Thursday 23 March 2023

ଓଡ଼ିଆ କବିତା "କୋଣାର୍କ " / TRANSLATED ENGLISH POEM "KONARK "

 


କୋଣାର୍କ

ରାତି ପାହି
ସକାଳ ହେଲେ
ଆରମ୍ଭ ହୁଏ କୋଳାହଳ
ମତେ ଲାଗେ
ଦେହ ବୋଲି
ମୋର କିଛି ଅଛି
ଯାହାକୁ ତମେ କୋଣାର୍କ କୁହ ।

ଅନ୍ଧାର ଠୁ 
ଆହୁରି ଅନ୍ଧାର ଲାଗେ
ରାତ୍ରିର ନୀର୍ଜନତା
ଲାଗେ
ଭାଙ୍ଗି ପଡିବିକି ଏଇଲାଗେ !

ଇଚ୍ଛା ହୁଏ
ଘୋଡେ଼ଇ ରଖିବାକୁ
ଋତୁ ମାନଙ୍କ କ୍ରୁରତାରୁ
ନିଜର ସମସ୍ତ ଅବୟବ ମାନଙ୍କୁ
ପୋଷ ପୋଷ କରି
ମଧୁର ହାୱା ଛାଟି ଦେବାକୁ
ମୋର ଜୀର୍ଣ୍ଣଶୀର୍ଣ୍ଣ ଦେହକୁ ।

ପର୍ଯ୍ୟଟକ ଆଖିରେ
ଭଗ୍ନାବଶେଷ ପ୍ରସ୍ତର ଖଣ୍ଡରେ 
ଦେଖେ ମୋ ଦେହର କାରୁକାର୍ଯ୍ୟ
ଶୁଣେ ଭାସ୍କର୍ଯ୍ୟର ଇତିହାସ
ପୁଣି ସ୍ପର୍ଶରେ ହୁଏ ସମୁଲ୍ଲସିତ ।

ବଞ୍ଚିବାକୁ ଚାହୁଁଥିବା
ଗୋଟେ ଗୋଟେ ମନ୍ଦିର ହିଁ କୋଣାର୍କ
ଆଉ ଦୃଶ୍ୟ ସବୁକୁ
ସାଇତି ରଖୁଥିବା ଆଖି ସବୁହିଁ 
ଜଣେ ଜଣେ ପର୍ଯ୍ୟଟକ ।

As the day dawns, around me

Starts the usual hustle and bustle,

When I, actually, begin to believe

I possess some physical shape or form,

What you all fondly address "Konark".

I do feel to cover

The whole of my being

From the cruel glares of all the seasons,

And fan my worn and emaciated limbs

With palmfuls of fresh and sweet airs.

The rapt eyes of the tourists view

The marvellous and wonderous arts

Skilfully inscribed in my stone remnants,

Come to know my sculptures' history,

And feel spellbound in my blissful company


Each temple that is eager to live

Is nothing but a replica of "Konark",

And the eyes keen to treasure the spectacles

Indeed, happen to be a Tourist.


Copyright: Dr. Shankar D Mishra, Bhubaneswar, Odisha, India. 17.03.2023

N. B.: The above poem is the translated version of an Odia poem "KONARK" composed by Smita Panda, Narasingh Pur, Cuttack.

ବି. ଦ୍ର. :- ଯେଉଁ ଓଡ଼ିଆ କବି ମାନେ ସେମାନଙ୍କ ଓଡ଼ିଆ ରଚନା ର ଇଂଲିଶ ରୂପାନ୍ତର ଡ଼. ମିଶ୍ରଙ୍କ ଦ୍ୱାରା କରେଇବା ପାଇଁ ଇଛୁକ, ସେମାନେ ଏହି Whatsapp ନୁମ୍ବର ରେ ଯୋଗାଯୋଗ କରିପାରିବେ l (8249297412)

Please share this poem to your friends to enjoy reading it. Thank you. 🌹❤️❤️🙏

ଦୟାକରି ଏହି କବିତା ଟି ଆପଣଙ୍କ ସାଙ୍ଗ ମାନଙ୍କୁ share କରି ସେମାନଙ୍କୁ ମଧ୍ୟ ଏହାକୁ ପଢି ଉପଭୋଗ କରିବାକୁ ସୁଯୋଗ ଦିଅନ୍ତୁ l ଧନ୍ୟବାଦ 🙏❤️🌹🙏

No comments:

Post a Comment