Thursday 23 March 2023

ଓଡ଼ିଆ କବିତା "ଯା_ଦେବୀ_ସର୍ବଭୂତେଷୁ"

 


#ଯା_ଦେବୀ_ସର୍ବଭୂତେଷୁ

******************🌿🌿


ତମ ଆସିବା ଖବର ପହଂଚି ଗଲା ପରଠୁ


ଅନ୍ୟମନସ୍କ ହେଇଯାଇଛି ଦିନ

ଅନ୍ଧାର ହଜେଇ ଦେଇଛି ରାତି


ଘରକରଣାର ଆଖି ନାହିଁ

କେହି ସେଠି ସାକ୍ଷୀ ନାହିଁ


ପାଇଟି ପଡୁନି ହାତରେ

ଝୁଣ୍ଟୁଛି ଏଠିସେଠି ପାଦ


କେମିତି ସଜେଇବି ନିଜକୁ?


ଆକାଶ ଯଦି ଦିଅନ୍ତା ଜହ୍ନ

ମୁଁ ତାକୁ କରିଦିଅନ୍ତି ଟିକିଲି


ଆକାଶ ଯଦି ଦିଅନ୍ତା ତାରା

ମୁଁ ତାକୁ ପିନ୍ଧିନିଅନ୍ତି ଅଳତାରେ କରି ଝିଲ୍ ମିଲ୍ 


ଖରା ଦିଅନ୍ତା ରଙ୍ଗ

ମେଘ ଦିଅନ୍ତା ଆବେଗ


ତାପରେ

ନିଜେ ପାଲଟି ଯାଆନ୍ତି ସ୍ତୁତି କି ସ୍ତବକ 🙏🙏


       ( ଲିପି )

No comments:

Post a Comment