Thursday 23 March 2023

ଓଡ଼ିଆ କବିତା "ଡିସେମ୍ବର"


ଡିସେମ୍ବର


ଇନ୍ଦ୍ରଧନୁ ଠୁଁ ରଙ୍ଗ କିଣିଆଣି ପଠାଏ ସେ

ପ୍ରେମିକାର ଠିକଣାରେ  


ଶୀତ ସକାଳ ନାଁ ରେ ଲେଖିପାରେ 

ସମ୍ପୂର୍ଣ୍ଣ ପୂର୍ବଦିଗ  l


ପୁଣି ଫଗୁଣକୁ ଦାଣ୍ଡ ମଝିଟାରେ ଅଟକାଇ

ଜହ୍ନର ପାପୁଲିପାଇଁ  ନେଇପାରେ ଚୁମା 


ଆକାଶ ପବନ ରାସ୍ତାଘାଟ ସାଇପଡିଶା

ଏମିତିକି ଆପଣମାନେ ମଧ୍ୟ


ରଖିପାରନ୍ତି ପ୍ରଶ୍ନଟେ

କିଏ ସେ ??


ଡିସେମ୍ବର !


ଆହା ! ମୋର ପ୍ରିୟତମ

କ୍ଷତର ଚିହ୍ନ .......


ଏତେସବୁ ପରେ


ଯେଉଁ ଯେଉଁ ମୃତ୍ୟୁ ମାନଙ୍କରେ

ଉଦିଷ୍ଟ ଥିଲା ତୁମରି ହିଁ ନାଁ


ବରଂ ଭଲ ଆଲୁଅରେ 

ଦିଶିଯାଉଥିବେ ସେମାନେ କବର ପରି


ନଚେତ୍ ଅଂଧାର ତ ଆପଣାର କରିନେବା ବାହାନାରେ

ମାଗିପାରେ ତୁମ ଦୁର୍ବଳ ମୁହୂର୍ତ୍ତ ମାନଙ୍କର


ଦୁଇପାଦ ମାଟି  !!

No comments:

Post a Comment