Thursday 23 March 2023

ଓଡ଼ିଆ କବିତା "ଆସନ୍ତ କି ଥରେ!" / TRANSLATED ENGLISH POEM "O THAT YOU WOULD COME ONCE!"

 

ଆସନ୍ତ କି ଥରେ!
~~~~~~~~~
ମୋ ଅଗଣାରେ ଏବେ ବି 
ଜହ୍ନ ହସୁଛି ତାରା ଆସୁଛି
ଝରକା ଫାଙ୍କରୁ ମୋତେ ଜହ୍ନ ଦେଖୁଛି
 ଛାତରେ ଗୋଲାପ ହସୁଛି
କିନ୍ତୁ ମନ ମୋ ମଉଳି ଯାଇଛି
କେବଳ ତୁମେ ନାହଁ ବୋଲି
ଜହ୍ନର ଜୋଛନା ମୋତେ
ଆହ୍ଲାଦିତ କରୁନି
ଗୋଲାପ ମୋତେ ଆକର୍ଷିତ କରୁନି
ମୁଁ ନିଜକୁ ଅସହାୟ ମଣୁଛି
ହେ ଚନ୍ଦ୍ରମୁଖୀ
ଥରେ ତୁମେ ଆସନ୍ତ କି ଫେରି
ବିନା ବର୍ଷାରେ ଫୁଟନ୍ତା କଦମ୍ଵ
ଜଛନାର ଶିତଳ ସ୍ପର୍ଶରେ
ସିହରନ୍ତେ ଆମେ
ସହରର ଗଳିକନ୍ଦିରେ 
ହୁଅନ୍ତା ଆମ ଚର୍ଚ୍ଚା
ଗର୍ବରେ ଫୁଲନ୍ତେ ଆମେ
ସ୍ଵର୍ଗର ନନ୍ଦନ କାନନରୁ
ଖସନ୍ତା ପିରିଜାତ
ମୁଁ ସଜାନ୍ତି ତୂମ ଗଭା
 ମୋ ବଗିଚାର ଗୋଲାପରେ
ସମୟ ସାରଣୀ ସବୁ ବଦଳନ୍ତା
ଅହରହ ଵୋହୁଥାଆନ୍ତା ମଳୟ ପଵନ
ଵସନ୍ତର ଆମୋଦର ଆକର୍ଷଣରେ
ଆମ ସ୍ଵପ୍ନସବୁ ଭିଜୁଥାଆନ୍ତା
ଅୟୁତ ଯୁଗର ଆୟୁଷରେ.....
ମୁ ଦେଖନ୍ତି ତୁମକୁ ଓ ତୁମେ ଦେଖନ୍ତ ମୋତେ
ଏମିତି ଦେଖୁଦେଖୁ କଟିଯାଆନ୍ତା 
କେତେଦିନ କେତେ ଵର୍ଷ କେତେ ଯୁଗ ।
ଭୁଲି ଯାଆନ୍ତି ମୁଁ ମୋର ସ୍ଥିତିକୁ
ତୁମ ସହ ହୁଅନ୍ତି ଏକାକାର
ସବୁଦିନ ସବୁ ସମୟରେ
~~~~ ଜାନକୀ ବଲ୍ଲଭ ଦାଶ ~~ 
 

O THAT YOU WOULD COME ONCE!

Oh! The Moon still smiles in my courtyard

The stars are still on regular visits to my house
The Moon peeps at me thru the window slits

The roses on the roof beam with merriment,

But, the bloom of my mind is in gloom,

For, you are missing like the Koyel in Spring!
 
Yes, in your agonizing absence,

The sheen of the Moon seems pale and cheerless

The roses fail to catch my attention
And, I find myself in an abyss of helplessness!


O Chandramukshi!

Only if you came back once

Kadamba would bloom even without rains

We could revel and rejoice

In the soothing touch of the Moon shine
We would be talked about in nooks and corners
We would swell with pride and self-esteem

The night-flowering jasmines would be showered

From the Garden of Heaven
I would adorn your blackberry tresses

With the fresh roses of my garden

The cycles of seasons would be rescheduled

The ceaseless vernal breeze would blow forever

Our dreams would be drenched till eaons

In the pleasing fascination of the Spring
We would be spending days, years and ages

Looking at each other in glee and ecstasy!

I would forget about my mundane existence

And be blissfully united with you

To make ourselves one and the same

For everyday and every time till eternity..


Copyright: Dr. Shankar D Mishra, Bhubaneswar, Odisha, India 24.03.2023

 

N.B. – The above poem is the English version of an original Odia poem “ ” written by Mr. Janakiballav Dash, Puri.

 

Image credit: Google

ବି. ଦ୍ର. :- ଯେଉଁ ଓଡ଼ିଆ କବି ମାନେ ସେମାନଙ୍କ ଓଡ଼ିଆ ରଚନା ଇଂଲିଶ ରୂପାନ୍ତର ଡ଼. ମିଶ୍ରଙ୍କ ଦ୍ୱାରା କରେଇବା ପାଇଁ ଇଛୁକ, ସେମାନେ ଏହି Whatsapp ନୁମ୍ବର ରେ ଯୋଗାଯୋଗ କରିପାରିବେ l (8249297412)

Please share this poem to your friends to enjoy reading it. Thank you. 🌹️🙏

ଦୟାକରି ଏହି କବିତା ଟି ଆପଣଙ୍କ ସାଙ୍ଗ ମାନଙ୍କୁ share କରି ସେମାନଙ୍କୁ ମଧ୍ୟ ଏହାକୁ ପଢି ଉପଭୋଗ କରିବାକୁ ସୁଯୋଗ ଦିଅନ୍ତୁ l ଧନ୍ୟବାଦ 🙏️🌹🙏


No comments:

Post a Comment