅନୁଗୋଳ

No comments:

Post a Comment